ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

୬୬ବର୍ଷ ବୟସରେ ବି କାହିଁକି ମୁକେଶ ଖନ୍ନା କରିନାହାନ୍ତି ବିବାହ, ଜାଣନ୍ତୁ କାରଣ

Published By : Gurupada Nath | November 13, 2024 7:44 PM

ମୁମ୍ବାଇ,୧୩/୧୧ :  ଭେଟରାନ ଅଭିନେତା ମୁକେଶ ଖନ୍ନା ପୁଣି ଥରେ ‘ଶକ୍ତିମାନ‘ନେଇ ଆସୁଛନ୍ତି । ସେ ନିକଟରେ ଏହି ବିଷୟରେ ଅଫିସିଆଲ ଟିଜର ବି ସେୟାର କରିଛନ୍ତି । ଏହା ଦେଶର ପ୍ରଥମ ସୁପରହିରୋ ଶୋ ଥିଲା । ଏହା ମଧ୍ୟରେ ମୁକେଶ ଖନ୍ନାଙ୍କ ସେହି ବୟାନ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେତେବେଳେ ସେ କହିଥିଲେ କି ସେ କାହିଁକି ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି । ମୁକେଶ ଖନ୍ନା ୬୬ବର୍ଷର ହୋଇଗଲେଣି କିନ୍ତୁ ଆଜି ବି ସେ ଅବିବାହିତ ଅଛନ୍ତି । ଆସୁନ୍ତୁ ଜାଣିବା ସେ କାହିଁକି ବିବାହ କରିନାହାନ୍ତି ।

ମୁକେଶ ଖନ୍ନା ଟିଭିରୁ ନେଇ ଫିଲ୍ମରେ କାମ କରିଛନ୍ତି । ବହୁ ହିରୋଇନଙ୍କ ସହ ବି ସ୍କ୍ରିନ ସେୟାର କରିଛନ୍ତି କିନ୍ତୁ ସେ ଏଭଳି ଜଣେ ଷ୍ଟାର୍ କେବେ ବି କୌଣସି ହିରୋଇନଙ୍କ ସହ ନାଁ ଯୋଡ଼ି ହୋଇନାହିଁ । ମୁକେଶ ଖନ୍ନା ଇଣ୍ଡଷ୍ଟ୍ରିରେ ବହୁ ଦିନରୁ ରହିଛନ୍ତି କିନ୍ତୁ କେବେ କୌଣସି ଆଫେୟର କିମ୍ବା ଲଭଷ୍ଟୋରୀ ଭଳି କାହାଣୀ ତାଙ୍କ ସହ ଯୋଡ଼ି ହୋଇଥିବା ସାମ୍ନାକୁ ଆସି ନାହିଁ । 

କିଛି ଲୋକ ତ ତାଙ୍କ ବିଷୟରେ ଏହା ବି କହିବା ଆରମ୍ଭ କରି ଦେଇଥିଲେ କି ସେ ଟିଭିରେ ଭୀଷ୍ମ ପିତାମହଙ୍କ ଭୂମିକା ନିଭାଇଥିଲେ ସେବେଠାରୁ ସେ ବ୍ରହ୍ମଚର୍ଯ୍ୟ ଜୀବନ ବିତାଇବାକୁ ଶପଥ ନେଇଥିଲେ । କିଛି ଦିନ ପୂର୍ବରୁ ‘ଶକ୍ତିମାନ’ ସରିୟଲରେ ତାଙ୍କ କୋଷ୍ଟାର ଥିବା ବୈଷ୍ଣବୀ ମହତ୍ନ କହିଥିଲେ କି ମୁକେଶ ଖନ୍ନା ସବୁବେଳେ ମହିଳାଙ୍କଠାରୁ ଦୂରେଇ ରହୁନ୍ତି ।  ଏଭଳି ସୁଟିଂ ସମୟରେ କୌଣସି ବି ମହିଳାଙ୍କୁ ନା ସେ ଆଲିଙ୍ଗନ କରନ୍ତି ନା ପାଦ ଛୁଇଁବାକୁ ଦେଉଥିଲେ । ସେ ମହିଳାମାନଙ୍କୁ ସମ୍ମାନ କରିଥାନ୍ତି ।

କିନ୍ତୁ ଗୋଟିଏ ଥର ନିଜେ ମୁକେଶ ଖନ୍ନା ବିବାହ ନ କରିବା ନିଷ୍ପତ୍ତିକୁ ନେଇ ରିଆକ୍ଟ କରିଥିଲେ । ସେତେବେଳେ ସେ ଏହା ସ୍ପଷ୍ଟ କରିଥିଲେ କି ଏଭଳି କେବେ ବି ନୁହେଁ କି ସେ ଭୀସ୍ମର ଚରିତ୍ର ନିଭାଇବା ଏବଂ ଶପଥ ନେବା ଭଳି କିଛି ଥିଲା । ଏହା କେବଳ ଚର୍ଚ୍ଚା ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.