ପ୍ରମୂଖ ଖବର
  • ଉତ୍ତରାଖଣ୍ଡ: ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ
  • ||
  • ଗୁଜରାଟ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୨୪୨ ଯାତ୍ରୀ
  • ||
  • ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଡ଼ବିଲ: ଯୋଡ଼ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ଲୁଟ, ବନ୍ଧୁକ ମୁନରେ ୫ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର
  • ||
  • ରାଜ୍ୟ ସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ କରିବ ସଚେତନ
  • ||
  • ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
  • ||
  • କଟକ : ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ସମ୍ପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର
  • ||
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

ଉତ୍ତରାଖଣ୍ଡରୁ ମିଳିଲା ଆସାମ ଯୁବତୀଙ୍କ ମୃତଦେହ; ୫ ଦିନ ହେବ ଦିଲ୍ଲୀରୁ ଥିଲେ ନିଖୋଜ

Published By : Bijay Swain | June 10, 2025 9:17 PM

ନୂଆଦିଲ୍ଲୀ: ଆସାମର ଦିମା ହସାଓ ଜିଲ୍ଲାର ୨୬ ବର୍ଷୀୟ ରସ୍ମିତା ହୋଜାଇଙ୍କ ମୃତଦେହ ଉତ୍ତରାଖଣ୍ଡର ପାଉଡ଼ି ଗଡ଼ୱାଲ ଜିଲ୍ଲାରେ ଏକ ନଦୀ କୂଳରୁ ଉଦ୍ଧାର ହୋଇଛି। ରସ୍ମିତା ଜୁନ ୫ ତାରିଖରେ ଦିଲ୍ଲୀରେ ରେଳ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ଦେବା ପାଇଁ ଆସିଥିଲେ ଏବଂ ସେହି ଦିନ ହିଁ ସେ ନିଖୋଜ ହୋଇ ଯାଇଥିଲେ।

ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ରସ୍ମିତା ପରୀକ୍ଷା ପରେ ଦୁଇ ପୁରୁଷ ସାଙ୍ଗ ହରିୟାଣାର ହେମନ୍ତ ଶର୍ମା (ତାଙ୍କ ପୂର୍ବତନ ସହପାଠୀ) ଏବଂ ହରିୟାଣାର ରୋହତକର ପଙ୍କଜ କୋକରଙ୍କ ସହ ଉତ୍ତରାଖଣ୍ଡର ଋଷିକେଶ ଅଭିମୁଖେ ଯାତ୍ରା କରିଥିଲେ। ଏହି ଦୁଇ ବ୍ୟକ୍ତି ଶିବପୁରୀ ଥାନାରେ ରସ୍ମିତାଙ୍କ ନିଖୋଜ ହେବା ନେଇ ରିପୋର୍ଟ କରିଥିଲେ ଏବଂ ଦାବି କରିଥିଲେ ଯେ ସେ ନଦୀରେ ଭାସି ଯାଇଛନ୍ତି। ବର୍ତ୍ତମାନ ଏହି ଦୁଇଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ମୁଙ୍କିରେଟି ଥାନାର ଏସଏଚଓ ପ୍ରଦୀପ ଚୌହାନ କହିଛନ୍ତି ଯେ ପୁଲିସ ଆତ୍ମହତ୍ୟାର ସମ୍ଭାବନାକୁ ମଧ୍ୟ ବିଚାର କରୁଛି। କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ ରିପୋର୍ଟର ଅପେକ୍ଷା କରାଯାଉଛି। ହରିଦ୍ୱାର ପୁଲିସ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (ଏସଡିଆରଏଫ) ସହାୟତାରେ ନଦୀରେ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛି।

ଦିମା ହସାଓର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ (ସିଇଏମ) ଦେବଲାଲ ଗୋର୍ଲୋସା ଏକ ଫେସବୁକ ପୋଷ୍ଟରେ ଏହି ଦୁଃଖଦ ଘଟଣାକୁ ନିଶ୍ଚିତ କରିଛନ୍ତି। ସେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ଉତ୍ତରାଖଣ୍ଡ ପୁଲିସଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି। ଗୋର୍ଲୋସା ଏହି ଘଟଣାରେ ଜଡ଼ିତ ଦୁଇ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ରସ୍ମିତାଙ୍କ ପରିବାର ଜୁନ ୬ ତାରିଖରେ ହାଫ୍ଲଙ୍ଗ ଥାନାରେ ଏକ ନିଖୋଜ ଅଭିଯୋଗ ଦାୟର କରିଥିଲେ। ତାଙ୍କ ମାଆ ସୋଲମୋଦୀ ହୋଜାଇଙ୍କୁ ଜୁନ ୭ ତାରିଖ ସକାଳେ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା, ଯାହା ଘଟଣାକୁ ଆହୁରି ରହସ୍ୟମୟ କରିଛି।

ଏହି ଘଟଣା ଆସାମର ସୋନଟିଲା ହୋଜାଇ ଗାଁରେ ଶୋକର ଛାୟା ଖେଳାଇ ଦେଇଛି। ପରିବାର ଓ ସ୍ଥାନୀୟ ଲୋକେ ନ୍ୟାୟ ପାଇଁ ଦାବି କରୁଛନ୍ତି। ପୁଲିସ ଘଟଣାର ସମସ୍ତ ଦିଗକୁ ବିଚାରକୁ ନେବା ସହ ଏହି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଏହି ଘଟଣାର ଅଧିକ ତଥ୍ୟ ପାଇଁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ଯାଏ ଅପେକ୍ଷା କରାଯାଇଛି ବୋଲି ଉତ୍ତରାଖଣ୍ଡ ପୋଲିସ ସୂଚନା ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.