କରଞ୍ଜିଆ, ୮/୧୧ : ଫଟୋ ଉଠାଇବା ହେଲା କାଳ, ଫଟୋ ଉଠାଉଥିବାବେଳେ ନଦୀରେ ଭାସିଗଲେ ଛାତ୍ର । ବୈତରଣୀ ନଦୀର ସୁନାଖମଣ୍କୁ ବୁଲିବା ପାଇଁ ଯାଇ ଛାତ୍ର ଜଣକ ପାଣିରେ ବୁଡି ମୃତ୍ୟୁ ।
ପ୍ରକାଶ ଯେ, ସୁନାଖମଣ ନିକଟରେ ଆଜି କରଞ୍ଜିଆ ବିକାଶ କନଭେଣ୍ଟ ସ୍କୁଲର କିଛି ଛାତ୍ର ବୁଲିବା ପାଇଁ ଯାଇଥିବା ବେଳେ ଭରା ନଦୀରେ ଫଟୋ ଉଠାଉଥିବାବେଳେ ପାଣିରେ ଭାସି ଯାଇଥିଲେ । ଖବରପାଇ ଠାକୁରମୁଣ୍ଡା ଦମକଳବାହିନୀ ଯୁବକକୁ ଉଧାର କରି ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଛାତ୍ର ଜଣଙ୍କ କରଞ୍ଜିଆ ଥାନା ଅଞ୍ଚଳର ରବି ଯାଦବଙ୍କ ପୁଅ ମନୋଜ ବୋଲି ଜଣାପଡ଼ିଛି ।