ପ୍ରମୂଖ ଖବର
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ଆଜି ପୁଣି ପାଣି ଛାଡ଼ିବ ହୀରାକୁଦ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ତିନି ଝିଅଙ୍କ ସହ ମା'ର ଆତ୍ମାହୁତି ଉଦ୍ୟମ; ସ୍ଵାମୀର ପରକୀୟା ପ୍ରୀତି ସନ୍ଦେହ

Published By : Rasmita Pradhan | August 21, 2025 12:03 PM

ନିଶ୍ଚିନ୍ତକୋଇଲି, ୨୧/୦୮ : ସ୍ଵାମୀର ପରକୀୟା ପ୍ରୀତି ପାଇଁ ତିନି ଝିଅଙ୍କ ସହ ମା'ର ଆତ୍ମାହୁତି ଉଦ୍ୟମ। ଗୁରୁବାର ସକାଳେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବାଲିଆପଦା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣଙ୍କ ତିନି ଝିଅଙ୍କ ସହ ଦେହରେ କିରୋସିନ୍ ଢାଳି ହୋଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ପୁଲିସ ଜିମା ଦେଇଛନ୍ତି। 

ସୂଚନାନୁଯାୟୀ, ବାଲିଆପଦା ଗ୍ରାମର ଶାନ୍ତନୁ ମଲ୍ଲିକ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଘରେ ତାଙ୍କର ପତ୍ନୀ ଝରଣା, ତିନି ଝିଅ ରୁହନ୍ତି। ଶାନ୍ତନୁଙ୍କର ସ୍ଥାନୀୟ ଗ୍ରାମର ଜଣେ ମହିଳାଙ୍କ ସହିତ ଅନୈତିକ ସଂପର୍କ ରହିଥିବାର ଝରଣା ସନ୍ଦେହ କରି ଆସୁଥିଲେ। ଆଜି ସକାଳେ ଝରଣା ତିନି ଝିଅଙ୍କୁ ନେଇ ସ୍ଥାନୀୟ ଗ୍ରାମର ସୁନାକାର ମଲ୍ଲିକଙ୍କ ଘର ଆଗରେ କିରୋସିନ ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରୁଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତିନି ଝିଅ ଓ ମା'କୁ ଉଦ୍ଧାର କରିଥିଲେ। ନିଶ୍ଚିନ୍ତକୋଇଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନି ଝିଅ ଓ ମା'ଙ୍କୁ ଉଦ୍ଧାର କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.