ପ୍ରମୂଖ ଖବର
  • ଉତ୍ତରାଖଣ୍ଡ: ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ
  • ||
  • ଗୁଜରାଟ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୨୪୨ ଯାତ୍ରୀ
  • ||
  • ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଡ଼ବିଲ: ଯୋଡ଼ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ଲୁଟ, ବନ୍ଧୁକ ମୁନରେ ୫ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର
  • ||
  • ରାଜ୍ୟ ସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ କରିବ ସଚେତନ
  • ||
  • ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
  • ||
  • କଟକ : ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ସମ୍ପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର
  • ||
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରରେ ବ୍ରେକ୍‌, LOx ଲିକ୍‌ ପାଇଁ ପୁଣି ଟଳିଲା ଆକ୍ସିଓମ୍-୪ ମିଶନ୍

Published By : Ankita S | June 11, 2025 7:58 AM

ନୂଆଦିଲ୍ଲୀ,୧୧/୦୬: କିଛି ଘଣ୍ଟାର ଅପେକ୍ଷା ଥିଲା । କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା । ହେଲେ ପୁଣି ଅଟକିଲା ଆକ୍ସିଓମ୍ ମିଶନ୍-୪ । ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରାରେ ପୁଣି ବ୍ରେକ୍ ଲାଗିଛି । 'ଷ୍ଟେଟିକ୍‌ ଫାୟର' ପରୀକ୍ଷଣ ପରେ ବୁଷ୍ଟର ଯାଞ୍ଚ ବେଳେ ଲିକ୍ୟୁଇଡ୍‌ ଅକ୍ସିଜେନ୍‌ (LOx) ଲିକ୍‌ ହୋଇଥିଲା । ତେଣୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବହୁପ୍ରତୀକ୍ଷିତ ଆକ୍ସିଓମ୍‌-୪ ମିଶନ୍‌କୁ ସ୍ଥଗିତ ରଖାଯାଇଛି ।

ଆଜି (ବୁଧବାର) ସନ୍ଧ୍ୟା ୫.୩୦ରେ ମହାକାଶ ଯାତ୍ରା କରିଥାନ୍ତେ ଭାରତର ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଲା ଓ ତାଙ୍କ ଟିମ୍‌ । ନାସା ଓ ସ୍ପେସ୍‌ଏକ୍ସର ‘ଆକ୍ସିଓମ୍‌-୪’ ମିଶନରେ ଶୁଭାଂଶୁ ଓ ତାଙ୍କର ୩ ସାଥୀ ସ୍ପେସ୍‌ଏକ୍ସ ଡ୍ରାଗନ୍‌ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌କୁ ଯାତ୍ରା କରିଥାନ୍ତେ । ସ୍ପେସ୍‌ ଷ୍ଟେସନ୍‌ରେ ୧୪ ଦିନର ରହଣିରେ ଏହି ନକ୍ଷତ୍ରବିଜ୍ଞାନୀମାନେ ୬୦ ବୈଜ୍ଞାନିକ ଅଧ୍ୟୟନ ଓ ଗତିବିଧିରେ ଭାଗ ନେଇଥାନ୍ତେ । ଆକ୍ସିଓମ୍‌ ମହାକାଶ ମିଶନରେ ହେବାକୁ ଯାଉଥିବା ଏହା ଏପର୍ଯ୍ୟନ୍ତର ସର୍ବାଧିକ ଅଧ୍ୟୟନ ହେବ । ହେଲେ ପୁଣି ଅନିର୍ଦ୍ଧିଷ୍ଟକାଳ ପାଇଁ ମିଶନ୍‌ରେ ବ୍ରେକ୍ ଲାଗିଛି ।

ଅଧିକ ପଢନ୍ତୁ...ଶୁଭାଂଶୁ ଶୁକ୍ଳାଙ୍କ ସହ ମହାକାଶ ଯିବ ଟାର୍ଡିଗ୍ରେଡ୍‌, ଏହି ଜୀବର ବିଶେଷତ୍ବ କ’ଣ ?


ମିଶନ ୱେବ୍‌ସାଇଟ୍‌ ଅନୁସାରେ,ଶୁଭାଂଶୁ ଏହି ୧୪ ଦିନିଆ ମିଶନରେ ବିଭିନ୍ନ ଭାରତୀୟ ଏଜେନ୍ସିଙ୍କ ପାଇଁ ୭ ଅନୁସନ୍ଧାନ କରିଥାନ୍ତେ । ସେଥିରେ ମାୟୋଜେନେସିସ୍‌, କ୍ରପ୍‌ ସିଡ୍‌ସ ଇନ୍‌ ଇଣ୍ଟରନ୍ୟାସ୍‌ନାଲ ସ୍ପେସ୍‌ ଷ୍ଟେସନ୍‌ (ମହାକାଶ କେନ୍ଦ୍ରରେ ଶସ୍ୟ ବୃଦ୍ଧି ପ୍ରୟୋଗ), ଭୋୟାଜର ଟାର୍ଡିଗ୍ରେଡ୍‌ସ, ସ୍ପେସ୍‌ ମାଇକ୍ରୋଏଲ୍‌ଗି, ସ୍ପ୍ରାଉଟିଂ ସିଡ୍‌ସ, ସାଇନୋବ୍ୟାକ୍ଟେରିଆ ଅନ୍‌ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍‌, ଭୋୟଜର ଡିସ୍‌ପ୍ଲେ ସାମିଲ ରହିଛି । ଏହି ମିଶନ କେବଳ ପ୍ରୟୋଗ ପାଇଁ ନୁହେଁ, ପରବର୍ତ୍ତୀ ସ୍ପେସ୍‌ ଷ୍ଟେସନ୍‌ ନିର୍ମାଣର ମାର୍ଗ ମଧ୍ୟ ଖୋଲିବ । ଶୁଭାଂଶୁ ଓ ଆକ୍ସିଓମ୍‌-୪ ମିଶନ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୈଜ୍ଞାନିକ ସମୁଦାୟର ପ୍ରଗତିରେ ଏହା ଯୋଗଦାନ ଦେବ ଏବଂ ପରବର୍ତ୍ତୀ ସ୍ପେସ୍‌ ଷ୍ଟେସନ୍‌ର ମୂଳଦୁଆ ପକାଇବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.