ପ୍ରମୂଖ ଖବର
  • ସମ୍ବଲପୁର : ଯୁବକଙ୍କୁ ଛୁରୀ ଭୁସି ହତ୍ୟା
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ରେଜଲ୍ଟ; ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର
  • ||
  • ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଗଲା ୪ଟି ବଗି
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ପରୀକ୍ଷା ଫଳ; neet.nta.nic.inରେ ରେଜଲ୍ଟ
  • ||
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଏବେ ପରମାଣୁ ଚୁକ୍ତି କର, ନଚେତ ଆହୁରି ବିନାଶ ହେବ…ଇରାନ୍‌କୁ ଧମକ ଦେଲେ ଟ୍ରମ୍ପ

Published By : Tapas Panda | June 13, 2025 5:25 PM

Image Courtesy: indiatv

ନୂଆଦିଲ୍ଲୀ: ଇରାନ ଉପରେ ଏକ ବଡ଼ ଆକ୍ରମଣ କରିଛି ଇସ୍ରାଏଲ । ଏହା ପରେ ଇରାନ ପ୍ରତିଶୋଧ ନେବ ବୋଲି ଚେତାବନୀ ଦେଇଛି । ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରମାଣୁ ଚୁକ୍ତିନାମା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ ଇରାନକୁ କହିଛନ୍ତି ଯେ, ଇସ୍ରାଏଲ ପାଖରେ ଅନେକ ବିପଦପୂର୍ଣ୍ଣ ଅସ୍ତ୍ର ଅଛି। ଇରାନରେ ଯେଉଁମାନେ ଚୁକ୍ତିନାମାକୁ ବିରୋଧ କରୁଥିଲେ ସେମାନଙ୍କୁ ହତ୍ୟା କରାଯାଇଛି। ଇରାନ ପାଖରେ ଏବେ ବି ସୁଯୋଗ ଅଛି। ଏବେ ଚୁକ୍ତି କର ନଚେତ୍ ଆହୁରି ବିନାଶ ହେବ।  ଟ୍ରମ୍ପ ଏକ ପୋଷ୍ଟରେ ଲେଖିଛନ୍ତି, ମୁଁ ଇରାନକୁ ଚୁକ୍ତି କରିବା ପାଇଁ ଅନେକ ସୁଯୋଗ ଦେଇଥିଲି। 

 ଆମେରିକା ବିଶ୍ୱର ସର୍ବୋତ୍ତମ ଏବଂ ଘାତକ ସାମରିକ ଉପକରଣ ତିଆରି କରେ ଏବଂ ଇସ୍ରାଏଲ ପାଖରେ ଏହାର ଏକ ବିଶାଳ ଭଣ୍ଡାର ଅଛି। ଆଗକୁ ଆହୁରି କିଛି ହୋଇପାରେ ବୋଲି ଟ୍ରମ୍ପ କହିଛନ୍ତି । ସେ କହିଛନ୍ତି, ଇରାନୀ ଉଗ୍ରବାଦୀ ସାହସର ସହିତ କହିଥିଲେ କିନ୍ତୁ ସେମାନେ ଜାଣି ନଥିଲେ ଯେ କ'ଣ ହେବାକୁ ଯାଉଛି। ସେମାନେ ସମସ୍ତେ ଏବେ ମୃତ୍ୟୁବରଣ କରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ଯାହା ହେବ ତାହା ଆହୁରି ଖରାପ ହେବ। ଏହି ନରସଂହାରକୁ ଶେଷ କରିବା ପାଇଁ ଏବେ ବି ସମୟ ଅଛି। ଆଗକୁ ଆହୁରି ଯୋଜନାବଦ୍ଧ ଆକ୍ରମଣ ହେବ, ଯାହା ବହୁତ ଖରାପ ହେବ। 

 ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନକୁ ଏକ ଚୁକ୍ତି କରିବାକୁ ପଡିବ। ଶୁକ୍ରବାର ଇସ୍ରାଏଲ, ଇରାନର ପରମାଣୁ ଏବଂ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା। ଏହାକୁ ଇରାନ ଉପରେ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଇରାନର ଦ୍ରୁତ ଗତିରେ ବଢ଼ୁଥିବା ପରମାଣୁ କାର୍ଯ୍ୟକ୍ରମକୁ ନେଇ ଉତ୍ତେଜନା ମଧ୍ୟରେ ଇସ୍ରାଏଲ ଏହି ଆକ୍ରମଣ କରିଛି। ଆକ୍ରମଣ ପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି କହିଛନ୍ତି ଯେ, ଏଥିପାଇଁ ଇସ୍ରାଏଲକୁ କଠୋର ଦଣ୍ଡ ଦିଆଯିବ। 

 ଇସ୍ରାଏଲ ଆକ୍ରମଣରେ ରିଭୋଲ୍ୟୁସନାରୀ ଗାର୍ଡ ମୁଖ୍ୟ ଜେନେରାଲ ହୁସେନ ସଲାମି ମଧ୍ୟ ପ୍ରାଣ ହରାଇଛନ୍ତି । ଏହା ସହିତ ଇରାନର ସଶସ୍ତ୍ର ବାହିନୀ ମୁଖ୍ୟ ଜେନେରାଲ ମହମ୍ମଦ ବାଘେରିଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଆକ୍ରମଣ ପଛରେ ଆମେରିକାର ହାତ ନାହିଁ ବୋଲି ଓ୍ବାଶିଂଟନ ଡିସି ସ୍ପଷ୍ଟ କରିଛି । ଇରାନ ଉପରେ ଆକ୍ରମଣ ପରେ, ସାଉଦି ବୈଦେଶିକ ମନ୍ତ୍ରୀ ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ସେ ଇସ୍ରାଏଲ ଆକ୍ରମଣ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଇସ୍ରାଏଲ-ଇରାନ ଯୁଦ୍ଧ ଉପରେ ରୁଷ ମଧ୍ୟ ଏକ ବିବୃତ୍ତି ଜାରି କରିଛି। ରୁଷ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ରୁଷୀୟ ବୈଦେଶିକ ମନ୍ତ୍ରଣାଳୟ ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ଜାତିସଂଘ ନିୟମର ଉଲ୍ଲଂଘନ ବୋଲି କହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.