ପ୍ରମୂଖ ଖବର
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ ଯୁବତୀ...

ସଇନ୍ତଳା, ୧୫/୧୦ : ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ, ହେଲେ ଶବ ହୋଇ ଫେରିଲେ। ସଇନ୍ତଳା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ କେନ୍ଦୁଉଡ଼ାର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାମିଲନାଡୁର ତ୍ରିପୁରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ୨୫ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଘରର ରୋଜଗାରକ୍ଷମ ବଡ଼ ଝିଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

ସୂଚନାନୁଯାୟୀ, କେନ୍ଦୁଉଡ଼ାର ଗାଁର ପୁନିଶ୍ଵର ବାଗ ଓ ପୁଷ୍ପା ବାଗଙ୍କ ୨ ପୁଅ ଓ ୩ ଝିଅ। ବଡ଼ ଝିଅ ବବିତା ୨ ବର୍ଷ ତଳେ ତାମିଲନାଡୁର ତ୍ରିପୁରକୁ ଯାଇ ଏକ କମ୍ପାନୀରେ କାର୍ଯ୍ୟରତ ଥିଲେ। ନୂଆଖାଇ ପାଇଁ ଗତ ସେପ୍ଟେମ୍ବର ମାସ ୭ ତାରିଖରେ ସେ ଗାଁକୁ ଆସିଥିଲେ। ସେହି ସମୟରେ ଟାଇଫଏଡରେ ଆକ୍ରାନ୍ତ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହେବା ପରେ ପୁଣି ତ୍ରୁପର ଯାଇଥିଲେ। ସେଠାରେ ଗତ ୧୧ ତାରିଖ ରାତିରେ ପୁଣି ଅସୁସ୍ଥ ହୋଇପଡିଥିଲେ। ବବିତାଙ୍କ ସାଥିରେ ଥିବା ଅନ୍ୟ ଯୁବତୀମାନେ ତାଙ୍କୁ ମେଡିକାଲରେ ଭର୍ତ୍ତି କରି ଘରଲୋକଙ୍କୁ ସୂଚନା ଦେଇଥିଲେ। 

ଖବର ପାଇ ବବିତାଙ୍କ ଭାଇ ଉମେଶ ଓ ଅନ୍ୟ ଜଣେ ଈଶ୍ୱରଚନ୍ଦ୍ର ଗୁରଡ଼ା ତ୍ରିପୁର ଯାଇଥିଲେ। ୧୧ ତାରିଖ ସକାଳ ୫ଟାରେ ବବିତା ପାଇଖାନାରେ ପଡ଼ି ଯାଇଥିଲେ। ସେଠାରେ ବବିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୋମବାର ସକାଳ ସାଢେ ୭ଟାରେ ତାଙ୍କ ଶବ ଗାଁରେ ପହଞ୍ଚିଛି। ଶବ ପହଞ୍ଚିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବବିତା ଏକ ସାଧାରଣ କୃଷକ ପରିବାରରୁ ହୋଇଥିବା ବେଳେ ତାଙ୍କ ମୃତ୍ୟୁରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.