ମାଲକାନଗିରି, ୧୩/୧୧ : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ବଣ୍ଡା ଘାଟି ଅଣ୍ଡରାହଲ ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଣ୍ଡା ଘାଟିର ମୁଦୁଲିପଡା ଓ ଅଣ୍ଡରାହଲ ଦୁଇଟି ପଞ୍ଚାୟତର ଶତାଧିକ ଆଦିମ ବଣ୍ଡା ଜନଜାତି ସମ୍ପ୍ରଦାୟର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ସେମାନଙ୍କ ଗ୍ରାମ ଓ ବ୍ୟକ୍ତିଗତ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ । ଏହି ଶିବିରରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ସହକାରୀ ଏସପି ତପନ ନାରାୟଣ ରଥ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ବିଡିଓ ଉମାଶଙ୍କର କୋୟା, ତହସିଲଦାର ପ୍ରମୋଦ ବେହରା, ସହକାରୀ ଜିଲ୍ଲାପାଳ (ଗ୍ରୀଭେନ୍ସ ) କେ.ଅଶୋକ ଚକ୍ରବର୍ତ୍ତୀଙ୍କ ସହ ବିଭିନ୍ନ ଭିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ବାର୍ଦ୍ଧ୍ୟକ, ବିଧବା ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଗୃହ, ରାସନ କାର୍ଡ, ଆଧାର କାର୍ଡ, ଗାଁକୁ ରାସ୍ତା, ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା ସହ ଅନ୍ୟାନ୍ୟ ଦାବି ନେଇ ୧୯୬ଟି ଅଭିଯୋଗକୁ ଜିଲ୍ଲାପାଳ ଶୁଣାଣି କରି ଏହାର ସମସ୍ୟା ଖୁବଶୀଘ୍ର କରାଯିବ ବୋଲି ବଣ୍ଡା ଲୋକମାନଙ୍କୁ କହିଥିଲେ । ଏହି ଅଭିଯୋଗ ଶୁଣାଣି ଶିବିରରେ ପୁରୁଷ ଲୋକ ଅପେକ୍ଷା ବଣ୍ଡା ମହିଳା ଅଧିକ ଯୋଗଦେଇଥିବା ଦେଖିବାକୁ ମିଳିଥିଲା।
ଏହି ଜନ ଶୁଣାଣି ପରେ ଜିଲ୍ଲାପାଳ ଶ୍ରୀ ପାଟିଲ ଗୁଲଙ୍ଗ ପଦର ଓ ବଣ୍ଡାପଡା ଦୁର୍ଗମ ଗାଁକୁ ଗସ୍ତ କରି ସେଠାରେ ବଣ୍ଡା ଲୋକଙ୍କ ଦ୍ୱାରା ଚାଷ ହୋଇଥିବା ଷ୍ଟ୍ରବେରୀ ଫସଲ ବୁଲି ଦେଖି ଖୁସି ହୋଇଥିଲେ।