ପ୍ରମୂଖ ଖବର
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ମହିଳାଙ୍କୁ କଚାଡି ମାରିଲା ହାତୀ; ଅଳ୍ପକେ ବର୍ତ୍ତିଲେ ପୁଅ

Published By : Bijay Swain | May 24, 2025 7:23 PM

ବିଶୋଇ, ୨୪/୦୫(ଆପ୍ର): ବିଶୋଇ ଥାନା ଅନ୍ତର୍ଗତ ଗାରଗଡ଼ି ଗ୍ରାମ ରୁଗୁଡ଼ି ସାହିର ବିବାହିତା ମହିଳା ଖିକିଳି ନାଏକ (୨୫) ଆଜି ଏକ ବଣୁଆ ହାତୀ ଆକ୍ରମାଣରେ ନିହତ ହୋଇଥିବା ଜଣାପଡିଛି। ମହିଳା ଜଣକ ଆଜି ସକାଳେ ଗାଁ ପାଖ ଚମଡା ପାହାଡ଼କୁ ଜାଳେଣି ସଂଗ୍ରହ ପାଇଁ ଯାଉଥିବା ବେଳେ ହାତୀ ସହିତ ମୁହାଁମୁହିଁ ହେବା ପରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କ ସହିତ ଥିବା ତାଙ୍କର ଏକ ଛୋଟ ପୁଅ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛି। ଖବର ପାଇ ବନବିଭାଗ ଓ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଚଳାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.