ପ୍ରମୂଖ ଖବର
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ମଧ୍ୟପ୍ରଦେଶରେ ବିଶ୍ୱର ସବୁଠୁ ବୟସ୍କ ମାଈହାତୀ; ଦ୍ୱିତୀୟ ବିଶ୍ୱଯୁଦ୍ଧ, ଭାରତର ସ୍ୱାଧୀନତା ସଂଗ୍ରାମର ସାକ୍ଷୀ

Published By : Prameya | June 10, 2025 9:00 AM

ମଧ୍ୟପ୍ରଦେଶ,୧୦/୦୬: ମଧ୍ୟପ୍ରଦେଶର ପନ୍ନା ବ୍ୟାଘ୍ର ଅଭୟାରଣ୍ୟରେ ରହୁଥିବା ମାଈହାତୀ ବତ୍ସଳାକୁ ବିଶ୍ୱର ସବୁଠୁ ବୟସ୍କ ହାତୀ ବୋଲି କୁହାଯାଉଛି । ତା’ର ବୟସ ୧୦୦ ବର୍ଷରୁ ଅଧିକ  ହେବ । କିଛି ରିପୋର୍ଟରେ ୧୯୧୭ ମସିହାରେ ତା’ର ଜନ୍ମ ହୋଇଥିବା କୁହାଯାଉଛି । ଅର୍ଥାତ୍‌ ନିଜ ଜୀବନକାଳ ମଧ୍ୟରେ ବତ୍ସଳା ଦ୍ୱିତୀୟ ବିଶ୍ୱଯୁଦ୍ଧ,  ଭାରତର ସ୍ୱାଧୀନତା ଆନ୍ଦୋଳନ ପ୍ରଭୃତିର ସାକ୍ଷୀ  ରହିଛି । 

୧୯୭୧ ମସିହାରେ ତାକୁ କେରଳରୁ ପନ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଅଣାଯାଇଥିଲା । ତା’ ପରଠାରୁ ପନ୍ନା ବ୍ୟାଘ୍ର ଅଭୟାରଣ୍ୟ ତା’ର ଘର ପାଲଟିଯାଇଛି । ଅଧିକାଂଶ ସମୟରେ କାଠ ବୋହିବା ଓ ପର୍ଯ୍ୟଟକଙ୍କୁ ବୁଲାଇବା ତା’ର କାମ ଥିଲା । ୨୦୧୦ରେ ତାକୁ କାର୍ଯ୍ୟରୁ ଅବସର ଦିଆଯାଇଥିଲା । ଏହା ପରେ ମୋତିଆବିନ୍ଦୁ କାରଣରୁ ସେ ଦୃଷ୍ଟିଶକ୍ତି  ହରାଇଥିଲା । ତେବେ ଏତେ ବୟସର ହୋଇଥିଲେ ବି ନିଜ ଦଳର ଅନ୍ୟ ହାତୀମାନଙ୍କ ସହ ସେ ଏବେ ବି ସହଜରେ ବୁଲାଚଲା କରୁଛି । ବ୍ୟାଘ୍ର ଅଭୟାରଣ୍ୟ ପକ୍ଷରୁ ମଧ୍ୟ ବତ୍ସଳାର ସ୍ୱତନ୍ତ୍ର ଯତ୍ନ ନିଆଯାଉଛି । ତାକୁ ପ୍ରତିଦିନ ସହଜରେ ହଜମ ହୋଇପାରିବା ଭଳି ଖାଦ୍ୟ ଦିଆଯାଉଛି । ନିୟମିତ ଭାବେ ତା’ର ସ୍ୱାସ୍ଥ୍ୟ ପରୀକ୍ଷଣ ମଧ୍ୟ ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.