ନୂଆଦିଲ୍ଲୀ,୧୪/୦୬: ଋଷର କୁରିଲ ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ତୀବ୍ରତା ୬.୫ ରେକର୍ଡ । ଏନେଇ ସୂଚନା ଦେଇଛି ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର। ତେବେ ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମି ଠାରୁ ୧୨ କିଲୋମିଟର ତଳେ ରହିଛି । କୁରିଲ ଦ୍ୱୀପପୁଞ୍ଜ ହେଉଛି ଋଷିଆର ପୂର୍ବ ଭାଗରେ ଥିବା ସାଖାଲିନ୍ ଓବ୍ଲାଷ୍ଟରେ ଅବସ୍ଥିତ ଏକ ଦ୍ୱୀପପୁଞ୍ଜ। ଏହି ଦ୍ୱୀପପୁଞ୍ଜ କାମଚାଟକା ଉପଦ୍ୱୀପର ଦକ୍ଷିଣ ପ୍ରାନ୍ତରୁ ହୋକାଇଡୋ ଦ୍ୱୀପର ଉତ୍ତର-ପୂର୍ବ କୋଣ ପର୍ଯ୍ୟନ୍ତ ୭୫୦ ମାଇଲ୍ ବିସ୍ତାରିତ। ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହେବା ନେଇ ସୂଚନା ନାହିଁ।
ସେହିପରି ୨୬ ଜାନୁଆରୀରେ ଋଷର କାମଚଟକା ଅଞ୍ଚଳର ପୂର୍ବ ଉପକୂଳ ନିକଟରେ ମଧ୍ୟ ୫.୫ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଭୂମିକମ୍ପର କେନ୍ଦ୍ରଭୂମି ୫୧ କିଲୋମିଟର ତଳେ ଥିଲା। ଏହା ପୂର୍ବରୁ, ଗତ ବର୍ଷ ଡିସେମ୍ବରରେ, କୁରିଲ୍ ଦ୍ୱୀପପୁଞ୍ଜରେ ହିଁ ୬.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ପ୍ରକାଶ ଥାଉକି, ୧୯୫୨ ମସିହାରେ ଋଷର କୁରିଲ୍ ଦ୍ୱୀପପୁଞ୍ଜରେ ୯ ତୀବ୍ରତାର ଏକ ଭୂମିକମ୍ପ ରେକର୍ଡ କରାଯାଇଥିଲା।