ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଫିଲିପାଇନ୍ସକୁ ଯାତ୍ରା ହେବ ସହଜ; ଦିଲ୍ଲୀରୁ ମାନିଲାକୁ ଆରମ୍ଭ ହେବ ଡାଇରେକ୍ଟ ବିମାନ ସେବା

Published By : Bijay Swain | August 7, 2025 7:26 PM

ନୂଆଦିଲ୍ଲୀ: ଭାରତ ଓ ଫିଲିପାଇନ୍ସ ମଧ୍ୟରେ ସିଧାସଳଖ ବିମାନ ସେବା ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏୟାର ଇଣ୍ଡିଆ ଦିଲ୍ଲୀରୁ ଫିଲିପାଇନ୍ସର ରାଜଧାନୀ ମାନିଲା ପର୍ଯ୍ୟନ୍ତ ସପ୍ତାହରେ ପାଞ୍ଚ ଦିନ (ସୋମବାର, ବୁଧବାର, ଗୁରୁବାର, ଶନିବାର ଓ ରବିବାର) ସିଧାସଳଖ ବିମାନ ଚଳାଚଳ କରିବ। ଏହି ସେବା ଏୟାର ଇଣ୍ଡିଆର ଏୟାରବସ୍ A321neo ବିମାନ ମାଧ୍ୟମରେ ପରିଚାଳିତ ହେବ। ଯେଉଁଥିରେ ବିଜନେସ୍ କ୍ଲାସ, ପ୍ରିମିୟମ ଇକୋନୋମୀ ଓ ଇକୋନୋମୀ କ୍ଲାସରେ ଯାତ୍ରା କରିବାର ସୁବିଧା ରହିଛି।

ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମ୍ୟାନେଜିଂ ଡାଇରେକ୍ଟର କ୍ୟାମ୍ପବେଲ ଉଇଲସନ କହିଛନ୍ତି, “ଦିଲ୍ଲୀ-ମାନିଲା ରୁଟରେ ଏହି ନନ୍-ଷ୍ଟପ୍ ସେବା ଆରମ୍ଭ ହେଉଛି ଆମର ମିଶନର ଏକ ଅଂଶ। ଯାହା ଭାରତକୁ ବିଶ୍ୱର ଅନ୍ୟ ଅଞ୍ଚଳ ସହ ସିଧାସଳଖ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି।” ଏହି ନୂଆ ରୁଟ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନ, ବାଣିଜ୍ୟ ଓ ସାଂସ୍କୃତିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବ।

ଫିଲିପାଇନ୍ସ ସମ୍ପ୍ରତି ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ୧୪ ଦିନ ପର୍ଯ୍ୟନ୍ତ ଭିସା-ମୁକ୍ତ ପ୍ରବେଶ ଘୋଷଣା କରିଛି। ଯାହା ଭାରତୀୟ ଯାତ୍ରୀଙ୍କ ପାଇଁ ବୋରାକେରର ଧଳା ବାଲୁକା ବେଳାଭୂମି, ପାଲାୱାନର ମନୋରମ ପ୍ରାକୃତିକ ଦୃଶ୍ୟ ଏବଂ ସେବୁରେ ଐତିହାସିକ ସ୍ଥାନଗୁଡ଼ିକୁ ପରିଦର୍ଶନ କରିବାକୁ ଅଧିକ ସହଜ କରିବ। ଅନ୍ୟପକ୍ଷରେ, ଭାରତ ମଧ୍ୟ ଫିଲିପିନୋ ପର୍ଯ୍ୟଟକଙ୍କ ପାଇଁ ସମାନ ଭିସା-ମୁକ୍ତ ସୁବିଧା ଘୋଷଣା କରିଛି।

୨୦୨୩-୨୪ ଆର୍ଥିକ ବର୍ଷରେ ଭାରତ ଓ ଫିଲିପାଇନ୍ସ ମଧ୍ୟରେ ବାଣିଜ୍ୟ ୩.୫୩ ବିଲିୟନ ଡଲାରରେ ପହଞ୍ଚିଛି। ଯାହା ୨୦୧୫-୧୬ର ୧.୮୯ ବିଲିୟନ ଡଲାରରୁ ପ୍ରାୟ ଦ୍ୱିଗୁଣିତ ହୋଇଛି। ଏହି ସିଧାସଳଖ ବିମାନ ସେବା ଦୁଇ ଦେଶ ମଧ୍ୟରେ ଆର୍ଥିକ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

ଏୟାର ଇଣ୍ଡିଆ ଏହି ରୁଟରେ ଏକମାତ୍ର ବିମାନ ସେବା ପ୍ରଦାନକରୀ ସଂସ୍ଥା ହେବ। ଯାହା ଭାରତୀୟ ଯାତ୍ରୀଙ୍କୁ ଫିଲିପାଇନ୍ସର ୭,୦୦୦ରୁ ଅଧିକ ଦ୍ୱୀପପୁଞ୍ଜ ଏବଂ ସେହି ଦେଶର ସାଂସ୍କୃତିକ ଓ ଆଧୁନିକ ଆକର୍ଷଣକୁ ଅନୁଭବ କରିବାରେ ସାହାଯ୍ୟ କରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.