ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

୩୩୪ ଦଳଙ୍କ ପଞ୍ଜିକରଣ ରଦ୍ଦ କଲେ ନିର୍ବାଚନ କମିଶନ୍, ଏହି କାରଣ ପାଇଁ ହେଲେ ଡିଲିଷ୍ଟ

Published By : Harapriya Biswal | August 9, 2025 2:41 PM

ନୂଆଦିଲ୍ଲୀ,୯।୮: ଦେଶରେ ନିର୍ବାଚନୀ ପ୍ରଣାଳୀକୁ ସ୍ବଚ୍ଛ ଓ ପ୍ରଭାବଶାଳୀ କରିବା ଦିଗରେ ଭାରତୀୟ ନିର୍ବାଚନ କମିଶନଙ୍କ ବଡ଼ ଆକ୍ଦନ। ୩୩୪ ରାଜନୈତିକ ଦଳର ରେଜିଷ୍ଟେ୍ରନ୍ ରଦ୍ଦ । ଦେଶରେ ଏବେ ୬ ଜାତୀୟ ଦଳ, ୬୭ ଆଞ୍ଚଳିକ ଦଳ ସହ ରହିବେ ମୋଟ ୨୫୨୦ ପଞ୍ଜିକୃତ ଦଳ। ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନରେ ପ୍ରତିଦ୍ବନ୍ଦିତା ନକରିବାକୁ କାରଣରୁ ଡିଲିଷ୍ଟ କରାଯାଇଛି। ଭାରତରେ ଜନ ପ୍ରତିନିଧି ଅଧିନିୟମ, ୧୯୫୧ର ଧାରା ୨୯ ଏ’ ର ନିୟମ ଅନୁସାରେ  ଇସିଆଇଙ୍କ ନିକଟରେ ରାଜନୈତିକ ଦଳର ରେଜିଷ୍ଟେ୍ରସନ୍ କରାଯାଏ।

୩୩୪ ବେଆଇନ୍ ରାଜନୈତିକ ଦଳକୁ ନିଜର ସୂଚୀରୁ ହଟାଇଲେ ନିର୍ବାଚନ କମିଶନ୍‌। ଏହି କାର୍ଯ୍ୟାନୁଷ୍ଠାନ ଲଗାତାର ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ପ୍ରତିଦ୍ବନ୍ଦିତା ନକରିବା ଆଧାରରେ  କରାଯାଇଛି। ଏହି ଆକ୍ସନ ଦ୍ବାରା‌ ଦେଶରେ ପଞ୍ଜିକୃତ ଦଳଙ୍କ ସଂଖ୍ୟା ୨୮୫୪ରୁ ହ୍ରାସ ପାଇ ୨୫୨୦ହୋଇଯାଇଛି। ନିର୍ବାଚନ କମିଶନଙ୍କ ଅନୁସାରେ ଦେଶରେ ବର୍ତ୍ତମାନ ୬  ଜାତୀୟ ଦଳ, ୬୭ଟି ଆଞ୍ଚଳିକ ଦଳ ଓ ୨୮୫୨ ପଞ୍ଜିକୃତ ଦଳ ଥିଲା। ଏହି ଦଳଙ୍କୁ ପଞ୍ଜିକରଣର ସମୟ, ନାମ, ଠିକଣା, ପଦାଧିକାରୀଙ୍କ ବିବରଣୀ ଓ କୌଣସି ପରିବର୍ତ୍ତନର ସୂଚନା କମିଶନଙ୍କୁ ତୁରନ୍ତ ଦେବାକୁ ପଡିଥାଏ। ଏହା ସହ ଗାଇଡଲାଇନ୍ ଅନୁସାରେ, ଯଦି କୌଣସି ଦଳ ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନରେ ପ୍ରତିଦ୍ବନ୍ଦିତା ନକରନ୍ତି, ତେବେ ତାଙ୍କର ପଞ୍ଜିକରଣ ରଦ୍ଦ କରି ଦିଆଯାଇପାରେ। ଜୁନ୍‌ ୨୦୨୫ରେ ୩୪୫ ପଞ୍ଜିକୃତ ଦଳଙ୍କ ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଇଥିଲା। ଏହି ଦଳକୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ବ୍ୟକ୍ତିଗତ ଶୁଣାଣିର ମଧ୍ୟ ସୁଯୋଗ ଦିଆଯାଇଥିଲା। 

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ୩୪୫ ରୁ୩୩୪ ଦଳଙ୍କୁ ନିୟମ ଉଲଂଘନ କରିବା ପାଇଁ ଡିଲିଷ୍ଟ କରାଯାଇଛି। କମିଶନ୍ ଏହି ପକ୍ରିୟାକୁ ନିର୍ବାଚନ ପ୍ରଣାଳୀର ସ୍ବଚ୍ଛତା ଓ ସୁଦୃଢିକରଣ ପାଇଁ ନିଜର ବ୍ୟାପକ ରଣନୀତିର ଅଂଶ ବୋଲି କହିଛନ୍ତି। ଡିଲିଷ୍ଟ ହୋଇଥିବା ଦଳକୁ ଏବେ ଜନ ପ୍ରତିନିଧିତ୍ବ ଅଧିନିୟମର ଧାରା ୨୯ବି ଓ ୨୯ ସି, ଆୟକର ଅଧିନିୟମ ୧୯୬୧ ଓ ନିର୍ବାଚନ ଚିହ୍ନ , ମୁକ୍ତ ମତଦାନ ସୂଚୀ  କିମ୍ବା ନିର୍ବାଚନ ଚିହ୍ନ ମିଳିବ ନାହିଁ। ପ୍ରଭାବିତ ଦଳକୁ ନିର୍ଦେଶ ତାରିଖର ୩୦ ଦିନ ଭିତରେ କମିଶନଙ୍କ ନିକଟରେ ଅପିଲ କରିବାର ଅଧିକାର ଦିଆଯାଇଛି। ଏହି ପଦକ୍ଷେପ ରାଜନୈତିକ ଦଳର ଉତ୍ତରଦାୟିତ୍ବକୁ ବଢାଇବା ଓ ନିଷ୍କ୍ରିୟ ଦଳକୁ ହଟାଇ ନିର୍ବାଚନ ପକ୍ରିୟାକୁ ସୁବ୍ୟବସ୍ଥିତ କରିବ ବୋଲି ଆଶା କରାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.