ପ୍ରମୂଖ ଖବର
  • ସମ୍ବଲପୁର : ଯୁବକଙ୍କୁ ଛୁରୀ ଭୁସି ହତ୍ୟା
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ରେଜଲ୍ଟ; ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର
  • ||
  • ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଗଲା ୪ଟି ବଗି
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ପରୀକ୍ଷା ଫଳ; neet.nta.nic.inରେ ରେଜଲ୍ଟ
  • ||
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଲ୍ୟାଣ୍ଡଫଲ୍‌ କଲା ଟାଇଫୁନ୍‌ ‘ଉତିପ୍‌’, ଚୀନ୍‌ର ହୈନାନ୍‌ ପ୍ରଦେଶରେ ଭୟର ବାତାବରଣ

Published By : Tapas Panda | June 13, 2025 10:31 PM

Image Courtesy: aol.com

ନୂଆଦିଲ୍ଲୀ: ଚୀନର ହୈନାନ୍ ପ୍ରଦେଶରେ ଟାଇଫୁନ୍‌ ‘ଉତିପ୍’ ଲ୍ୟାଣ୍ଡଫଲ୍‌ କରିଛି । ଭୟାବହତାକୁ ଦୃଷ୍ଟିରେ ରଖି ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏକ ବଡ଼ ଧରଣର ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଗୁରୁବାର ରାତି ୮ଟା ସୁଦ୍ଧା ନିର୍ମାଣ ସ୍ଥାନ, ବନ୍ୟାପ୍ରବଣ ତଳିଆ ଅଞ୍ଚଳ ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ୧୬,୫୬୧ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ପ୍ରଦେଶର ୩୦,୭୨୧ ମାଛ ଧରିବା ଜାହାଜ ବନ୍ଦରକୁ ଫେରିଛି କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।  ୪୦ ହଜାରରୁ ଅଧିକ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଉପକୂଳକୁ ଫେରାଇ ଅଣାଯାଇଛି। 

 ଚୀନ୍‌ ଗଣମାଧ୍ୟମ ଜିହ୍ନୁଆରେ ପ୍ରକାଶିତ ଖବର ଅନୁସାରେ, ସ୍ଥାନୀୟ ସମୟ ରାତି ୧୧ଟାରେ ବାତ୍ୟା ଉପକୂଳ ଛୁଇଁଛି । ହୈନାନ୍ ପ୍ରଦେଶର ଡଙ୍ଗଫାଙ୍ଗ ସହର ଉପକୂଳରେ ସ୍ଥଳଭାଗ ଛୁଇଁଛି ଟାଇଫୁନ ଉତିପ୍‌ । ଲ୍ୟାଣ୍ଡଫଲ୍‌ କରିବା ପରେ ବାତ୍ୟା, ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବା ସହ ସାମାନ୍ୟ ଦୁର୍ବଳ ହୋଇଛି । ବାତ୍ୟାର କେନ୍ଦ୍ରଭାଗରେ ପବନର ବେଗ ୧୦୮ କିଲୋମିଟର ପ୍ରତି ଘଣ୍ଟା ରହିଛି । ଟାଇଫୁନ୍‌ ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଥିବା କୁହାଯାଉଛି । ସ୍କୁଲ, କଲେଜ୍‌ ବନ୍ଦ ଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଚଳିତ ସପ୍ତାହରେ ଦକ୍ଷିଣ ଚୀନ୍‌ ସାଗରରେ ସୃଷ୍ଟ ବାତ୍ୟାର ନାଁ ଉତିପ ଏବଂ ଏହାର ଅର୍ଥ ପ୍ରଜାପତି । ଏହା ଜୁନ ୧୧ରେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଥିଲା ଏବଂ ବିକଟାଳ ରୂପ ଧରି ଉପକୂଳ ଆଡ଼କୁ ମାଡ଼ି ଆସିଥିଲା । 

 ଟାଇଫୁନ୍‌ ପ୍ରଭାବରେ ହୈନାନ୍ ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ପବନର ବେଗ ଅଧିକ ଥିବାରୁ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି । ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଏହାରି ମଧ୍ୟରେ, ହାଇନାନର ଦକ୍ଷିଣ-ପଶ୍ଚିମ ଉପକୂଳରୁ ପ୍ରାୟ ୨୬ କିଲୋମିଟର ଦୂରରେ ଏକ ମାଲବାହୀ ଜାହାଜରେ ଫସି ରହିଥିବା ୧୨ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ବର୍ତ୍ତମାନ ଉଦ୍ଧାର ଜାହାଜରେ ରଖାଯାଇଛି, ଯେଉଁଠାରେ ସେମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ପାଗ ଅନୁକୂଳ ହେଲେ ସେମାନଙ୍କୁ କୂଳକୁ ଅଣାଯିବ। ସେପଟେ ଟାଇଫୁନ୍‌ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇଉଠିଛି । ସମୁଦ୍ର କୂଳରେ ତିନି ମିଟର ଉଚ୍ଚର ଢେଉ ମାଡ଼ ହେଉଥିବା ଜଣାପଡ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.