ପ୍ରମୂଖ ଖବର
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଭାରତ ଉପରେ ଟାରିଫ୍ ବମ୍, ଆତଙ୍କୀସ୍ତାନ ସହ ୟାରି : ମୁନୀରଙ୍କୁ ଟ୍ରମ୍ପଙ୍କ ଘନ ଘନ ନିମନ୍ତ୍ରଣ, କାହିଁକି ଆମେରିକା ଯିବେ ପାକ୍ ଆର୍ମି ଚିଫ୍ ?

Published By : Rasmita Pradhan | August 7, 2025 8:44 AM

ନୂଆଦିଲ୍ଲୀ, ୦୭/୦୮ : ଏପଟେ ଭାରତ ଉପରେ ଟାରିଫ୍ ବମ୍, ସେପଟେ ଆତଙ୍କୀସ୍ତାନ ସହ ୟାରି। ପାକ୍ ଆର୍ମି ଚିଫ୍‌ ଫିଲ୍ଡ ମାର୍ସଲ ଅସିମ ମୁନୀରଙ୍କୁ ଟ୍ରମ୍ପଙ୍କ ଘନ ଘନ ନିମନ୍ତ୍ରଣ। ଅଗଷ୍ଟରେ ପୁଣି ଥରେ ଆମେରିକା ଯିବେ ମୁନୀର। ଦୁଇ ମାସ ଭିତରେ ଏହା ତାଙ୍କର ଦ୍ଵିତୀୟ ଆମେରିକା ଗସ୍ତ ହେବ। ଏହା ପୂର୍ବରୁ ସେ ହ୍ଵାଇଟ୍ ହାଉସ୍‌ରେ ଆୟୋଜିତ ଲଞ୍ଚ୍‌ରେ ସାମିଲ ହୋଇଥିଲେ। ଏହାଦ୍ଵାରା ଆମେରିକା ଓ ପାକିସ୍ତାନ ଭିତରେ ଆହୁରି ଘନିଷ୍ଠତା ବଢିବ।

ଆମେରିକାର ସେଣ୍ଟ୍ରାଲ କମାଣ୍ଡର ଜେନେରାଲ ମାଇକେଲ୍ କୁରିଲା ଅଗଷ୍ଟ ମାସରେ ଅବସର ନେବାକୁ ଯାଉଛନ୍ତି। କୁରିଲାଙ୍କ ବିଦାୟକାଳୀନ ସମାରୋହରେ ସାମିଲ ହେବାକୁ ଅସିମ ମୁନୀର ୱାଶିଂଟନ ଯାଉଛନ୍ତି। କିଛି ଦିନ ପୂର୍ବରୁ କୁରିଲା ଆମେରିକା ଇଣ୍ଟେଲିଜେନ୍ସର ବ୍ୟବହାର କରି ଆଇଏସଆଇଏସର ୫ ଆତଙ୍କବାଦୀଙ୍କୁ ଧରିବା ନେଇ ପାକିସ୍ତାନର ଜୋରଦାର୍ ପ୍ରଶଂସା କରିଥିଲେ। ସେ କହିଥିଲେ, ଆତଙ୍କବାଦ ସହ ମୁକାବିଲା କରିବା ପାଇଁ ପାକିସ୍ତାନ ଚେଷ୍ଟା ଚଳାଇଛି। ଏହି କାରଣରୁ ଆମକୁ ଭାରତ ଏବଂ ପାକିସ୍ତାନ ସହ ସମ୍ପର୍କକୁ ମଜବୁତ କରିବା ଦରକାର।

ସୂଚନା ଥାଉକି, ଅସିମ ମୁନୀର ଚଳିତ ବର୍ଷ ଜୁନ ମାସରେ ୫ ଦିନିଆ ଆମେରିକା ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହ୍ଵାଇଟ ହାଉସ୍‌ରେ ଲଞ୍ଚ କରିଥିଲେ। ଟ୍ରମ୍ପ ଏବଂ ମୁନୀର ପ୍ରାୟ ୨ ଘଣ୍ଟା ଯାଏଁ ଆଲୋଚନା କରିଥିଲେ। ସେପଟେ ଟ୍ରମ୍ପ ଋଷ ଠାରୁ ତେଲ କିଣିବା ନେଇ ଭାରତ ଉପରେ ଟାରିଫ୍ ଉପରେ ଟାରିଫ୍ ଲଦି ଚାଲିଛନ୍ତି। ଭାରତ ଉପରେ ଟ୍ରମ୍ପ ମୋଟ ୫୦ ପ୍ରତିଶତ ଟାରିଫ୍ ଲଗାଇଛନ୍ତି। ସେପଟେ ପାକିସ୍ତାନ ସହ ଏକ ତୈଳ ଡିଲ୍ କରିଛନ୍ତି। ଏପରିକି ପାକିସ୍ତାନ ଉପରେ ଟାରିଫ୍ କୋହଳ କରିଛନ୍ତି। ପୂର୍ବରୁ ଲଗାଯାଇଥିବା ୨୯ ପ୍ରତିଶତ ଶୁଳ୍କକୁ କମାଇ ୧୯ ପ୍ରତିଶତ କରାଯାଇଛି। 



 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.