ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ସ୍ୱାମୀଙ୍କ ମୃତ୍ୟୁ ବେଦନା ଅସହ୍ୟ: ଚିତାରେ ଝାସ ଦେଇ ପତ୍ନୀ ପ୍ରାଣ ହାରିଥିବା ଅନୁମାନ, ଜୁଇ ପାଖରେ ମିଳିଛି ଶାଢ଼ି, ଚପଲ

ଝାରସୁଗୁଡ଼ା/ଜାମଗାଁ,୧୬/୦୭: କ୍ୟାନସର୍‌ ଆକ୍ରାନ୍ତ ସ୍ୱାମୀଙ୍କ ମୃତ୍ୟୁ ବେଦନା ଥିଲା ଅସହ୍ୟ । ସକାଳେ ସ୍ୱାମୀଙ୍କ ମୃତ୍ୟୁ ପରେ ରହସ୍ୟମୟ ଭାବେ ନିଖୋଜ ହୋଇଗଲେ ପତ୍ନୀ । ଆଉ ଶେଷରେ ରାତିରେ ମିଳିଛି ତାଙ୍କର ଶାଢ଼ି, ଚପଲ ଏବଂ ଚଷମା । ସନ୍ଧ୍ୟାରେ ପତିଙ୍କ ଜୁଇ ଜଳିବା ପରେ ଘରୁ ବାହାରି ଯାଇଥିବା ପତ୍ନୀ ସ୍ୱାମୀଙ୍କ ଚିତାରେ ଝାସ ଦେଇ ପ୍ରାଣ ହାରିଥିବା ଅନୁମାନ କରାଯାଉଛି । ଏଭଳି ଅବିଶ୍ୱସନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲା ସୀମାବର୍ତ୍ତୀ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଚିଟ୍‌କାକାନି ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି । 

ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଚକ୍ରଧରନଗର ଥାନାର ଚିଟ୍‌କାକାନି ଗ୍ରାମରେ ସପରିବାର ରୁହନ୍ତି ଜୟଦେବ ଗୁପ୍ତା (୫୯) । କର୍କଟ ଆକ୍ରାନ୍ତ ଜୟଦେବ ୧୦ ବର୍ଷ ହେଲା ଚିକିତ୍ସିତ ହେଉଥିଲେ । କ୍ୟାନସର୍‌ ସହ ଲଢ଼ି ଜୀବନ ବଞ୍ଚାଇବା ପାଇଁ ତାଙ୍କର ସଂଗ୍ରାମ ଜାରି ରହିଥିଲା ।ମାତ୍ର ଶେଷରେ ସେ ହାର ମାନିଥିଲେ । ଗତ ରବିବାର ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅପରାହ୍ନ ୫ଟାରେ ପରିବାର ଲୋକେ ଏବଂ ଆତ୍ମୀୟସ୍ୱଜନ ଜୟଦେବଙ୍କ ଶବ ସତ୍କାର କରିବାକୁ ଶ୍ମଶାନକୁ ଯାଇ ଦୁଇ ଘଣ୍ଟା ପରେ ଫେରିଥିଲେ । ରାତି ପ୍ରାୟ ୧୧ଟାରେ ମୃତକଙ୍କ ପୁଅ ସୁଶୀଳ ମା' ଗୁଲାପୀ ବାଈଙ୍କ ସହ କୌଣସି ବିଷୟରେ କଥା ହେବାକୁ ଚାହିଁଥିଲେ । ହେଲେ ଗୁଲାପୀଙ୍କ କୌଣସି ଖୋଜଖବର ମିଳି ନ ଥିଲା। ପରିବାର ସଦସ୍ୟ ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରି ଜୟଦେବଙ୍କ ଜୁଇ ଜଳୁଥିବା ସ୍ଥାନରେ ପହଞ୍ଚିଥିଲେ । ସେଠାରେ ଯାହା ଦୃଶ୍ୟ ଦେଖିଥିଲେ ତାହା ସେମାନଙ୍କୁ ହତବାକ୍‌ କରି ଦେଇଥିଲା । ଚିତା ଜଳିଥିବା ସ୍ଥାନକୁ ଲାଗି ତଳେ ପଡ଼ି ରହିଥିଲା ଗୁଲାପୀଙ୍କ ଶାଢ଼ି, ଚପଲ ଏବଂ ଚଷମା । ମାତ୍ର ଆଖାପାଖରେ କେଉଁଠି ବି ଗୁଲାପୀ ନ ଥିଲେ । ଗୁଲାପୀ ସ୍ୱାମୀଙ୍କ ଚିତାରେ ଝାସ ଦେଇଥିବା ଜାଣି ପାରି ପରିବାର ସଦସ୍ୟ, ଆତ୍ମୀୟସ୍ୱଜନ ମଶାଣିରୁ ଫେରିଥିଲେ । ସ୍ୱାମୀଙ୍କୁ ହରାଇବାର ଦୁଃଖ ଜଣେ ପତ୍ନୀଙ୍କୁ ଏଭଳି ଏକ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରିବ ଏକଥା ଅବିଶ୍ୱସନୀୟ ହେଲେ ବି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । 

ଅନ୍ୟପଟେ ଘଟଣା ସମ୍ପର୍କରେ ଥାନାକୁ ଜଣାଇବା ପରେ ପୁଲିସ୍‌ ପ୍ରାଥମିକ ଭାବେ ଏକ ନିଖୋଜ ମାମଲା ରୁଜୁ କରିଛି । ଛତିଶଗଡ଼ ରାୟଗଡ଼ ଏସ୍‌ପି ଦିବ୍ୟାଙ୍ଗ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଚକ୍ରଧରନଗର ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.