ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

‘ମହାରାଷ୍ଟ୍ରରେ ମିଳିଥିଲା ୧୬୦ ଆସନ ଜିତିବାର ଗ୍ୟାରେଣ୍ଟି’; ଶରଦ ପାୱାରଙ୍କ ବଡ଼ ଖୁଲାସା

Published By : Tapas Panda | August 9, 2025 7:31 PM

Image Courtesy: abplive

ମୁମ୍ବାଇ: ନିର୍ବାଚନ କମିଶନଙ୍କ ଉପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲଗାତାର ଅଭିଯୋଗ ଆଣୁଛନ୍ତି । ଏହାରି ମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏନସିପି (ଏସପି) ମୁଖ୍ୟ ଶରଦ ପାୱାର ଗତ ବିଧାନସଭା ନିର୍ବାଚନକୁ ନେଇ ବିସ୍ଫୋରକ ଖୁଲାସା କରିଛନ୍ତି ।  ସେ କହିଛନ୍ତି ଯେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ ଜଣ ବ୍ୟକ୍ତି ତାଙ୍କୁ ୨୮୮ ଆସନରୁ ୧୬୦ ଆସନ ଜିତିବାର ଗ୍ୟାରେଣ୍ଟି ଦେଇଥିଲେ ।

ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି,  ‘ମୋର ମନେ ଅଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଘୋଷଣା ପୂର୍ବରୁ ଦୁଇ ଜଣ ଲୋକ ଦିଲ୍ଲୀରେ ମୋତେ ଭେଟିବାକୁ ଆସିଥିଲେ। ସେମାନେ ମୋତେ କହିଥିଲେ ଯେ, ମହାରାଷ୍ଟ୍ରର ୨୮୮ ଆସନ ମଧ୍ୟରୁ ଆମେ ଆପଣଙ୍କୁ ୧୬୦ ଆସନର ଗ୍ୟାରେଣ୍ଟି ଦେଉଛୁ। ମୁଁ ଆଶ୍ଚର୍ଯ୍ୟ ହୋଇଥିଲି, ସତ କହିବାକୁ ଗଲେ, ମୋର ନିର୍ବାଚନ କମିଶନ ଉପରେ କୌଣସି ସନ୍ଦେହ ନଥିଲା।’




ସେ ଆହୁରି କହିଛନ୍ତି, ‘ଏହା ପରେ, ମୁଁ ସେହି ଲୋକମାନଙ୍କ ସହ ରାହୁଲ ଗାନ୍ଧୀଙ୍କର ଏକ ବୈଠକ ସ୍ଥିର କରିଥିଲି। ସେମାନେ ଯାହା କହିବାକୁ ଚାହୁଁଥିଲେ, ସେମାନେ ରାହୁଲ ଗାନ୍ଧୀଙ୍କ ସାମ୍ନାରେ କହିଥିଲେ । କିନ୍ତୁ ରାହୁଲ ଗାନ୍ଧୀ ଏବଂ ମୁଁ ମତ ଦେଇଥିଲୁ ଯେ, ଆମେ ଏଥିରେ ଧ୍ୟାନ ଦେବା ଉଚିତ୍ ନୁହେଁ । ଏହା ଆମର ରାସ୍ତା ନୁହେଁ।’

ରାହୁଲ ଗାନ୍ଧୀଙ୍କ ଭଳି ଶରଦ ପାୱାର ନିର୍ବାଚନରେ ଅନିୟମିତତା ନେଇ ଅଭିଯୋଗ ଆଣିଛନ୍ତି । କିନ୍ତୁ ନିର୍ବାଚନ ସମୟରେ ବା ତା ପରେ ଏହି ଦୁଇ ନେତା ଏନେଇ କାହିଁକି ଅଭିଯୋଗ କରିନଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭୋଟ ଚୋରି ନେଇ ରାହୁଲଙ୍କ ଅଭିଯୋଗକୁ ନିର୍ବାଚନ କମିଶନ ମଧ୍ୟ ଖଣ୍ଡନ କରିଛନ୍ତି । ନିକଟରେ ରାହୁଲ ଗାନ୍ଧୀ କାଗଜ ଦେଖାଇ ମିଡିଆ ସାମ୍ନାରେ ଭୋଟ ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ମଧ୍ୟ ରାଜନୀତି ଜୋର ଧରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.