ନିଆଳି,୧୯।୮ : ନିଆଳି ଥାନା ଅଧିନସ୍ଥ ଅଲଣା ପଂଚାୟତ ଓଳାନ୍ସ ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ଚାଖୁଣ୍ଡା ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ପରେଶ କୁମାର ସ୍ୱାଇଁ (୨୨) ।
ପ୍ରତାପ ଚନ୍ଦ୍ର ସ୍ୱାଇଁ ଙ୍କ ପୁଅ ପରେଶ ଖିଆ ପିଆ କରି ଘରେ ଶୋଇଥିଲେ। ରାତି ୪ ଟା ରେ ଘର ର କବାଟ ଖୋଲା ଥିବା ବାପା ଦେଖି ଥିଲେ। ପୁଅକୁ ଘରେ ପାଇ ନ ଥିଲେ। ବାରିପଟେ ଖୋଜିଲା ବେଳକୁ ଚାଖୁଣ୍ଡା ଗଛରେ ରସି ଲଗାଇ ଥିବା ଅବସ୍ଥାରେ ଝୁଲି ରହିଛି। ଏ ନେଇ ନିଆଳି ଥାନାରେ ବାପା ପ୍ରତାପ ସ୍ୱାଇଁ ଲିଖିତ ଅଭିଯୋଗ କରିଛନ୍ତି।ନିଆଳି ଥାନା ପୋଲିସ ଅପମୃତ୍ୟ ମାମଲା ରୁଜୁ କରି କଟକ ବଡ଼ ଡାକ୍ତର ଖାନା କୁ ଶବ ବ୍ୟବଛେଦ ନିମନ୍ତେ ପଠାଇଥିଲେ। ପରେଶ କାହିଁକି ଆତ୍ମହତ୍ୟା କଲେ ନା ତାଙ୍କୁ ହତ୍ୟା କରା ଯାଇଛି ତାହା ତଦନ୍ତ ପରେ ଜଣାପଡିବ।