କୋଲାକାତ, ୯।୮: କୋଲକାତାରେ ଆରଜିକର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ମହିଳା ଡାକ୍ତରଙ୍କ ସହ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଏକ ବର୍ଷ ପୂରଣ ହୋଇସାରିଛି। ଏବେ ଏହା ଉପରେ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ହୋଇଛି। ମାମଲାରେ ପୀଡିତ ପରିବାର ସିବିଆଇ ଯାଞ୍ଚ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ଏହା ସହ ସେ ଏଜେନ୍ସିକୁ ବନ୍ଦ କରିବାର ଦାବି କରିଛନ୍ତି। ସେଭଳି ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛି।
ପଶ୍ଚିମବଙ୍ଗରେ ଆରଜିକର କେସ୍କୁ ନେଇ ଶନିବାର କୋଲକାତାର ପାର୍କ ଷ୍ଟ୍ରିଷ୍ଟ କ୍ରସିଂରେ ବିବାଦ ବଢିଯାଇଥିଲା। ଯେତେବେଳେ ନବାନ୍ନ ଅଭିମୁଖେ ବାହାରିଥିଲା ପ୍ରଦଶର୍ନକାରୀଙ୍କ ଉପରେ ଲାଠିଚାର୍ଜ ହୋଇଥିଲା। ପ୍ରଦର୍ଶନକାରୀ ରାଜ୍ୟ ସଚିବାଳୟ ଅଭିମୁଖେ ବାହରିଥିଲେ। ପୋଲିସ ଚେତାବନୀ ପରେ ମଧ୍ୟ ରାନୀ ରାସମୋନି ରୋଡରୁ ଆଗକୁ ଆସି ବିଦ୍ୟାସାଗର ସେତୁ ଆଡକୁ ବଢିବାର ଚେଷ୍ଟା କରିଥିଲେ। ପୋଲିସ ଓ ପ୍ରଦର୍ଶନକାରୀଙ୍କ ଭିତରେ ଠେଲାପେଲା ସ୍ଥିତି ଘଟିଥିଲା। ପୋଲିସର ଲାଠି ଚାର୍ଜ କରିଥିଲା। ଏଥିରେ ପୀଡିତାଙ୍କ ବାପା-ମାଙ୍କ ସହ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୀଡିତାଙ୍କ ମା’ କହିଛନ୍ତି, ମମତା ବାନାର୍ଜୀଙ୍କ ପୋଲିସ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି।