ନୂଆଦିଲ୍ଲୀ,୪।୧୧: ଘରୋଇ ସେୟାର ମାର୍କେଟ ପାଇଁ ସୋମବାର ଥିଲା ଖୁବ୍ ଖରାପ ଦିନ। ସେନସେକ୍ସ ୧୪୦୦ରୁ ଅଧିକ ପଏଣ୍ଟ ହ୍ରାସ ପାଇଁ ୭୮୨୯୪ରେ ପହଁଞ୍ଚିଥିଲା। ନିଫ୍ଟି ୪୫୪ ପଏଣ୍ଟ ହ୍ରାସ ପାଇ ୨୩୮୫୦ ରେ ରହିଥିଲା। ଏହା ଭିତରେ ସକାଳେ ସାଢେ ୧୦ଟା ସୁଦ୍ଧା ପ୍ରାୟ ବିଏସ୍ଇ ସୂଚୀବଦ୍ଧ ସବୁ କମ୍ପାନୀର ମାର୍କେଟ କ୍ୟାପ ୬.୮ ଲକ୍ଷ କୋଟି ଟଙ୍କା ରହିଛି। ଏପର୍ଯ୍ୟନ୍ତ ନିବେଶକଙ୍କୁ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡିଛି।
ସେନସେକ୍ସରେ ରିଲିୟନ୍ସ ଇଣ୍ଡଷ୍ଟ୍ରୀଜ୍, ଇନଫୋସିସ୍, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ ଓ ସନ୍ ଫାର୍ମା ସବୁଠାରୁ ପଛରେ ଅଛନ୍ତି। ଏଲଆଣ୍ଡଟି, ଆକ୍ସିସ୍ ବ୍ୟାଙ୍କ, ଟିସିଏସ୍ ଓ ଟାଟା ମୋଟର୍ସର ମଧ୍ୟ ଇଣ୍ଡେକ୍ସ ଦୁର୍ବଳ ରହିଛି।
ଇକୋନୋମିକ୍ସ ଟାଇମ୍ସର ସୂଚନା ଅନୁସାରେ, ୫ ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନକ ନେଇ ଅନିଶ୍ଚିତତା ଆଜି ଭାରତୀୟ ସେୟାର ମାର୍କେଟରେ ସୃଷ୍ଟି କରିଛି ଭୂକମ୍ପ। ଡେମୋକ୍ରାଟିକ୍ ଉପରାଷ୍ଟ୍ରପତି କମଳା ହାରିସ ଓ ରିପବ୍ଲିକାନ୍ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଛି। ନିବେଶକ ସମ୍ଭାବିତ ଆର୍ଥିକ ପ୍ରଭାବ ପ୍ରତି ସାବଧାନ ଅଛନ୍ତି। ନିର୍ବାଚନ ପରିଣାମ ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଥିବା ଅଲଗା ଅଲଗା ନୀତି ଦୃଷ୍ଟିକୋଣକୁ ସୃଷ୍ଟି କରିପାରେ। କମଳାଙ୍କ ବିଜୟ ଦ୍ବାରା ଆମେରିକା ଫେଡେରାଲ ରିଜର୍ଭରୁ ଅଧିକ ଉଦାର ସ୍ବଭାବ ଗ୍ରହଣ କରିବାର ପ୍ରେରଣା ମିଳିପାରେ। ହୁଏତ ଭାରତୀୟ ରିଜର୍ଭ ବ୍ୟାଙ୍କ ଘରୋଇ ଦରକୁ କମ୍ କରିପାରେ। ଏହାଦ୍ବାରା ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ(ଏନ୍ବିଏଫସି)କୁ ଲାଭ ହେବ । ଟ୍ରମ୍ପଙ୍କ ବିଜୟ ଫଳରେ ଆମେରିକାରେ ସୁଧହାର ଅଧିକ ରହିପାରେ।