ପ୍ରମୂଖ ଖବର
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

‘ଗୁଡ୍‌ ବାଏ ଇଣ୍ଡିଆ’... ବିମାନ ଦୁର୍ଘଟଣାର କିଛି ସମୟ ପୂର୍ବରୁ ଶେଷ ଇନ୍‌ଷ୍ଟାରେ ପୋଷ୍ଟ କରିଥିଲେ ଜେମି

Published By : Prameya | June 13, 2025 9:22 AM

ନୂଆଦିଲ୍ଲୀ ୧୩/୦୬: ଲଣ୍ଡନର ଜେମି ମିକ୍‌ ତାଙ୍କ ଗୁଜରାଟ ବୁଲା ଶେଷ କରି  ଘରକୁ ଫେରିବାକୁ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅର୍ନ୍ତଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ ।  ବୁଧବାର ରାତିରେ ସେ ଭାରତ ଯାତ୍ରାର ଅନୁଭୂତି ଉପରେ  ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ କରିଥିଲେ । ସାଙ୍ଗରେ ତାଙ୍କ ବନ୍ଧୁ  ଫିଓଞ୍ଜଲ ଗ୍ରିନ୍‌ଲ-ମିକ୍‌ ଥିଲେ । ଏଥିରେ ସେ କହିଥିଲେ  ‘ଭାରତରେ ଶେଷ ରାତି’ । ଗୁରୁବାର ସକାଳେ ଜେମି  ବିମାନକୁ ଯିବା ପୂର୍ବରୁ ଆଉ ଏକ ଭିଡିଓ ପୋଷ୍ଟ କରି ‘ଗୁଡ୍‌ ବାଏ ଇଣ୍ଡିଆ’ କହିଥିଲେ ।  




ତାଙ୍କ ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ ଅନୁସାରେ ସେ ଏକ ଆଧ୍ୟାତ୍ମିକ ସୁସ୍ଥତା କେନ୍ଦ୍ର ‘ୱେଲନେସ  ଫାଉଣ୍ଡାରୀ’ର ନିର୍ଦ୍ଦେଶକ । ସେହିପରି ତାଙ୍କ ବନ୍ଧୁ ଫିଓଞ୍ଜଲ ଏକ ଭିଡିଓ ଷ୍ଟୋରୀରେ  କହିଥିଲେ, ଏଠାରେ ବେଶ୍‌ ଚମତ୍କାର ଅନୁଭୂତି ମିଳିଛି । ଚମତ୍କାର କଥା ଘଟିଛି । ଏହି  ଯାତ୍ରା ମନେରହିବ । ଏଠାରେ ବେଶ୍‌ ସ୍ୱାଦିଷ୍ଟ ଖାଦ୍ୟ ବି ଉପଭୋଗ କରିଛୁ । ଇଂଲଣ୍ଡକୁ  ୧୦ ଘଣ୍ଟାର ବିମାନ ଯାତ୍ରା କରିବାକୁ ହେବ ବୋଲି ଉଭୟେ ଭିଡିଓରେ କହିଥିଲେ ।  ତେବେ ଏହାର କିଛି ସମୟ ପରେ ସେମାନଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । 

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପୂରା ଦେଶକୁ ସ୍ତବ୍ଧ  କରିଦେଇଛି । ଅହମଦାବାଦରୁ ଲଣ୍ଡନ ଯାଉଥିବା ବିମାନର  ୧୨ କ୍ରୁ ସଦସ୍ୟ, ୨ ପାଇଲଟ ଏବଂ ୨୩୦ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ  ଛାଡ଼ିଦେଲେ ବାକି ସମସ୍ତଙ୍କର ମୃତ୍ୟୁ ଘଟିଛି । ବିମାନ ଉଡ଼ାଣ କରିବା  ପରର ସେହି ଛାତିଥରା ଦୃଶ୍ୟ ସାମ୍‌ନାକୁ ଆସିଛି । ଟେକ୍‌ଅଫ୍‌ର ମାତ୍ର  ୩୦ ସେକେଣ୍ଡ ମଧ୍ୟରେ ବିଶାଳକାୟ ଏୟାର ଇଣ୍ଡିଆ ବୋଇଂ ୭୮୭ ଡ୍ରିମ୍‌ଲାଇନର ଦୁର୍ଘଟଣାଗ୍ରସ୍ତ ହୋଇ ପାଉଁଶ ହୋଇଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.