ପ୍ରମୂଖ ଖବର
  • ଉତ୍ତରାଖଣ୍ଡ: ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ
  • ||
  • ଗୁଜରାଟ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୨୪୨ ଯାତ୍ରୀ
  • ||
  • ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଡ଼ବିଲ: ଯୋଡ଼ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ଲୁଟ, ବନ୍ଧୁକ ମୁନରେ ୫ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର
  • ||
  • ରାଜ୍ୟ ସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ କରିବ ସଚେତନ
  • ||
  • ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
  • ||
  • କଟକ : ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ସମ୍ପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର
  • ||
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

କେରଳରେ ୫୦ ବର୍ଷ ପୁରୁଣା ବିଦ୍ୟାଳୟ ଝଗଡ଼ାର ପ୍ରତିଶୋଧ: ୬୨ ବର୍ଷୀୟ ବ୍ୟକ୍ତିଙ୍କୁ ଆକ୍ରମଣ, ଦୁଇ ଗିରଫ

Published By : Bijay Swain | June 10, 2025 6:32 PM

image courtesy: indiatoday

କାସାରଗୋଡ଼: କେରଳର କାସାରଗୋଡ଼ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୟେଉଁଠି ୫୦ ବର୍ଷ ପୂର୍ବରୁ ଚତୁର୍ଥ ଶ୍ରେଣୀରେ ହୋଇଥିବା ଏକ ଝଗଡ଼ାର ପ୍ରତିଶୋଧ ନେବାକୁ ଯାଇ ଦୁଇ ବ୍ୟକ୍ତି ସେମାନଙ୍କର ପୂର୍ବତନ ସହପାଠୀ ୬୨ ବର୍ଷୀୟ ଭି.ଜେ. ବାବୁଙ୍କୁ ଆକ୍ରମଣ କରିଛନ୍ତି। ପୋଲିସ ଏହି ଘଟଣାରେ ଦୁଇ ଅଭିଯୁକ୍ତ, ମାଲୋଥୁ ବାଲକ୍ରିଷ୍ଣନ ଓ ମାଥ୍ୟୁ ଭାଲିୟାପ୍ଲାକ୍କଲଙ୍କୁ ଗିରଫ କରିଛି। 

ଘଟଣାଟି କାସାରଗୋଡ଼ ଜିଲ୍ଲାର ମାଲୋମ ସହରରେ ସୋମବାର ଦିନ ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ଘଟିଥିଲା। ଅଭିଯୁକ୍ତ ଦ୍ୱୟ ଭି.ଜେ. ବାବୁଙ୍କୁ ଜାନାରଙ୍ଗମ ହୋଟେଲ ନିକଟରେ ପଥର ଦ୍ୱାରା ଆକ୍ରମଣ କରିଥିଲେ। ଯାହାଫଳରେ ବାବୁଙ୍କର ଦୁଇଟି ଦାନ୍ତ ଭାଙ୍ଗି ଯାଇଥିଲା ଏବଂ ତାଙ୍କୁ କନ୍ନୁରର ପାରିୟାରମ ସ୍ଥିତ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 

ସୂଚନା ମୁତାବକ, ଏହି ତିନି ଜଣ ପ୍ରାୟ ୫୨ ବର୍ଷ ପୂର୍ବେ ମାଲୋମର ନାଟାକ୍କାଲୁ ଏଡେଡ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ଏକାଠି ପଢ଼ୁଥିଲେ। ତେବେ ସେ ସମୟରେ କୈଣସି କାରଣକୁ ନେଇ ବାବୁ ବାଲକ୍ରିଷ୍ଣନଙ୍କୁ ସହ ଗଣ୍ଡଗୋଳ କରି ମାଡ ମାରିଥିଲେ। ତେବେ ଏହି ଘଟଣାର ୫ ଦଶନ୍ଧି ପରେ ସ୍କୁଲରେ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା। ଏହି ବିନ୍ଧୁମିଳନ ଉତ୍ସବରେ ଯୋଗ ଦେବା ପୂର୍ବରୁ ବାଲକ୍ରିଷ୍ଣନ, ବାବୁଙ୍କୁ ଏନେଇ ପ୍ରଶ୍ନ ମଧ୍ୟ କରିଥିଲେ। ତେବେ ବାବୁ ଏହି ଘଟଣାକୁ ଏତେ ଗମ୍ଭୀରତାର ସହ ନେଇ ନଥିଲେ। ତେବେ ବନ୍ଧୁମିଳନ ଉତ୍ସବରେ ବାବୁ ପହଞ୍ଚିବା ପରେ ବାଲକ୍ରିଷ୍ଣନ ଓ ତାଙ୍କ ସହଯୋଗି ମାଥ୍ୟୁ ତାଙ୍କୁ ଏନେଇ ପ୍ରଶ୍ନ କରିବା ସହ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କ ଉପରେ ଆକ୍ରମଣ କରିଥିଲେ। 

ଭେଲାରିକୁଣ୍ଡୁ ପୋଲିସ ଇନ୍ସପେକ୍ଟର ଟି.କେ. ମୁକୁନ୍ଦନଙ୍କ ଅନୁଯାୟୀ, ଅଭିଯୁକ୍ତଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୧୨୬(୨) (ଅନ୍ୟାୟରୂପେ ବାଧା ସୃଷ୍ଟି), ୧୧୮(୧) (ସ୍ୱେଚ୍ଛାକୃତ ଭାବେ ଆଘାତ) ଏବଂ ୩(୫) (ସାଧାରଣ ଉଦ୍ଦେଶ୍ୟ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଯଦି ଡାକ୍ତରୀ ରିପୋର୍ଟରେ ଦାନ୍ତ ଭାଙ୍ଗିବା ଘଟଣା ସହ ଜଡ଼ିତ ଥିବା ସ୍ଥିର ହୁଏ, ତେବେ ଏହା ଏକ ଜାମିନ ଅଯୋଗ୍ୟ ଅପରାଧ ଭାବେ ପରିଗଣିତ ହେବ ବୋଲି ସୂଚନା ଦେଇଛନ୍ତି। 

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କାରଣ ଏକ ଦଶନ୍ଧି ପୁରୁଣା ବିବାଦ ଏଭଳି ହିଂସାତ୍ମକ ରୂପ ନେବ ବୋଲି କେହି ଆଶା କରିନଥିଲେ। ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.