ନୂଆଦିଲ୍ଲୀ,୭।୮: ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷା ପରେ ଭୟଙ୍କର ବିପର୍ଯ୍ୟୟ। ଧରାଲି ଗାଁରେ ଖୀର ଗଙ୍ଗାରେ ଆସିଥିବା ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। ତେବେ ଉତ୍ତରାଖଣ୍ଡରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ନୂଆ ନୁହେଁ। ରାଜ୍ୟରେ ବିଗତ ୯ ବର୍ଷରେ ବହୁ ସଂଖ୍ୟାରେ ପ୍ରାକୃତିକ ବିପଦ ଆସିଛି ଏବଂ ଅନେକ ଧନ ଜୀବନ ମଧ୍ୟ ଯାଇଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ରାଜ୍ୟରେ ସଡକ ଦୁର୍ଘଟଣା, ନିଆଁ, ଭୂସ୍ଖଳନ, ଭୂକମ୍ପ, ବନ୍ୟା, ହିମସ୍କଳନ, ବଜ୍ରପାତ, ଜଙ୍ଗଲି ପଶୁଙ୍କ ଆକ୍ରମଣ, ବାଦଲ ଫଟା ବର୍ଷା, ବନାଗ୍ନି ଏବଂ ରୋଗ ବ୍ୟାପିବା ଭଳି ଘଟଣାର ଏକ ବିବରଣୀ ପ୍ରସ୍ତୁତ କରିଛି।
ଏହି ଘଟଣାରେ ମୃତ୍ୟୁ, ଆହତ, ନିଖୋଜ ହେବାର ସୂଚନା ଏକତ୍ର କରାଯାଇଛି। ଏହାଛଡା ଘରର ଆଶିଂକ ଓ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବାର ରେକର୍ଡ ରଖାଯାଇଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ୨୦୧୫ ରୁ ୨୦୨୪ ପର୍ଯ୍ୟନ୍ତର ସଂଖ୍ୟା କହିଛି। ପ୍ରତି ବର୍ଷ ହଜାର ହଜାର ବିପର୍ଯ୍ୟୟ ଆସୁଛି। ଏଥିରେ ସବୁଠାରୁ ଅଧିକ ପ୍ରବଳ ବର୍ଷା ଓ ଫ୍ଲାସ ଫ୍ଲଡର ରହିଛି। ଯାହାର ୧୨୭୫୮ ଟି ଘଟଣା ଦେଖିବାକୁ ମିଳିଛି। ଏହାଛଡା ଭୂସ୍ଖଳନ ମଧ୍ୟ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ୪ ହଜାରରୁ ଅଧିକ ଭୂସ୍ଖଳନ ଘଟଣା ବିଭିନ୍ନ ଜିଲ୍ଲାରେ ଦେଖାଯାଇଛି। ବାଦଲ ମଧ୍ୟ ୬୭ ଥର ଫାଟି ସାରିଛି। ସବୁଠାରୁ ଅଧିକ ବାଦଲ ଫାଟିବାର ଘଟଣା ପୌଡି ଜିଲ୍ଲାରେ ଦେଖିବାକୁ ମିଳିଛି।
ଭୂସ୍ଖଳନ-୪୬୫୪
ବାଦଲ ଫଟା-୬୭
ହିମସ୍ଖଳନ-୯୨
ଝଡ-୬୩୪
ବଜ୍ରପାତ-୨୫୯
ପ୍ରବଳ ବର୍ଷା ଓ ଫ୍ଲାସ ଫ୍ଲଡ-୧୨୭୫୮
ଉତ୍ତରକାଶୀରେ ବିଗତ ୯ ବର୍ଷରେ ଭୂସ୍ଖଳନ,ବନ୍ୟା, ପ୍ରବଳ ବର୍ଷା-ଫ୍ଲାସ ଫ୍ଲଡ, ହିମସ୍କଳନ, ବଜ୍ରପାତ, ବାଦଲ ଫଟା ବର୍ଷା, ଜଙ୍ଗଲରେ ନିର୍ଆ ଭଳି ୧୫୨୫ଟି ଘଟଣା ଘଟିଛି। ଏହି ସମୟରେ କେବଳ ଥରେ ଜିଲ୍ଲାରେ ବାଦଲ ଫଟା ଘଟଣା ରିପୋର୍ଟ ରହିଛି। ପ୍ରାକୃତିକ ବିପଦ ପ୍ରଭାବକୁ କମ୍ କରିବା ପାଇଁ ଚେଷ୍ଟା କରାଯାଉଛି। ଯେଉଁଠି ଭୂସ୍ଖଳନ ହୋଇଛି। ସେଠାରେ ଉପଚାରର କାମ କରାଯାଇଛି। ଏହାଛଡା ଅଧ୍ୟୟନ ମଧ୍ୟ କରାଯାଇଛି।