ପ୍ରମୂଖ ଖବର
  • ଉତ୍ତରାଖଣ୍ଡ: ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ
  • ||
  • ଗୁଜରାଟ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୨୪୨ ଯାତ୍ରୀ
  • ||
  • ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଡ଼ବିଲ: ଯୋଡ଼ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ଲୁଟ, ବନ୍ଧୁକ ମୁନରେ ୫ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର
  • ||
  • ରାଜ୍ୟ ସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ କରିବ ସଚେତନ
  • ||
  • ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
  • ||
  • କଟକ : ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ସମ୍ପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର
  • ||
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

ଅପରାଧ ସ୍ୱୀକାର କଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଅଭିଯୁକ୍ତ; କହିଲେ ହତ୍ୟା ସମୟର ଦୃଶ୍ୟକୁ ଦେଖୁଥିଲେ ସୋନମ୍

Published By : Bijay Swain | June 11, 2025 12:13 AM

ଇନ୍ଦୋର: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଇନ୍ଦୋର କ୍ରାଇମ୍ ବ୍ରାଞ୍ଚ ଅନୁଯାୟୀ, ଏହି ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଅଭିଯୁକ୍ତମାନେ ନିଜ ନିଜର ଦୋଷ ସ୍ୱୀକାର କରିଛନ୍ତି। ରାଜାଙ୍କ ପତ୍ନୀ ସୋନମ୍ ରଘୁବଂଶୀ ଏବଂ ତାଙ୍କ ପ୍ରେମିକ ରାଜ୍ କୁଶୱାହା ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଜଣାପଡ଼ିଛି।

ରାଜା ଓ ସୋନମ୍ ଚଳିତ ବର୍ଷ ମଇ ୧୧ ତାରିଖରେ ଇନ୍ଦୋରରେ ବିବାହ କରିଥିଲେ। ବିବାହର ମାତ୍ର ତିନି ଦିନ ପରେ, ସୋନମ୍ ତାଙ୍କ ପ୍ରେମିକ ରାଜ୍ କୁଶୱାହାଙ୍କ ସହ ମିଶି ରାଜାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ମଇ ୨୦ ତାରିଖରେ ହନିମୁନ୍ ପାଇଁ ମେଘାଳୟ ଯାଇଥିବା ଏହି ଦମ୍ପତି ମଇ ୨୩ ତାରିଖରେ ନିଖୋଜ ହୋଇଯାଇଥିଲେ। ଜୁନ୍ ୨ରେ ରାଜାଙ୍କ ମୃତଦେହ ପୂର୍ବ ଖାସୀ ପାହାଡ଼ରେ ଏକ ଗଭୀର ଖାଇରୁ ମିଳିଥିଲା। ଅଟୋପ୍ସି ରିପୋର୍ଟରୁ ଜଣାପଡ଼ିଛି ଯେ, ରାଜାଙ୍କୁ ମୁଣ୍ଡରେ ଦୁଇଥର ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଥିଲା।

ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ସୋନମ୍ ତାଙ୍କ ସ୍ଵାମୀଙ୍କୁ ହତ୍ୟା କରିବା ପାଇଁ ତିନିଜଣ ସୁପାରୀ କିଲର - ଆକାଶ ରାଜପୁତ, ବିଶାଲ ଚୌହାନ ଓ ଆନନ୍ଦ କୁମାରଙ୍କୁ ନିୟୋଜିତ କରିଥିଲେ। ଏହି ହତ୍ୟାକାରୀମାନେ ମଇ ୨୧ ତାରିଖରେ ଗୌହାଟୀ ଓ ମଇ ୨୨ ତାରିଖରେ ଶିଲଙ୍ଗରେ ପହଞ୍ଚିଥିଲେ। ସୋନମ୍ ନିଜେ ହତ୍ୟା ସମୟରେ ଉପସ୍ଥିତ ଥାଇ ହତ୍ୟାକାରୀମାନଙ୍କୁ "ତାଙ୍କୁ ମାର" ବୋଲି ନିର୍ଦ୍ଦେଶ ଦେଇଥିଲେ। ଖାଲି ଏତିକି ନୁହେଁ ସୋନମ୍ ଘଟଣା ସ୍ଥଳରେ ଉପସ୍ଥିତ ରହି ହତ୍ୟା ସମୟର ଦୁଶ୍ୟକୁ ନିଜ ଆଖିରେ ଦେଖିଥିଲେ ବୋଲି ଅଭିଯୁକ୍ତମାନେ ପୋଲିସକୁ ସୂଚନା ଦେଇଛନ୍ତି। ତେବେ ଏହି ହତ୍ୟାକାଣ୍ଡ ପରେ ସୋନମ୍ ମଇ ୨୫ ତାରିଖରେ ଶିଲଙ୍ଗରୁ ସିଲିଗୁଡ଼ି ହୋଇ ଇନ୍ଦୋର ଫେରିଥିଲେ। ଯେଉଁଠି ସେ ରାଜ୍ କୁଶୱାହାଙ୍କୁ ଏକାନ୍ତରେ ଭେଟିଥିଲେ।

ରାଜ୍ କୁଶୱାହା, ଯିଏକି ସୋନମ୍ ଙ୍କ ବାପାଙ୍କ ପ୍ଲାଇଉଡ୍ ଫ୍ୟାକ୍ଟ୍ରୀରେ କାମ କରୁଥିଲେ, ଏହି ହତ୍ୟାର ମୁଖ୍ୟ ଯୋଜନାକାରୀ ଥିଲେ। ସେ ଇନ୍ଦୋରରେ ରହି ସୋନମ୍ ଙ୍କ ସହ ନିୟମିତ ଯୋଗାଯୋଗ ରଖିଥିଲେ ଏବଂ ସୁପାରୀ କିଲରମାନଙ୍କୁ ନିୟୋଜିତ କରିଥିଲେ। ଅଭିଯୁକ୍ତ ରାଜ୍ କୁଶୱାହା ସୋନମ୍ ଙ୍କ ପରିବାର ସହ ଏହି ଦିନ ଗୁଡିକରେ ବରାବର ରହିଥିଲେ, ଯାହା ତାଙ୍କୁ ସନ୍ଦେହରୁ ଦୂରେଇ ରଖିବାରେ ସାହାଯ୍ୟ କରିଥିଲା।

ମେଘାଳୟ ପୁଲିସର ‘ଅପରେସନ୍ ହନିମୁନ୍’ ଅଧୀନରେ ଏହି ମାମଲାର ତଦନ୍ତ କରାଯାଇଥିଲା। ଜୁନ୍ ୩ରେ ପୁଲିସକୁ ସୋନମ୍ ଙ୍କ ସମ୍ପୃକ୍ତି ବିଷୟରେ ସୂଚନା ମିଳିଥିଲା। ଏକ ସ୍ଥାନୀୟ ଗାଇଡ୍ ଙ୍କ ସାକ୍ଷ୍ୟ ଏବଂ ସୋନମ୍ ଙ୍କ ରେନ୍‌କୋଟ୍ ଓ ଆକାଶଙ୍କ ରକ୍ତଭିଜା ସାର୍ଟ ଭଳି ପ୍ରମାଣ ଏହି ମାମଲା ସମାଧାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସୋନମ୍ ଜୁନ୍ ୯ ତାରିଖରେ ଉତ୍ତର ପ୍ରଦେଶର ଗାଜିପୁରରେ ଆତ୍ମସମର୍ପଣ କରିଥିଲେ। ଯେଉଁଠାରେ ସେ ଏକ ରାସ୍ତାକଡ଼ ଢାବାରେ ପୋଲିସକୁ ଭେଟିଥିଲେ। ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଇନ୍ଦୋର ଓ ସାଗରରୁ ଗିରଫ କରାଯାଇଛି।

ସୋନମ୍ ଙ୍କ ବାପା ଦେବୀ ସିଂହ ଏହି ଅଭିଯୋଗକୁ ଖଣ୍ଡନ କରି ମେଘାଳୟ ପୁଲିସ ଉପରେ ମିଥ୍ୟା ମାମଲା ରୁଜୁ କରିବାର ଅଭିଯୋଗ ଲଗାଇଛନ୍ତି। ସେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଅନ୍ୟପକ୍ଷରେ, ରାଜ୍ କୁଶୱାହାଙ୍କ ମା’ ଓ ଭଉଣୀ ତାଙ୍କୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି।

ଅଭିଯୁକ୍ତମାନଙ୍କୁ ଶିଲଙ୍ଗକୁ ନିଆଯାଇ ଏକ ସ୍ଥାନୀୟ କୋର୍ଟରେ ହାଜର କରାଯିବ। ମେଘାଳୟ ପୁଲିସ ଏହି ମାମଲାରେ ଅଧିକ ତଥ୍ୟ ସଂଗ୍ରହ କରିବା ଜାରି ରଖିଛି। ଏହି ଘଟଣା ସମାଜରେ ଏକ ଗଭୀର ଚର୍ଚ୍ଚାର ବିଷୟ ହୋଇଛି। ଯାହା ବିଶ୍ୱାସଘାତକତା ଓ ତ୍ରିକୋଣୀୟ ପ୍ରେମର ଏକ ଦୁଃଖଦ ଉଦାହରଣ ସୃଷ୍ଟି କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.