ପ୍ରମୂଖ ଖବର
  • କୁଜଙ୍ଗ କୋଠିଆସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା , ହାଇଓ୍ବା ମାଡିଯିବାରୁ ବାପା-ଝିଅ ମୃତ
  • ||
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଟ୍ରମ୍ପଙ୍କ ଟାରିଫ୍ ୱାର୍ ଭିତରେ ମୋଦିଙ୍କ ବଡ଼ ବୟାନ; 'ଚାଷୀଙ୍କ ହିତ ପାଇଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଭାରତ'

Published By : Rasmita Pradhan | August 7, 2025 10:38 AM

ନୂଆଦିଲ୍ଲୀ, ୦୭/୦୮ : ଟ୍ରମ୍ପଙ୍କ ଟାରିଫ୍ ୱାର୍ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ। 'କୃଷକଙ୍କ ହିତ ଆମର ସର୍ବୋଚ୍ଚ ପ୍ରାଥମିକତା। ଭାରତର କୃଷକ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କ ହିତ ସହ କୌଣସି ସାଲିସ୍ ହେବ ନାହିଁ। ଏଥିପାଇଁ ଯେକୌଣସି ମୂଲ୍ୟ ଦେବାକୁ ଭାରତ ପ୍ରସ୍ତୁତ। କୃଷକଙ୍କ ଆୟ ବଢାଇବାକୁ ଏବଂ ଚାଷବାସରେ କମ୍ ଖର୍ଚ୍ଚ, ନୂଆ ଆୟ ସ୍ରୋତ କରିବାକୁ ସରକାର ଲଗାତର କାମ କରୁଛନ୍ତି।' ନୂଆଦିଲ୍ଲୀରେ ଏମ.ଏସ. ସ୍ଵାମୀନାଥନ ଶତାବ୍ଦୀ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ଏହା କହିଛନ୍ତି ।  

ପିଏମ୍ କହିଛନ୍ତି ଯେ, ଦେଶରେ ସୋୟାବିନ, ଶୋରିଷ ଓ ଚିନାବାଦାମର ଉତ୍ପାଦନ ରେକର୍ଡ ସ୍ତରରେ ପହଞ୍ଚିଛି । ସରକାର କୃଷକଙ୍କ ଶକ୍ତିକୁ ଦେଶର ପ୍ରଗତିର ଆଧାର ମାନୁଛି। ପିଏମ୍ ସମ୍ମାନ ନିଧିରୁ ଚାଷୀଙ୍କୁ ଆତ୍ମବଳ ମିଳିଛି। ପିଏମ୍ ଫସଲ ବୀମା ଯୋଜନାରେ କୃଷକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି। କ୍ଷୁଦ୍ର ଚାଷୀଙ୍କୁ ସଶକ୍ତ କରାଯାଇଛି। କୋ-ଅପରେଟିଭ୍ ଏବଂ ସେଲ୍ଫ ହେଲ୍‌ପ ଗ୍ରୁପ୍‌ରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଗ୍ରାମୀଣ ଅର୍ଥ ବ୍ୟବସ୍ଥା ସୁଦୃଢ ହୋଇଛି। 'ପିଏମ୍ କିଷାନ ସମ୍ପଦା' ଯୋଜନାରେ ନୂଆ ଫୁଡ୍ ପ୍ରୋସେସିଂ ୟୁଟିନ୍ ଏବଂ ଖାଦ୍ୟ ଭଣ୍ଡାରକୁ ଗତି ମିଳିଛି । 

ପ୍ରକାଶ ଥାଉକି, ଋଷ ଠାରୁ ତେଲ କିଣିବା ନେଇ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛି। ଏହା ଅଗଷ୍ଟ ୨୭ରୁ ଲାଗୁ ହେବ। ଆଗକୁ ଆହୁରି ଟାରିଫ୍ ବଢାଇବେ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି। ଆମେରିକାର ଏଭଳି କାର୍ଯ୍ୟାନୁଷ୍ଠାନକୁ ଅନୁଚିତ, ଅନ୍ୟାୟ ଏବଂ ଅବିବେକପୂର୍ଣ୍ଣ ବୋଲି ଭାରତ କହିଛି। ଏଥିସହିତ ଭାରତ ଏହାର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଯାହା ସମ୍ଭବ କରିବ ବୋଲି ଦୋହରାଇଛି।

ଏହି ଖବରଟିକୁ ପଢନ୍ତୁ- ଭାରତ ଉପରେ ଟାରିଫ୍ ବମ୍, ଆତଙ୍କୀସ୍ତାନ ସହ ୟାରି : ମୁନୀରଙ୍କୁ ଟ୍ରମ୍ପଙ୍କ ଘନ ଘନ ନିମନ୍ତ୍ରଣ, କାହିଁକି ଆମେରିକା ଯିବେ ପାକ୍ ଆର୍ମି ଚିଫ୍ ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.