ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

୯ ଲକ୍ଷ ଅବୈଧ ପ୍ରବାସୀ; କାର୍ଯ୍ୟାନୁଷ୍ଠାନ ନେଇ ଆମେରିକାରେ ବୋବାଲ, ୪ ଦିନ ହେବ ଜଳୁଛି ଲସ୍ ଏଞ୍ଜେଲ୍‌ସ

Published By : Ankita S | June 11, 2025 2:39 PM

Hindustanlive

ୱାଶିଂଟନ,୧୧/୦୬: ଦିନକୁ ଦିନ ଅଣାୟତ୍ତ ହେଉଛି ଲସ୍ ଏଞ୍ଜେଲ୍‌ସ ହିଂସା । ୪ ଦିନ ଜଳୁଛି ଆମେରିକାର କାର୍ଲିଫର୍ଣ୍ଣିଆ ପ୍ରଦେଶସ୍ଥିତ ଲସ୍ ଏଞ୍ଜେଲସ୍ । ବିକ୍ଷୋଭ, ଜଳାପୋଡ଼ାରେ ସ୍ଥିତି ଗମ୍ଭୀର ହୋଇଛି । ସ୍ଥିତି ନୟନ୍ତ୍ରଣ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ୨ ହଜାର ନ୍ୟାସନାଲ ଗାର୍ଡସ ପଠାଇଛନ୍ତି । ଲସ୍ ଏଞ୍ଜେଲସ୍‌ର ଏପରି ସ୍ଥିତି ଆଇନ୍ ଶୃଙ୍ଖଳା ଉପରେ ଆକ୍ରମଣ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକାରେ ଥିଲା ୯ ଲକ୍ଷ ଅବୈଧ ପ୍ରବାସୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଜଳୁଛି ଲସ୍ ଏଞ୍ଜେଲସ୍ ।

ଲସ୍‌ ଏଞ୍ଜେଲ୍‌ସ ସହରରେ ୪ ଦିନ ଧରି ହିଂସାକାଣ୍ଡ ଲାଗି ରହିଛି । ଏବେ ଏହା ଅଣାୟତ୍ତ ହୋଇପଡ଼ିଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଉ ୨ ହଜାର ନ୍ୟାସନାଲ ଗାର୍ଡସ ପଠାଇଛନ୍ତି । ଏଥିସହ ତାଙ୍କ ନିର୍ଦ୍ଦେଶକ୍ରମେ ୭୦୦ ମେରାଇନ୍‌ କମାଣ୍ଡୋ ମଧ୍ୟ ହିଂସାଗ୍ରସ୍ତ ଅଞ୍ଚଳରେ ପହଞ୍ଚିଛନ୍ତି । ଏମାନଙ୍କୁ ମିଶାଇ ଲସ୍‌ ଏଞ୍ଜେଲ୍‌ସରେ ମୋଟ ୪ ହଜାର ସୁରକ୍ଷା କର୍ମୀ ମୁତୟନ ହେଲେଣି । ଆମେରିକାରେ ବେଆଇନ ଭାବେ ରହୁଥିବା ଅପ୍ରବାସୀଙ୍କୁ ବିଦା କରିବା ଲାଗି ଟ୍ରମ୍ପ୍‌ ପ୍ରଶାସନ ଯେଉଁ ପଦକ୍ଷେପ ଆରମ୍ଭ କରିଛି, ତାହାକୁ ବିରୋଧ କରି ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି ।ଏଞ୍ଜେଲ୍‌ସରେ ଚାଲିଥିବା ଆନ୍ଦୋଳନରେ ଅଧିକାଂଶ ମେକ୍ସିକୋର ଅବୈଧ ଅପ୍ରବାସୀ ରହିଛନ୍ତି ।

ଲସ୍‌ ଏଞ୍ଜେଲ୍‌ସର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଦୋକାନ, ବଜାର ଓ ସପିଙ୍ଗ୍‌ ମଲ୍‌ରେ ପଶି ଲୁଟ୍‌ପାଟ କରିଛନ୍ତି । ଏମିତି କି ଶତାଧିକ ଗାଡ଼ି ପୋଡ଼ି ଦେଇଛନ୍ତି । ହିଂସାକୁ ରୋକିବା ଲାଗି ନ୍ୟାସନାଲ ଗାର୍ଡସ ଓ ୭୦୦ ମେରାଇନ୍‌ କମାଣ୍ଡୋ ଆକ୍ସନକୁ ଆସିଛନ୍ତି । ସେମାନଙ୍କ କାର୍ଯ୍ୟାନୁଷ୍ଠାନରେ ଏ ପର୍ଯ୍ୟନ୍ତ ଦୁଇଜଣ ପ୍ରାଣ ହରାଇଲେଣି । ଏଭଳି ସ୍ଥିତିରେ ଟ୍ରମ୍ପ୍‌ ନ୍ୟାସନାଲ ଗାର୍ଡସଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ମାସ୍କ ପିନ୍ଧି ହିଂସାକାଣ୍ଡ ଘଟାଉଥିବା ଲୋକଙ୍କୁ ତୁରନ୍ତ ଗିରଫ ଲାଗି କହିଛନ୍ତି । ଅପ୍ରବାସୀଙ୍କ ଆନ୍ଦୋଳନକୁ କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗେଭିନ ନ୍ୟୁସମ୍‌ ସମର୍ଥନ କରୁଥିବାରୁ ରାଷ୍ଟ୍ରପତି ଟ୍ରମ୍ପ୍‌ କ୍ରୋଧାନ୍ୱିତ ହୋଇଛନ୍ତି ।

ଲସ୍ ଏଞ୍ଜେଲସ୍‌ ହିଂସାକୁ ନେଇ ଟ୍ରମ୍ପ ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇଛନ୍ତି । ରାଜ୍ୟ ସରକାର ଟ୍ରମ୍ପ୍‌ଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ହିଂସାକୁ ନେଇ ଟ୍ରମ୍ପ କହିଛନ୍ତି,''ଏହା ଶାନ୍ତି ଶୃଙ୍ଖଳା ଉପରେ ଆକ୍ରମଣ । ଗଣର୍ଣ୍ଣର ନ୍ୟୁସମ୍ ବହୁତ ଖରାପ କାମ କରିଛନ୍ତି । ତାଙ୍କର ସବୁଠୁ ବଡ଼ ଅପରାଧ ହେଉଛି ସେ ପୁଣି ଗଭର୍ଣ୍ଣର ହେବାକୁ ଚାହୁଁଛନ୍ତି । ନ୍ୟୁସନ୍ କାମକୁ ନେଇ ମୁଁ ସନ୍ତୁଷ୍ଟ ନାହିଁ । ଲସ୍ ଏଞ୍ଜେଲସ୍‌କୁ ପୁଣି ସୁରକ୍ଷିତ ସୁନ୍ଦର କରିବୁ ।''


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.