ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଆକ୍ରମଣାତ୍ମକ ବ୍ୟବହାର ପ୍ରଦର୍ଶନ ପାଇଁ ଭାରତୀୟ ପେସ୍‌ ବୋଲର ଅରୁନ୍ଧତୀଙ୍କୁ ଆଇସିସି ପକ୍ଷରୁ ଚେତାବନୀ

ଦୁବାଇ,୦୮/୧୦: ପାକିସ୍ତାନ ବିପକ୍ଷ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମ୍ୟାଚ୍‌ରେ ଆକ୍ରମଣାତ୍ମକ ବ୍ୟବହାର ପ୍ରଦର୍ଶନ ପାଇଁ ଭାରତୀୟ ପେସ୍‌ ବୋଲର ଅରୁନ୍ଧତୀ  ରେଡ୍ଡୀଙ୍କୁ ଆଇସିସି ପକ୍ଷରୁ ଚେତାବନୀ ଦିଆଯାଇଛି ।  ଉକ୍ତ ମ୍ୟାଚ୍‌ର ୨୦ତମ ଓଭରରେ ପାକିସ୍ତାନ ବ୍ୟାଟର ନିଦା  ଦରଙ୍କୁ ଆଉଟ୍‌ କରିବା ପରେ ସେ ହାତ ଦେଖାଇ ଡ୍ରେସିଂ ରୁମକୁ ଫେରିବାକୁ ଇଙ୍ଗିତ କରିଥିଲେ । ଏହା ଆଇସିସି  ଆଚାର ସଂହିତାର ଧାରା  ୨.୫ ଉଲ୍ଲଂଘନ କରିଥିଲା ।  ପଡ଼ିଆ ଅମ୍ପାୟାର ମ୍ୟାଚ୍‌  ଶେଷ ହେବା ପରେ ମ୍ୟାଚ୍‌ ରେଫରୀଙ୍କ ନିକଟରେ  ରିପୋର୍ଟ କରିଥିଲେ । 

ଏହାପରେ ମ୍ୟାଚ୍‌ ରେଫରୀ  ସାନ୍ଦ୍ରେ ଫ୍ରିଜ୍‌ ଘଟଣାର ଯାଞ୍ଚ  କରି ଅରୁନ୍ଧତୀଙ୍କୁ ଚେତାବନୀ ଦେଇଥିଲେ । ଏହା  ବ୍ୟତୀତ ତାଙ୍କ ଶୃଙ୍ଖଳାଗତ ରେକର୍ଡ଼ରେ ୧ ପଏଣ୍ଟ ଯୋଡ଼ି  ହୋଇଯାଇଛି । ଅରୁନ୍ଧତୀ ନିଜ ଭୁଲ ସ୍ୱୀକାର କରିଥିବାରୁ  ଏଥିରେ ପରବର୍ତ୍ତୀ ଶୁଣାଣିର ଆବଶ୍ୟକତା ନାହିଁ ବୋଲି  ଆଇସିସି ସ୍ପଷ୍ଟ କରିଛି । 

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚ୍‌ରେ  ଭାରତ ୬ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା ।  ଅରୁନ୍ଧତୀ ୧୯ରନ୍‌ ପ୍ରଦାନ କରି ୩ଟି ୱିକେଟ୍‌ ନେବା  ସହ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.