ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ମହିଳା ଟି-୨୦ ବିଶ୍ୱକପ୍ ୨୦୨୪ : ରୋମାଞ୍ଚକର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ

ଶାରଜା – ମହିଳା ଟି-୨୦ ୱାର୍ଲ୍ଡ କପ୍‌ରେ ଆଜି ( ରବିବାର) ୧୩ ଅକ୍ଟୋବରରେ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍‌ ଖେଳା ଯାଇଛି। ଉଭୟ ଟିମ୍‌ ଶାରଜା ମୈଦାନରେ ସାମ୍ନା ସାମ୍ନି ହୋଇଥିଲେ। ଭାରତକୁ ୧୫୨ ରନ୍‌ର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ଭାରତ ବିରୋଧରେ ୯ ରନ୍‌ରେ ମ୍ୟାଚ୍‌କୁ ହାତେଇଛି। ଟିମ୍‌ ଇଣ୍ଡିଆକୁ ହରାଇ ମ୍ୟାଚ୍‌ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । 

ହରମନପ୍ରୀତ ୫୪ ରନ୍‌ କରି ନଟଆଉଟ୍‌ ରହିଥିଲେ। ଭାରତକୁ ୬ଟି ବଲ୍‌ରେ ବିଜୟ ପାଇଁ ୧୪ ରନ୍‌ର ଆବଶ୍ୟକତା ଥିଲା । ହେଲେ ତାହା ଭାରତ କରି ପାରି ନଥିଲା। ଏହି କର ବା ମର ମ୍ୟାଚରେ ୯ ରନ୍‌ରେ ଭାରତକୁ ହାରିବାକୁ ପଡ଼ିଥିଲା। 

ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସି ୧୫୨ରନ୍‌ର ଟାର୍ଗେଟ୍‌ ସେଟ୍‌ କରିଥିଲା। ଜବାବରେ ଭାରତୀୟ ଟିମ୍‌ ୯ ୱିକେଟ୍‌ ହରାଇ ୧୪୨ ରନ୍‌ କରି ପାରିଥିଲା ଏବଂ ମ୍ୟାଚକୁ ହାତ ଛଡ଼ା କରିଥିଲା। 


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.