ପ୍ରମୂଖ ଖବର
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ତିନି ଦେଶର ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାରେ ଲାଗିଛି ଆମେରିକା, ବଢୁଛି ଯୁଦ୍ଧ ଆଶଙ୍କା

Published By : Harapriya Biswal | June 12, 2025 3:41 PM

ନୂଆଦିଲ୍ଲୀ,୧୨।୬: ପଶ୍ଚିମ ଏସିଆରେ ବଢ଼ୁଛି ଯୁଦ୍ଧ ଆଶଙ୍କା । ଏଥିପାଇଁ  ଇରାକ, କୁଏତ ଓ ବାହାରିନ୍ ସହ ବହୁ ଦେଶରୁ ନିଜ ଦୂତାବାସରେ କର୍ମଚାରୀଙ୍କ ସଂଖ୍ୟା କମ୍ କରିବାକୁ ଚାହୁଁଛି ଆମେରିକା । ଦୂତାବାସର କିଛି କର୍ମଚାରୀ ଓ ତାଙ୍କ ପରିବାର ଲୋକଙ୍କୁ ସେସବୁ ଦେଶ ଛାଡ଼ିବାକୁ ଜାରି ହୋଇଛି ନିର୍ଦ୍ଦେଶ । ଏହା ପଛରେ ଇରାନ ସହ ବଢ଼ୁଥିବା ବିବାଦ ଇସ୍ରାଏଲ-ଇରାନ ଭିତରେ ସମ୍ଭାବିତ ସାମରିକ ବିବାଦର ପ୍ରମୁଖ କାରଣ ବୋଲି କୁହାଯାଉଛି । 

ପଶ୍ଚିମ ଏସିଆରେ ବଢ଼ୁଥିବା ଅଶାନ୍ତି ଆମେରିକାର ବୈଦେଶିକ ବିଭାଗ ଓ ସେନାକୁ ଚିନ୍ତାରେ ପକାଇଛି । ସେଥିପାଇଁ ବୈଦଶିକ ବିଭାଗ ନିଜ ଦୂତାବାସର ସେହି କର୍ମଚାରୀଙ୍କୁ ସଂଖ୍ୟା କମ୍ କରୁଛି, ଯେଉଁମାନଙ୍କର ବିଶେଷ ଦରକାର ନାହିଁ । ବୈଦେଶିକ ବିଭାଗ କହିଛି ଯେ, ଆମେ ନିଜ ଦେଶର ନାଗରିକଙ୍କ ସୁରକ୍ଷା ଚାହୁଁ । ସେଥିପାଇଁ ବାଗଦାଦରେ ମଧ୍ୟ ସୀମିତ ସଂଖ୍ୟାକ କର୍ମଚାରୀଙ୍କୁ ପୂର୍ବରୁ ରଖାଯାଇଛି । ଏହି ନିର୍ଦ୍ଦେଶ ସେଠାର କର୍ମଚାରୀଙ୍କୁ ପ୍ରଭାବିତ କରିବ ନାହିଁ  ବାହାରିନ୍ ଓ କୁଏତରେ ମଧ୍ୟ କର୍ମଚାରୀଙ୍କ ସଂଖ୍ୟା କମ୍ କରାଯାଉଛି । ତାଙ୍କ ପରିବାର ସଦସ୍ୟଙ୍କୁ ଦୂତାବାସ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କୁ ସରକାରୀ ଖର୍ଚ୍ଚ ଓ ସରକାରୀ ସହାୟତାରେ ଦେଶ ଛାଡ଼ିବାର ବିକଳ୍ପ ମିଳିଛି । 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ବୁଧବାର ସନ୍ଧ୍ୟାରେ କହିଥିଲେ ଯେ, ବିପଦ ଥିବାରୁ ସେଠାରୁ କର୍ମଚାରୀଙ୍କୁ ଫେରାଇ ଅଣାଯାଉଛି । ଆମେ ତାଙ୍କୁ ନୋଟିସ୍ ଦେଇସାରିଛୁ । ନିକଟରେ ଇରାନରେ ପରମାଣୁ କାର୍ଯ୍ୟକ୍ରମ ବଢିବାରେ ଲାଗିଛି। ଆମେରିକା ଏହାକୁ ସୀମିତ କରିବାକୁ ଚାହୁଁଛି।ଆଲୋଚନା କରିବାକୁ ଚାହୁଁଥିଲେ ମଧ୍ୟ ତାହା ହୋଇପାରୁନି। ଇରାନ କରୁଛି ପରମାଣୁ ତା’ର ପରମାଣୁ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ରହିଛି।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.