ପ୍ରମୂଖ ଖବର
  • ଉତ୍ତରାଖଣ୍ଡ: ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ
  • ||
  • ଗୁଜରାଟ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୨୪୨ ଯାତ୍ରୀ
  • ||
  • ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଡ଼ବିଲ: ଯୋଡ଼ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ଲୁଟ, ବନ୍ଧୁକ ମୁନରେ ୫ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର
  • ||
  • ରାଜ୍ୟ ସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ କରିବ ସଚେତନ
  • ||
  • ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
  • ||
  • କଟକ : ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ସମ୍ପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର
  • ||
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

ଭାରତୀୟ ତଟରକ୍ଷୀ ବାହିନୀ ଦେଖାଇଲେ କମାଲ୍: ଚୀନ୍‌ ବି ହୋଇଗଲା ଫ୍ୟାନ୍, ଜଣାଇଲା ଧନ୍ୟବାଦ

Published By : Harapriya Biswal | June 10, 2025 7:54 PM

ନୂଆଦିଲ୍ଲୀ,୧୦।୬:  ସୀମା ବିବାଦ ଓ ପାକିସ୍ତାନର ସାହାଯ୍ୟ ପାଇଁ ଚୀନ୍ ସହ ଭାରତର ସମ୍ପର୍କ ଭଲ ନାହିଁ। ତେବେ ଭାରତୀୟ ତଟରକ୍ଷୀ ବାହିନୀର ସତର୍କତା ଓ ସାହାଯ୍ୟ ଭାବନା ଚୀନ୍‌କୁ ପ୍ରଭାବିତ କରିଛି। କେରଳ ଉପକୂଳରେ ସିଙ୍ଗାପୁରର କଣ୍ଟେନର ଜାହାଜ ଏମ୍‌ଭି ଭାନ୍ ହାଇ ୫୦୩ ରେ ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା। ହେଲେ ଭାରତୀୟ ତଟରକ୍ଷୀ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଜାହାଜ ଭିତରେ ଥିବା ଚାଳକ ଦଳର ୨୨ ସଦସ୍ୟଙ୍କ ଭିତରୁ ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ଭିତରେ ଚୀନ୍‌ର ନାଗରିକ ମଧ୍ୟ ଥିଲେ। ଏନେଇ ଭାରତରେ ଅବସ୍ଥାପିତ ଚୀନ୍‌ ଦୂତାବାସର ମୁଖପାତ୍ର ୟୁ ଜିଙ୍ଗ ସୋସିଆଲ ମିଡିଆରେ ପୋଷ୍ଟ କରି ଭାରତୀୟ ନୌସେନା ଓ ମୁମ୍ବାଇ ତଟରକ୍ଷୀ ବାହିନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ସେ କହିଛନ୍ତି, ଏହି ଜାହାଜରେ ମୋଟ ୨୨ ଜଣ ଚାଳକ ଦଳର ସଦସ୍ୟ ଥିଲେ। ତାଙ୍କ ଭିତରେ ୧୪ ଜଣ ଚୀନ୍‌ର ଥିଲେ। କେରଳ ଓଝିକଲ୍ଲରେ ୪୪ ନଟିକାଲ ମାଇଲ ଦୂରରେ ଥିବା   ଜାହାଜରେ ନିଆଁ ଲାଗିଯାଇଥିଲା। କଲୋମ୍ବୋର ହ୍ବାନଭା ସେଭା ଯାତ୍ରା ବେଳେ ଜାହାଜରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଅତି କମ୍‌ରେ ଚାରିଜଣ କ୍ରୁ ମେମ୍ବର ନିଖୋଜ ହୋଇଯାଇଥିଲେ ଓ ୫ ଜଣ ଆହତ ହୋଇଥିଲେ। ଏହି ଜାହାଜ ଏକ କଣ୍ଟେନର ନେଇକି ଯାଉଥିଲା। ଜାହାଜରେ ନିଆଁ ଲାଗିବା ପରେ ଆଇସିଜିଏସ୍ ରାଷ୍ଟ୍ରଦୂତ, ଆଇସିଜିଏସ୍ ଅର୍ଣ୍ଣବେଶ ଓ ଆଇଜିସିଏସ୍ ସଚେତ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଯାଇଥିଲେ। 

ଇଣ୍ଡିଆନ୍ କୋଷ୍ଟ ଗାର୍ଡର କହିବା ଅନୁସାରେ, ସିଙ୍ଗାପୁରର ପତାକା ଥିବା ଏମ୍‌ଭି ଭ୍ୟାନ୍ ହାଇ ୫୦୩କୁ ତୁରନ୍ତ ସହାୟତା ଦେଇଥିଲା। ଆଇସିଜି ଏୟାରକ୍ରାଫ୍ଟ ଏୟାର ଡ୍ରପେବଲ୍ ଜରିଆରେ ନିଆଁ ଲିଭାଇଥିଲା। ସେଭଳି ସହାୟତା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ଚାରୋଟି ଜାହାଜ ତୁରନ୍ତ ଯାତ୍ରା କରିଥିଲା। କୁହାଯାଉଛି ଯେ, ସିପ୍ ଭିତରେ ଥିବା କଣ୍ଟେନରରେ ନିଆଁ ଲାଗିଥିଲା। ଏହାକୁ କାବୁ କରାଯାଇଥିଲା। ତଥାପି ତା ଭିତରକୁ କଳା ଧୂଆଁ ଉଠିଥିଲା। କୋଷ୍ଟ କାର୍ଡ ସମୁଦ୍ର ପ୍ରହରୀ ଓ ସଚେତ ବାଉଣ୍ଡ୍ରି କୁଲିଂର କାମରେ ଲାଗିଥିଲେ। ସେଭଳି ଆଇସିଜି ସିପ୍‌ ସମର୍ଥକୁ ମଧ୍ୟ ମୁତୟନ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.