ପ୍ରମୂଖ ଖବର
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

କାର୍‌-ସ୍କୁଟର୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର

Published By : Harapriya Sethi | March 16, 2025 7:52 AM

ଭୁବନେଶ୍ୱର, ୧୬/୦୩: ଭୁବନେଶ୍ୱର ରାସ୍ତାରେ ଦୁର୍ଘଟଣା । କାର୍ ସହ ମୁହାଁମୁହିଁ ଧକ୍କା ହେଲା ସ୍କୁଟର । ସ୍କୁଟରକୁ ୩୦ମିଟର ଘୋଷାଡି ନେଲା ୱାଗ୍ନର କାର୍। ଦୁର୍ଘଟଣାରେ ଗୁରୁତର ହେଲେ ଦୁଇ ଜଣ । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କଲେ ଉଭୟ ଆମ୍ବୁଲାନ୍ସ ଏବଂ ମୈତ୍ରୀ ବିହାର ଥାନା ପିସିଆର। 

ସୂଚନା ମୁତାବକ, ରାସ୍ତାରେ ସ୍କୁଟରଟି ଯାଉଥିବା ବେଳେ ଏକ କାର୍ ଉକ୍ତ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା । କାର୍‌ଟି ଉକ୍ତ ସ୍କୁଟରକୁ ୩୦ ମିଟର ଯାଏଁ ରାସ୍ତାରେ ଘୋଷାଢ଼ି ନେଇଥିଲା । ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଉଭୟ  ଆମ୍ବୁଲାନ୍ସ ଏବଂ ମୈତ୍ରୀ ବିହାର ଥାନା ପୋଲିସ ପହଞ୍ଚିଥିଲା । ସେଠାରେ ପହଞ୍ଚି ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । ଏହା ସହ ଉଭୟ ଗାଡ଼ି ଜବତ କରିବା ପରେ ଆହତ ବ୍ୟକ୍ତିଙ୍କ ପରିଚୟ ଖୋଜି ତଦନ୍ତ ଆରମ୍ଭ କରିଛି ମୈତ୍ରୀ ବିହାର ଥାନା ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.