ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଚୀନ୍‌ ପାଇଁ ପାକିସ୍ତାନରେ ଗଧ ମୂଲ୍ୟ ଆକାଶଛୁଆଁ, ଗୋଟିଏ ଗଧର ମୂଲ୍ୟ ୨ ଲକ୍ଷ ଟଙ୍କା

Published By : Krishna Priya | June 11, 2025 8:26 AM

ନୂଆଦିଲ୍ଲୀ ୧୧/୦୬: ପାକିସ୍ତାନରେ ଏବେ ଗଧ ମୂଲ୍ୟ ଆକାଶଛୁଆଁ । ଦେଶର ଅଧିକାଂଶ ଦିନ ମଜୁରିଆଙ୍କ ଜୀବିକାର ଏହା ଏକମାତ୍ର ଉତ୍ସ । କିନ୍ତୁ ଲକ୍ଷାଧିକ ଟଙ୍କା ଦେଇ ଗଧ କିଣିବାରେ ସେମାନେ ସକ୍ଷମ ନୁହନ୍ତି । ପାକିସ୍ତାନ ବଜାରରେ ଗୋଟିଏ ଗଧର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା । ୮ ବର୍ଷ ତଳେ ଏହା ୩୦ ହଜାର ଟଙ୍କା ଥିଲା । ଗଧ ମୂଲ୍ୟରେ ହଠାତ୍‌ ବୃଦ୍ଧିର କାରଣ ଚୀନ୍‌ । ଚୀନ୍‌ ମୋଟା ଅଙ୍କ ଦେଇ ପାକିସ୍ତାନରୁ ଗଧ କିଣୁଥିବାରୁ ପାକ୍‌ ଲୋକଙ୍କ ଜୀବିକାରେ ଏହାର ପ୍ରଭାବ ପଡୁଛି । ପାକିସ୍ତାନରେ ହଠାତ୍‌ ଗଧ ମୂଲ୍ୟ ବଢ଼ିବାର କାରଣ ଚୀନ୍‌ର ବହୁ-ବିଲିଅନ ଡଲାର ଏଜିଆଓ ଉଦ୍ୟୋଗ । ଏଜିଆଓ ଏକ ଜିଲେଟିନ୍‌ ।

ଚୀନ୍‌ର ପାରମ୍ପରିକ ଔଷଧରେ ଏହା ବ୍ୟବହୃତ ହୁଏ । ଗଧ ଚମଡ଼ାକୁ ପାଣିରେ ଫୁଟାଇ ତାକୁ ବହଳିଆ କରି ଏହି ଔଷଧ ପ୍ରସ୍ତୁତ କରାଯାଏ । କ୍ଲାନ୍ତି-ରୋଧୀ ଗୁଣ, ପ୍ରତିରକ୍ଷା ପ୍ରଣାଳୀରେ ସୁଧାର, ଟ୍ୟୁମର୍‌କୁ ଦବାଇବା ସହିତ ଆନେମିଆ-ରୋଧୀ ପ୍ରଭାବ ଯୋଗୁ ଏହି ଔଷଧ ଚୀନ୍‌ର କ୍ଲିନିକ୍‌ମାନଙ୍କରେ ବ୍ୟାପକ ବ୍ୟବହୃତ ହୁଏ । ତେବେ ପଶୁ ଅଧିକାର ସମର୍ଥକଙ୍କ ଅନୁସାରେ, ଗଧ ଆମଦାନି, ଖାସ୍‌କରି ତା’ର ଖୋଳ ପ୍ରତି ଚୀନ୍‌ର ରୁଚି ନୂଆ ନୁହେଁ ।

ଚୀନ୍‌ର ଏଜିଆଓ ଉଦ୍ୟୋଗ ଗତ ୫ ବର୍ଷରେ ୧୬୦ ପ୍ରତିଶତ ବଢ଼ିଛି । ଏଥିରୁ ପ୍ରତିବର୍ଷ ଲକ୍ଷାଧିକ ଗଧଙ୍କ ଚମଡ଼ାର ଆବଶ୍ୟକତା ବଢ଼ିଛି । ଏହି ଚାହିଦା ଚୀନ୍‌ର ଅନେକ ଘରୋଇ କମ୍ପାନିକୁ ପାକିସ୍ତାନ ସମେତ ଅନ୍ୟ ଦେଶରୁ ଗଧ ଆମଦାନିର ସୁଯୋଗ ଦେଇଛି । ଚଳିତ ବର୍ଷ ଏପ୍ରିଲରେ ଚୀନ୍‌ର ଏକ ପ୍ରତିନିଧିମଣ୍ଡଳ ପାକିସ୍ତାନର ଜାତୀୟ ଖାଦ୍ୟ ନିରାପତ୍ତା ଓ ଅନୁସନ୍ଧାନ ସଂଘୀୟ ମନ୍ତ୍ରୀ ରାଣା ତନଭୀର ହୁସେନଙ୍କ ସହ ଦେଶରେ ଗଧ ଫାର୍ମର ପ୍ରତିଷ୍ଠା ଉପରେ ଆଲୋଚନା କରିଥିଲା ।

ପାକିସ୍ତାନର ଅବଦୁଲ ରଶିଦ ଜଣେ ଦିନ ମଜୁରିଆ । ତାଙ୍କ ଜୀବିକା ଉପାର୍ଜନର ଏକମାତ୍ର ଜରିଆ ଗଧ । ତାଙ୍କ ପୋଷା ଗଧ ଟାଇଗର୍‌ର ଗତ ସପ୍ତାହରେ ଦୁର୍ଘଟଣା ଯୋଗୁ ମୃତ୍ୟୁ ହୋଇଥିଲା । ନୂଆ ଗଧ କିଣିବା ତାଙ୍କ ପାଇଁ କାଠିକର ପାଠ ହୋଇଛି । କରାଚୀରେ ସ୍ଥିତ ଦେଶର ସବୁଠୁ ବଡ଼ ଗଧ ବଜାର ଲ୍ୟାରୀରେ ତାଙ୍କର ଭଲ ସମ୍ପର୍କ ଥାଇ ମଧ୍ୟ ସବୁଠୁ ଶସ୍ତା ଓ ସୁସ୍ଥ ଗଧ ୧ ଲକ୍ଷ ୫୫ ହଜାରରେ ମିଳୁଛି । ଏତେ ଟଙ୍କା ଯୋଗାଡ଼ କରିବାରେ ସେ ସକ୍ଷମ ନୁହନ୍ତି । ତାଙ୍କର ବାର୍ଷିକ ଆୟ ୪ ଲକ୍ଷରୁ ମଧ୍ୟ କମ୍‌ । ଗଧ ଅନେକ ଉଦ୍ୟୋଗ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଗରିବ ଦିନ ମଜୁରିଆ ଗଧ ପିଠିରେ ଭାରି ଜିନିଷ ଲଦି ସବୁ ପ୍ରକାର ରାସ୍ତାରେ ଅନେକ କିମି ଚାଲି ମାଲ୍‌ ପରିବହନ କରି ଦୈନିକ ୧୫ଶହରୁ ୨ ହଜାର ଟଙ୍କା ରୋଜଗାର କରନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.