ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

‘ଇଡି ଗୁଣ୍ଡା ଭଳି କାମ କରିପାରିବନି, ଆଇନ ପରିସରରେ ରହିବାକୁ ହେବ’ : ସୁପ୍ରିମକୋର୍ଟ

Published By : Harapriya Biswal | August 7, 2025 8:01 PM

ନୂଆଦିଲ୍ଲୀ,୭।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) 'ଗୁଣ୍ଡା' ଭଳି କାର୍ଯ୍ୟ କରିପାରିବ ନାହିଁ। ଏହାକୁ ଆଇନର ପରିସର ମଧ୍ୟରେ କାମ କରିବାକୁ ପଡିବ। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ  (PMLA) ଅନୁଯାୟୀ ମାମଲାଗୁଡ଼ିକରେ ଦଣ୍ଡବିଧାନ ହାର କମ ଥିବା ନେଇ ସୁପ୍ରିମକୋର୍ଟର ବିଚାରପତି ଉଜ୍ଜଲ ଭୂୟାଁ ଗୁରୁବାର ଏହା  କହିଛନ୍ତି ।  PMLA ମାମଲାରେ ଦଣ୍ଡବିଧାନ ହାର ୧୦%  ରୁ କମ୍ ଥିବା ଦର୍ଶାଇ ଜଷ୍ଟିସ ଭୂୟାଁ କହିଛନ୍ତି ,କୋର୍ଟ କେବଳ ଲୋକଙ୍କ ସ୍ୱାଧୀନତା ପାଇଁ ନୁହେଁ ବରଂ EDର ପ୍ରତିଛବି ବିଷୟରେ ମଧ୍ୟ ଚିନ୍ତିତ।

ଖଣ୍ଡପୀଠ ବିଜୟ ମଦନଲାଲ ଚୌଧୁରୀ ମାମଲାରେ ୨୦୨୨ ମସିହାର ରାୟ ବିରୁଦ୍ଧରେ ହୋଇଥିବା ପୁଃନ ବିଚାର ଆବେଦନଗୁଡ଼ିକର ଶୁଣାଣି କରି ଏହା କହିଛନ୍ତି।  ଶୁଣାଣି ସମୟରେ, ଆଡିସନାଲ ସଲିସିଟର ଜେନେରାଲ ଏସଭି ରାଜୁ କହିଥିଲେ, ଅଭିଯୁକ୍ତଙ୍କୁ ECIR  କପି ପ୍ରଦାନ କରିବା ପାଇଁ କୌଣସି ବାଧ୍ୟତାମୂଳକ ନୁହେଁ। ASG ଆହୁରି କହିଥିଲେ ଯେ ମୁଖ୍ୟ, ଅଭିଯୁକ୍ତ କେମ୍ୟାନ୍ ଦ୍ୱୀପପୁଞ୍ଜ ଭଳି ସ୍ଥାନକୁ ପଳାଇଯିବା ପରେ ତଦନ୍ତକାରୀମାନେ ଯାଞ୍ଚ କରିବାରେ ଅକ୍ଷମ।

ଏହାର ଉତ୍ତରରେ ଜଷ୍ଟିସ୍ ଭୂୟାଁ କହିଥିଲେ,  ଆପଣ ଜଣେ ଗୁଣ୍ଡା ବଦମାସ ଭଳି କାମ କରିପାରିବ ନାହିଁ, ଆଇନର ୪ କୋଣ ମଧ୍ୟରେ କାମ କରିବାକୁ ପଡିବ। ମୁଁ  ଏକ କୋର୍ଟ କାର୍ଯ୍ୟରେ ଦେଖିଛି ଯେ, ଆପଣମାନେ ପ୍ରାୟ ୫୦୦୦ ଇସିଆଇଆର ଦାଖଲ କରିଛନ୍ତି। ତେବେ ଦୋଷୀ ସାବ୍ୟସ୍ତ ହେବାର ପରିମାଣ ୧୦% ରୁ କମ୍... ତେଣୁ ଆମେ ଜୋର ଦେଉଛୁ, ଆପଣ ନିଜର ତଦନ୍ତରେ ସୁଧାର କରନ୍ତୁ। ଆମେ ଲୋକଙ୍କ ସ୍ୱାଧୀନତା ବିଷୟରେ କଥା ହେଉଛୁ। ଆମେ EDର ପ୍ରତିଛବି ବିଷୟରେ ମଧ୍ୟ ଚିନ୍ତିତ। ଯଦି ଲୋକମାନେ ୫-୬ ବର୍ଷର ନ୍ୟାୟିକ ହାଜତ ଶେଷରେ ନିର୍ଦ୍ଦୋଷ ପାଆନ୍ତି ତେବେ ଏହାର ମୂଲ୍ୟ କିଏ ଦେବ?  ASG କହିଛନ୍ତି ଯେ PMLA ମାମଲାରେ ଦୋଷମୁକ୍ତ ହେବାର ସଂଖ୍ୟା ବହୁତ କମ୍। PMLA ମାମଲାର ବିଚାର ଖୁବ୍ ବିଳମ୍ବିତ ହେଉଛି। କାରଣ ପ୍ରଭାବଶାଳୀ ଅଭିଯୁକ୍ତମାନେ ଶୁଣାଣୀକୁ ବିଳମ୍ବିତ କରିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଅନେକ ଓକିଲଙ୍କୁ ନିଯୁକ୍ତି  ଦେଇ ଆବେଦନ ପରେ ଆବେଦନ ଦାଖଲ କରୁଛନ୍ତି। ସଂଘ ଆଇନ ଅଧିକାରୀ କହିଛନ୍ତି, ତଦନ୍ତକାରୀମାନେ ମଧ୍ୟ ‘ଖୁବ୍ ଅକ୍ଷମ’ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.