ଭୁବନେଶ୍ବର,୨୧।୪ - ବିଭିନ୍ନ ଦାବୀ ନେଇ ଚୌଦ୍ଵାର ମ୍ୟୁନିସପାଲିଟି ଠିକା ସଫେଇ କର୍ମଚାରୀଙ୍କ ଧାରଣା ଦେଇଛନ୍ତି। ଚୌଦ୍ଵାର ପୌରାଞ୍ଚଳରେ ଦୀର୍ଘବର୍ଷ ଧରି କାମ କରୁଥିବା ସଫେଇ କର୍ମଚାରୀ ମାନେ ୯ଦଫା ଦାବିପତ୍ର ପୌର ନିର୍ବାହୀ ଅଧିକାରୀଙ୍କୁ ଦେଇଛନ୍ତି ।
ସେମାନେ ସର୍ବନିମ୍ନ ମଜୁରୀ ପାଉନଥିବା ସହିତ ସଫେଇ କାର୍ଯ୍ୟରେ ଆବଶ୍ୟକ ଯନ୍ତ୍ରପାତି, ପୋଷାକ, ସାବୁନ ଆଦି ଠିକ୍ ସେ ଯୋଗାଇ ଦିଆଯାଉନାହିଁ । ଏହାବ୍ୟତୀତ ଇପିଏଫ୍, ଇଏସ୍ଆଇ ସହ ଓଭର ଡ୍ୟୁଟି କରିଥିଲେ ମଧ୍ୟ ପ୍ରାପ୍ୟ ମିଳୁନାହିଁ । ସରକାରଙ୍କର ସଫେଇ କର୍ମଚାରୀଙ୍କ ପ୍ରତି ଏଭଳି ଅବିଚାରକୁ ବିରୋଧ କରି ଚୌଦ୍ଵାର ପୌରପାଳିକା ଠିକା କର୍ମଚାରୀ ସଂଘ ପକ୍ଷରୁ ୯ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଠିକା କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀ ମାନ୍ୟତା ଦେବା ସହ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ଇପିଏଫ୍ ଇଏସ୍ଆଇ ସହ ଯନ୍ତ୍ରପାତି, ପୋଷାକ, ଜୋତା ଓ ଟୋପି, ସାବୁନ ଆଦି ସଫେଇ ସାମଗ୍ରୀ ଯୋଗାଇ ଦେବାପାଇଁ ଦାବି କରାଯାଇଛି । ଯଦି ଦାବି ପୂରଣ ନହୁଏ ଆଗାମୀ ଦିନରେ କାର୍ଯ୍ୟ ବନ୍ଦ କରାଯାଇ ଆନ୍ଦୋଳନ ତୀବ୍ର ହେବ ବୋଲି କର୍ମଚାରୀ ମାନେ କହିଛନ୍ତି । ଏନେଇ ପୌରନିର୍ବାହୀ ଅଧିକାରୀ କହିଛନ୍ତି ଦାବୀ ଗୁଡ଼ିକ ପାଇଛି । ଠିକାଦାର ଓ କାଉନସିଲ ରେ ଆଲୋଚନା କରାଯାଇ ସାମଧନ କରାଯିବ ।