ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଛତୁଆରେ ପୋକ; ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

Published By : Bijay Swain | July 16, 2025 9:45 PM

ଖଜୁରୀପଡ଼ା, ୧୬/୦୭(ଆପ୍ର): କୋମଳ ମତି ଶିଶୁମାନଙ୍କ ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ କରାଯାଇଛି । ସେମାନଙ୍କ ମାନସିକ ଓ ଶାରୀରିକ ବୃଦ୍ଧି ସହିତ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସରକାର ପୁଷ୍ଟିକର ଖାଦ୍ୟ ସହିତ ଛତୁଆ ଯୋଗାଇ ଦେଉଛନ୍ତି । ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ  ଛତୁଆ ଦିଆଯାଉଛି। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏହାର ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଛି। କିନ୍ତୁ ଏହି ଛତୁଆର ମାନକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି। କିଛି ମାସ ତଳେ ଜିଲ୍ଲାର ୬ଟି ଛତୁଆ ପ୍ରସ୍ତୁତି କେନ୍ଦ୍ରର ଛତୁଆ ଭୂବନେଶ୍ୱର ଠାରେ ପରୀକ୍ଷଣ ବେଳେ ଏହା ନିକୃଷ୍ଟ ମାନର ବୋଲି ରିପୋର୍ଟ ଆସିଥିଲା। ଫଳରେ ବିଭାଗ ଆଜି ପର୍ଯ୍ୟନ୍ତ ଏମାନଙ୍କ ବିଲ ଅଟକାଇ ରଖିଛି। 

ତେବେ ଏବେ ପୁଣି ଆଉ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଖଜୁରୀପଡ଼ା ବ୍ଲକର ଚକାପଥର ଠାରେ ଥିବା ଅଙ୍ଗନୱାଡ଼ି ୩(ଖ) ରେ ଅଙ୍ଗନୱାଡ଼ି ଠାରେ ପୋକ ଲାଗିଥିବା ଛତୁଆ ବଣ୍ଟନ କରାଯାଇଛି । ଏହି ପୋକ ଲାଗିଥିବା ଛତୁଆ ନେଇ ସସ୍ମିତା କହଁର, ସୁଷମା ଭୋଇ, ସ୍ନେହଲତା କହଁର ପ୍ରମୂଖ ଜିଲ୍ଲାପାଳଙ୍କୁ ଦେଖାଇଛନ୍ତି। ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏହି ଛତୁଆ ଦେଖି ସିଡିପିଓ କ୍ରୀଷ୍ଣା କୁମାରୀ ବେହେରାଙ୍କୁ ଏହା କେମିତି ବଣ୍ଟନ କରାଗଲା ବୋଲି ପ୍ରଶ୍ନ କରିଛନ୍ତି। କେଉଁ କେଉଁ କେନ୍ଦ୍ରରେ ଏଭଳି ଛତୁଆ ବଣ୍ଟନ ହୋଇଛି ତଦନ୍ତ କରି ରିପ୍ରେଟ ତଲବ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଖରାପ ଛତୁଆ ଦିଆ ଯାଇଥିବା ଜଣାପଡେ, ତେବେ ସେମାନଙ୍କ ପେମେଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। 

ଅପରପକ୍ଷେ, ଛତୁଆ ପ୍ରସ୍ତୁତ ସ୍ଥାନକୁ ବିଡ଼ିଓ ଏବଂ ତହସିଲଦାର ଅଚାନକ ଚଢ଼ାଉ କରି ଖାଦ୍ୟର ମାନ ଯାଞ୍ଚ କରିବାକୁ ସିଡିଓ ଶମ୍ଭୁନାଥ ନନ୍ଦୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପୁଷ୍ଟିକର ଖାଦ୍ୟ ଗୁଡିକର ତଦାରଖ ନ ହେବା ଯୋଗୁ ନିମ୍ନ ମାନର ଛତୁଆ ବଣ୍ଟନ ହେଉଥିବା ଏବଂ ଏହି ଖାଦ୍ୟ ଖାଇ ଶିଶୁ ଓ ଗର୍ଭବତୀ ମହିଳା ରୋଗଗ୍ରସ୍ତ ହେବାର ଆଶଙ୍କା ରହୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହା ଉପରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ମତ ପ୍ରକାଶ ପାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.