ପ୍ରମୂଖ ଖବର
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ବଜ୍ରାଘାତରେ ୧୫ ଗୋରୁ ମୃତ

Published By : Harapriya Sethi | May 31, 2025 12:50 PM

ବାଙ୍ଗିରିପୋଷି,୩୧/୦୫: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକ ଅନ୍ତର୍ଗତ ଜଳଡିହା ଗ୍ରାମରେ ବଜ୍ରାଘାତରେ ୧୫ ଟି ଗୋରୁ ମୃତ୍ୟୁ ବରଣ କରିଥିବା ବେଳେ ଗୋଟିଏ ଗୁରୁତର ହୋଇଛି। ସରକାରୀ ସହାୟତା ଭାବେ ପ୍ରତ୍ୟେକ ମୃତ ଗୋରୁ ପିଛା ୨୦ ହଜାର ଟଙ୍କା ମିଳିବ ବୋଲି ପ୍ରାଣୀ ବିଭାଗ ତରଫରୁ କୁହାଯାଇଛି।

ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟା ସମୟରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଗ୍ରାମ ନିକଟରେ ଥିବା ଏକ ପଡିଆରେ କିଛି ବଳଦ ଓ ଗାଈ ଚରୁଥିବା ବେଳେ ବର୍ଷା ଯୋଗୁଁ ସେମାନେ ନିକଟସ୍ଥ ଏକ ପଣସ ଗଛ ମୂଳରେ ଆଶ୍ରୟ ନେଇଥିଲେ। ତେବେ ହଠାତ ବଜ୍ରପାତ ହେବା ଫଳରେ ଗଛ ମୂଳରେ ଥିବା ଗୋରୁଗୁଡିକ ସଂଜ୍ଞାହୀନ ହୋଇ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗଦା ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ବାଙ୍ଗିରିପୋଷି ବିଧାୟକ ସଞ୍ଜଲୀ ମୁର୍ମୁ ଘଟଣା ବିଷୟରେ ଜାଣି ଦୁଃଖ ପ୍ରକାଶ କରିବା ସହ ତାଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଣୀ ବିଭାଗ ତରଫରୁ ବିଭାଗୀୟ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସରକାରୀ ସହାୟତା ଭାବେ ପ୍ରତ୍ୟେକ ମୃତ ଗୋରୁ ପିଛା ୨୦ ହଜାର ଟଙ୍କା ମିଳିବ ବୋଲି ପ୍ରାଣୀ ବିଭାଗ ତରଫରୁ କୁହାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.