ଭୁବନେଶ୍ବର,୨୧।୪ : ଘରେ ଏକାକୀ ଥିବା ବେଳେ ମହିଳାଙ୍କୁ ଆକ୍ରମଣ। ଦୁର୍ବୃତ୍ତଙ୍କ ଛୁରାମାଡରେ ମହିଳା ଗୁରୁତର । ଘଟଣାଟି ଘଟିଛି ଚୌଦ୍ୱାର ଆଗ୍ରାହାଟ ବ୍ରାହ୍ମଣ ସାହିରେ। ଗୁରୁତର ମହିଳା ଜଣକ ହେଲେ ସୁପ୍ରିୟା ସାହୁ।
ଏହି ସାହିରେ ରହୁଥିବା ସୁପ୍ରିୟା ସାହୁଙ୍କ ସ୍ବାମୀ କିଛି ଦିନ ତଳେ ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ଘରେ ଏକାକୀ ଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଘରେ ପଶିବା ସହିତ ତାଙ୍କ ବେକକୁ ଛୁରୀରେ କ୍ଷତାକ୍ତ କରି ସ୍କୁଟିରେ ଚାଲି ଯାଇଥିଲେ। । ଏନେଇ ତାଙ୍କ ଶଶୁର ଶରତ ସାହୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଚୌଦ୍ଵାର ପୋଲିସକୁ ଖବର ଦେଇଥିଲେ । ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ ବଡମେଡିକାଲ ପଠାଇବା ସହିତ ଅଧିକ ତଦନ୍ତ ଚଳାଇଛି।