ରାଞ୍ଚି,୧୩/୦୧: ଓଡ଼ିଶା ୱାରିୟର୍ସ ମହିଳା ହକି ଇଣ୍ଡିଆ ଲିଗ୍ର ଉଦଘାଟନୀ ମ୍ୟାଚ୍ରେ ୪-୦ ଗୋଲରେ ଦିଲ୍ଲୀ ଏସ୍ଜି ପିପର୍ସକୁ ପରାଜିତ କରି ଅଭିଯାନ ଆରମ୍ଭ କରିଛି । ସୀମିତ ସମୟର ରଙ୍ଗାରଙ୍ଗା ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଆରମ୍ଭ ହୋଇଥିଲା ମ୍ୟାଚ୍ । ଓଡ଼ିଶା ଆରମ୍ଭରୁ ଶେଷ ଯାଏ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ୍କୁ ନିୟନ୍ତ୍ରଣରେ ରଖିଥିଲା । ଦଳ ପକ୍ଷରୁ ୧୬, ୩୭, ୪୨ ଓ ୪୩ ମିନିଟରେ ଗୋଲ୍ ହୋଇଥିଲା । ଶେଷ ପର୍ଯ୍ୟନ୍ତ ବହୁ ପ୍ରୟାସ କରି ଦିଲ୍ଲୀ ଗୋଲ ଖାତା ଖୋଲି ପାରିନଥିଲା ।

୨୦୨୬ରେ ପଶ୍ଚିମବଙ୍ଗ ପାଳି, ଦିଲ୍ଲୀ ବିଜୟ ପରେ ଦିଦିଙ୍...