ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ପିଏମ୍ ମୋଦିଙ୍କୁ ସୀମା ହାଇଦର ପଠାଇଲେ ରାକ୍ଷୀ, ହେଲେ ଠିକଣା ଲେଖିଥିଲେ ଭୁଲ

Published By : Harapriya Biswal | August 9, 2025 8:10 PM

ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ପଠାଇଲେ ପାକିସ୍ତାନୀ ମହିଳା ସୀମା ହାଇଦର। ଏ ସମ୍ପର୍କରେ ସୀମା ନିଜର ୟୁଟ୍ୟୁବ ଚ୍ୟାନେଲରେ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି ଏବଂ ଆରଏସଏସ୍ ମୁଖ୍ୟଙ୍କ ସହ ବହୁ ନେତାଙ୍କୁ ସେ ରାକ୍ଷୀ ପଠାଇଛନ୍ତି। ତେବେ ପିଏମ୍ ମୋଦିଙ୍କୁ ରାକ୍ଷୀ ପଠାଇ ସୀମା କରିଦେଇଛନ୍ତି ବଡ଼ ଭୁଲ। କାରଣ ସେ ପ୍ରଧାନମନ୍ତ୍ରୀଙ୍କ ଠିକଣା ଭୁଲରେ ଲେଖିଥିଲେ। 

ସୀମା ପଠାଇଥିବା ରାକ୍ଷୀ ଲଫାଫାରେ ପିଏମ୍‌ଙ୍କୁ ‘ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ, ଦିଲ୍ଲୀ ଲୋକ ନାୟକ ମାର୍ଗ ନୂଆଦିଲ୍ଲୀ ଲେଖିଥିଲେ। ଏହା ସହ ବିନା ପିନ୍‌କୋଡ୍‌ କିମ୍ବା ଡାକ ଟିକେଟ ନଲଗାଇ ନଥିଲେ।  ସେଭଳି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଲୋକ କଲ୍ୟାଣ ମାର୍ଗରେ ରହିଛି। ହେଲେ ସୀମା ‘ଲୋକ ନାୟକ ମାର୍ଗ’ ଲେଖିଥିଲେ।

ମଇ ୨୦୨୩ ରେ ବେଆଇନ ଭାବରେ ନିଜର ୪ ସନ୍ତାନଙ୍କ ସହ ସୀମା ଭାରତରେ ଆସି ପହଁଞ୍ଚିଥିଲେ। ସୀମା ଏବେ ନିଜକୁ ସଚିନ ମିଣାଙ୍କ ପତ୍ନୀ ବୋଲି କହୁଛନ୍ତି। ଅନଲାଇନ୍ ଗେମ୍ ଖେଳି ସଚିନଙ୍କ ପ୍ରେମରେ ପଡିଥିଲେ ସୀମା। ଏହାପରେ ସେ ନିଜର ପିଲାଙ୍କୁ ସା୍‌ଗରେ ଧରି ନେପାଳ ବାଟ ଦେଇ ଭାରତରେ ପ୍ରବେଶ କରିଥିଲେ। ସୀମା ନିଜକୁ ହିନ୍ଦୁ ବୋଲି କହୁଛନ୍ତି ଓ ସବୁ ପର୍ବ ପର୍ବାଣୀକୁ ଧୁମଧାମରେ ପାଳନ କରୁଛନ୍ତି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.