ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

କେଉଁଠି ତିଆରି ହୁଏ ପଦ୍ମ ପୁରସ୍କାର? କାହାକୁ ଅର୍ଡର ଦିଅନ୍ତି ସରକାର

Published By : Prameya | January 27, 2025 10:57 AM

ନୂଆଦିଲ୍ଲୀ ୨୭/୦୧: ଗଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ଭାରତ ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ପ୍ରତିବର୍ଷ ସରକାର ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ସେବା କରିଥିବା ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରନ୍ତି। ଏଥର ପଦ୍ମ ପୁରସ୍କାର ପାଇଁ ମୋଟ ୧୩୯ ଜଣଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ୭ ଜଣଙ୍କୁ ପଦ୍ମଭୂଷଣ, ୧୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ପଦ୍ମ ପୁରସ୍କାରକୁ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଏ। ମାର୍ଚ୍ଚ-ଏପ୍ରିଲ ମାସରେ ରାଷ୍ଟ୍ରିୟ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ଦିଆଯାଏ। ଏଥିରେ ରାଷ୍ଟ୍ରପତିଙ୍କ ଦସ୍ତଖତ ପ୍ରମାଣପତ୍ର ଏବଂ ପଦକ ପ୍ରଦାନ କରି ସମ୍ମାନିତ କରାଯାଏ। ତେବେ ଆପଣ ଜାଣନ୍ତି କି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନକୁ କିଏ ତିଆରି କରିଥାନ୍ତି ଏବଂ ଏହି ପୁରସ୍କାରକୁ ତିଆରି କରିବାକୁ ସରକାର କେଉଁ କମ୍ପାନୀକୁ ଅର୍ଡର ଦିଅନ୍ତି? ଆସନ୍ତୁ ଜାଣିବା ସେ ବିଷୟରେ...

୧୯୫୪ ମସିହାରେ ପଦ୍ମ ପୁରସ୍କାର ଆରମ୍ଭ ହୋଇଥିଲା। ସେତେବେଳେ କେବଳ ପଦ୍ମ ବିଭୂଷଣ ଦିଆଯାଉଥିଲା, ଯାହା ତିନୋଟି ଶ୍ରେଣୀରେ ଉପଲବ୍ଧ ଥିଲା: ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ ଏବଂ ତୃତୀୟ ଶ୍ରେଣୀ । ଅବଶ୍ୟ, ଗୋଟିଏ ବର୍ଷ ପରେ ଅର୍ଥାତ୍ ୧୯୫୫ ମସିହାରେ ଏହାର ନାମ ପଦ୍ମ ବିଭୂଷଣ ସହିତ ପଦ୍ମଭୂଷଣ, ପଦ୍ମଶ୍ରୀରେ ପରିବର୍ତ୍ତନ କରାଯାଇଥିଲା। ଭାରତ ରତ୍ନ ପରେ ପଦ୍ମ ବିଭୂଷଣ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ। ଏହା ପରେ ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ।

ପଦ୍ମ ପୁରସ୍କାର ମଧ୍ୟରେ ପଦ୍ମ ବିଭୂଷଣ ପିତ୍ତଳରେ ନିର୍ମିତ। ଏହାର ଉଭୟ ପାର୍ଶ୍ୱ ପ୍ଲାଟିନମରେ ତିଆରି। ପଦ୍ମ ଭୂଷଣ ମଧ୍ୟ ପିତ୍ତଳରେ ନିର୍ମିତ, କିନ୍ତୁ ଏହାର ପାର୍ଶ୍ୱ ସୁନାରେ ନିର୍ମିତ। ସେହିପରି ପଦ୍ମଶ୍ରୀରେ, ଷ୍ଟେନଲେସ୍ ଷ୍ଟିଲ ଲାଗିଥାଏ। ଏହି ତିନୋଟି ଯାକ ଆୱାର୍ଡ କୋଲକାତା ଟଙ୍କାଶାଳରେ ତିଆରି ହୁଏ। ଯାହାର ସ୍ଥାପନା ୧୭୫୭ ରେ ହୋଇଥିଲା। ଏଥିସହିତ କୋଲକାତା ଟଙ୍କାଶାଳ ମଧ୍ୟ ଭାରତ ରତ୍ନ ପରି ପୁରସ୍କାର ତିଆରି କରେ।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.