ମୁମ୍ବାଇ,୦୭/୦୮: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଫିଲ୍ମ 'ୱାର ୨' । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହାରି ମଧ୍ୟରେ ବର୍ତ୍ତମାନ ଆଜି ଅର୍ଥାତ ଅଗଷ୍ଟ ୭ରେ ନିର୍ମାତା ଫିଲ୍ମର ଗୀତ 'ଜନାବେ ଆଲି' ଟିଜର ରିଲିଜ କରିଛନ୍ତି । ଯେଉଁଥିରେ ହ୍ରିତିକ ରୋଶନ ଓ ଜୁନିଅର ଏନଟିଆରଙ୍କ ଡ୍ଯାନ୍ସ ଦେଖିବାକୁ ମିଳିଛି ।
ନିର୍ମାତା ଅଫିସିଆଲ ସୋସିଆଲ ମିଡିଆରେ ଗୀତ ଟିଜର ରିଲିଜ କରି କ୍ୟାପସନରେ ଲେଖିଛନ୍ତି, ଆପଣ ଯେଉଁ ଡ୍ୟାନ୍ସ ୱାର ପାଇଁ ଅପେକ୍ଷା କରିଥିଲେ ତାହା ପ୍ରାୟ ଆସିଗଲାଣି। ଏଠାରେ ଟିଜ୍... 'ଜନାବେ ଆଲି' ର ସମ୍ପୂର୍ଣ୍ଣ ଗୀତ କେବଳ ଥିଏଟରରେ । 'ୱାର ୨' ୧୪ ଅଗଷ୍ଟରେ ସିନେମା ହଲରେ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷାରେ ମୁକ୍ତିଲାଭ କରିବ ।
ତେବେ ଏହା 'ୱାର'ର ଏକ ସିକ୍ୱେଲ ଅଟେ । ପ୍ରଥମ 'ୱାର' ୨୦୧୯ରେ ମୁକ୍ତିଲାଭ କରିଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । କିନ୍ତୁ 'ୱାର ୨' ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ନିର୍ଦ୍ଦେଶନା ଦେଇଛନ୍ତି ଏବଂ YRF ଦ୍ୱାରା ନିର୍ମିତ ହେଉଛି । 'ୱାର ୨' ହେଉଛି ୟଶ ରାଜ ଫିଲ୍ମସ ସ୍ପାଏ ୟୁନିଭର୍ସର ୬ଷ୍ଠ ଫିଲ୍ମ । 'ୱାର ୨' ରେ ହ୍ରିତିକ ରୋଶନଙ୍କ ସହିତ କିଆରା ଆଡଭାନୀ ଓ ଜୁନିଅର ଏନଟିଆର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଜୁନିଅର ଏନଟିଆରଙ୍କୁ ଭିଲିଆନ ରୋଲରେ ଦେଖିବାକୁ ମିଳିଛି । ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ଡେବ୍ୟୁ କରୁଛନ୍ତି। ପ୍ରଥମ ଥର ପାଇଁ ହ୍ରିତିକ ଓ ଜୁନିଅର ଏନଟିଆର ଏକାଠି ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ ।