ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ମାଉଣ୍ଟ ଏଭରେଷ୍ଟ ଠାରୁ କମ୍‌ ଉଚ୍ଚତା, ତଥାପି ଏବେ ଯାଏଁ କେହି ଚଢିନାହାନ୍ତି, ଜାଣନ୍ତୁ ଏହା ପଛର କାରଣ...

Published By : Prameya | January 29, 2025 11:40 AM

ନୂଆଦିଲ୍ଲୀ ୨୯/୦୧: ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କୈଳାସ ମାନସରୋବର ତୀର୍ଥଯାତ୍ରା ପାଇଁ ଚୀନ୍ ଅନୁମୋଦନ ଦେଇଛି। ଏହା ସହିତ ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ମଧ୍ୟ ଆରମ୍ଭ ହେବ। କୈଳାସ ମାନସରୋବର ଯାତ୍ରାର ପୁନଃ ଆରମ୍ଭ ହିନ୍ଦୁ ଭକ୍ତମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। କାରଣ ହିନ୍ଦୁମାନଙ୍କ ମଧ୍ୟରେ କୈଳାସ ଭଗବାନ ଶିବଙ୍କ ବାସସ୍ଥାନ ଭାବରେ ପରିଗଣିତ ହୁଏ।  ଏହାର ଯାତ୍ରା ଯେତେ କଷ୍ଟସାଧ୍ୟ, ସେତିକି ରହସ୍ୟ ମଧ୍ୟ ଏହି ପର୍ବତ ସହ ଜଡିତ । ସବୁଠାରୁ ବଡ ଆଶ୍ଚର୍ଯ୍ୟ ହେଉଛି କୈଳାସ ଶିଖରରେ ଚଢିବା। ଦୁନିଆର କେହି ଏପର୍ଯ୍ୟନ୍ତ ଏହି ପର୍ବତ ଉପରକୁ ଚଢିପାରି ନାହାଁନ୍ତି। 

ଦୁନିଆର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୮୮୪୮ ମିଟର ।  କୈଳାସ ପର୍ବତର ଉଚ୍ଚତା ମାତ୍ର ୬୬୩୮ ମିଟର। ଅର୍ଥାତ୍‌ ମାଉଣ୍ଟ ଏଭରେଷ୍ଟ ଠାରୁ ପ୍ରାୟ ୨୦୦୦ ମିଟର କମ୍। ମାଉଣ୍ଟ ଏଭରେଷ୍ଟ ଉପରେ ୭୦୦୦ ରୁ ଅଧିକ ଲୋକ ଚଢିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପର୍ବତାରୋହୀ କୈଳାସ ପର୍ବତ ଚଢିବାରେ ସଫଳ ହୋଇ ନାହାଁନ୍ତି। ତେବେ, କିଛି ଲୋକ କୈଳାସ ପର୍ବତର ୫୨ କିଲୋମିଟର ଅତିକ୍ରମ କରିବାରେ ସଫଳ ହୋଇଛନ୍ତି। ୨୦୦୦ ରେ କୈଳାସ ଆରୋହଣ କରିବାର ଶେଷ ପ୍ରୟାସ ଥିଲା ।  କିନ୍ତୁ ବର୍ତ୍ତମାନ ଏହାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

କୈଳାସକୁ ନେଇ ଅନେକ ରହସ୍ୟ ରହିଛି। କୈଳାସ ପର୍ବତ ଉପରେ ନ ଚଢିପାରିବର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଏହି ପର୍ବତର କୋଣ ୬୫ ଡିଗ୍ରୀରୁ ଅଧିକ ହୋଇଥିବାବେଳେ ଏଭରେଷ୍ଟ ପର୍ବତର କୋଣ ୪୦ ରୁ ୫୦ ଡିଗ୍ରୀ । ଏହି କାରଣରୁ କୈଳାସ ଅପେକ୍ଷା ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବା ସହଜ ହୋଇଥାଏ। ଏଥି ସହିତ, କୈଳାସ ପର୍ବତର ପାଗ ମଧ୍ୟ ପ୍ରତିକୂଳ ନୁହେଁ, ଏହାକୁ ଚଢିବାକୁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ପର୍ବତାରୋହୀମାନେ ପ୍ରାଣ ହରାଇଥିଲେ।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.