ପ୍ରମୂଖ ଖବର
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ଆଜି ପୁଣି ପାଣି ଛାଡ଼ିବ ହୀରାକୁଦ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଏକତରଫା ପ୍ରେମ କରି ବିଫଳ ହେବାରୁ ରକ୍ତମୁଖା ପାଲଟିଲା ପ୍ରେମିକ, ଛାତ୍ରୀଙ୍କ ଚୁଟି ଘୋଷାଡ଼ି ଇଟାରେ ଆକ୍ରମଣ କଲା ଯୁବକ

Published By : Rasmita Pradhan | August 22, 2025 8:10 AM

ସାଲେପୁର, ୨୨/୦୮ : ଏକତରଫା ପ୍ରେମ କରି ବିଫଳ ହେବାରୁ ରକ୍ତମୁଖା ପାଲଟିଲା ପ୍ରେମିକ। କଲେଜ ଛାତ୍ରୀଙ୍କ ଚୁଟି ଘୋଷାଡ଼ି ମାଡ଼ ମାରିବା ସହ ମୁଣ୍ଡରେ ଇଟା ଛେଚି ଦେଲା ଯୁବକ। କଟକ ଜଗତପୁର ଥାନା ଅଞ୍ଚଳରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଛାତ୍ରୀଙ୍କ ବାପା ଏନେଇ ଜଗତପୁର ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାନୁଯାୟୀ, କଟକ ଜଗତପୁର ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ମଳୟ ସାମଲ ନାମକ ଜଣେ ଯୁବକ ପ୍ରେମ ନିବେଦନ କରିଥିଲା। ଛାତ୍ରୀଙ୍କ ମୋବାଇଲ୍ ନଂ ସଂଗ୍ରହ କରି ତାଙ୍କୁ ବାରମ୍ବାର ଫୋନ୍ କରୁଥିଲା। ହେଲେ ଛାତ୍ରୀ ଏହାକୁ ପ୍ରତ୍ୟାଖାନ କରିଥିଲେ। ଶେଷରେ ପ୍ରେମରେ ବିଫଳ ହେବାରୁ ଯୁବକ ଜଣଙ୍କ ରକ୍ତମୁଖା ପାଲଟିଥିଲା। ଛାତ୍ରୀ ଜଣଙ୍କ କଲେଜରେ ସାଙ୍ଗମାନଙ୍କ ସହ ଯାଉଥିବା ବେଳେ ମଳୟ ତାଙ୍କ ଚୁଟି ଘୋଷାଡ଼ି ମାଡ଼ ମାରିବା ସହ ମୁଣ୍ଡରେ ଇଟା ଛେଚି ଦେଇଥିଲା। ଏନେଇ ଛାତ୍ରୀଙ୍କ ବାପା ଜଗତପୁର ଥାନାରେ ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କ ମୁଣ୍ଡ, ବେକ, ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.