ପ୍ରମୂଖ ଖବର
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବାରିପଦା ମେଡିକାଲ କଲେଜରେ "ଜୈବଚିକିତ୍ସା ଓ ସ୍ବାସ୍ଥ୍ୟ ଗବେଷଣା ଏବଂ ଚିକିତ୍ସାଳୟ ପରୀକ୍ଷା" ଉପରେ କର୍ମଶାଳା

ବାରିପଦା/ଭୁବନେଶ୍ୱର ୨୨/୦୭: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ, ବାରିପଦା ଏବଂ ଆଇସିଏମଆର୍ - ଆରଏମଆରସି, ଭୁବନେଶ୍ୱର ସହଭାଗିତାରେ  "ଜୈବଚିକିତ୍ସା ଏବଂ ସ୍ବାସ୍ଥ୍ୟ ଗବେଷଣା" ଉପରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍ ପ୍ରଫେସର ଡାକ୍ତର ପ୍ରତିଭା ପଣ୍ଡା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଫାର୍ମାକୋଲୋଜୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ପ୍ରୀତି ଦାସ ଏବଂ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ଏଲ୍ ଭି ଗୌରୀ ତାଙ୍କୁ ସହଯୋଗ କରିଥିଲେ।

ଏତଦ୍ ବ୍ୟତୀତ ଆଇସିଏମଆର୍ - ଆରଏମଆରସି, ଭୁବନେଶ୍ୱର ଡକ୍ଟର ସିଦ୍ଧାର୍ଥ ଗିରି ଓ ଡକ୍ଟର ଜୟା ସିଂହ ଖତ୍ରି, ଏମ୍ସ ଭୁବନେଶ୍ୱର ଡାକ୍ତର ଅରବିନ୍ଦ କୁମାର ଏବଂ ବାରିପଦା ମେଡିକାଲ କଲେଜର ପ୍ରଫେସର ଡାକ୍ତର ପ୍ରୀତି ଦାସ ଜୈବଚିକିତ୍ସା ଓ ଗବେଷଣା ତଥା ଔଷଧ ଏବଂ ଚିକିତ୍ସାଳୟ ପରୀକ୍ଷଣ ନିୟମ ଉପରେ ବାର୍ତ୍ତା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମଟି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଫାର୍ମାକୋଲୋଜି ଏବଂ ବହୁମୁଖୀ ଗବେଷଣା ବିଭାଗ ଦ୍ବାରା ମିଳିତ ଭାବେ ଆୟୋଜନ କରାଯାଇଥିଲା। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ପ୍ରଫେସର୍ ଡାକ୍ତର ରବିନ୍ଦ୍ର କୁମାର ମିଶ୍ର ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଅନ୍ୟାନ୍ୟ ବିଭାଗର ମୁଖ୍ୟ  ଏବଂ ଛାତ୍ରଛାତ୍ରୀଙ୍କ ସହ  ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.