ମୁମ୍ବାଇ, ୧୪ /୧୧: ବଲିଉଡ ଅଭିନେତା ବବି ଦେଓଲ୍ ଓ ସାଉଥ୍ 'ସିଙ୍ଘମ' ସୂରିୟାଙ୍କ ଅଭିନୀତ ଚଳଚ୍ଚିତ୍ର 'କଙ୍ଗୁୱା' ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ପ୍ରଥମ ଦିନର ଶୋ' ଦେଖିବାକୁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ଼ ଜମିଛି । ହେଲେ ଅନ୍ୟପଟେ ସୋସିଆଲ ମିଡିଆରେ 'କଙ୍ଗୁୱା'କୁ ନେଇ ଦେଖିବାକୁ ମିଳିଛି ଝଡ଼। ଦର୍ଶକ ଏହି ଫିଲ୍ମ ବିଷୟରେ ନିଜର ମତାମତ ଦେଉଛନ୍ତି ।ଶିବାଙ୍କ ନିର୍ଦ୍ଦେଶିତ ଫିଲ୍ମ 'କଙ୍ଗୁୱା' ଆନ୍ଧ୍ରପ୍ରଦେଶ ଏବଂ କେରଳରେ ସକାଳ ଶୋ’ରେ ପ୍ରଦର୍ଶିତ ହୋଇଥିଲା । ଯାହା ପରେ ଏହାର ରିଭ୍ୟୁ ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ସୋସିଆଲ ମିଡିଆରେ ସୂରିୟା ଏବଂ ତାଙ୍କ ଭାଇ କାର୍ତ୍ତିଙ୍କ ଫଟୋ ଭାଇରାଲ ହେଉଛି। ଜଣେ ୟୁଜର ଲେଖିଛନ୍ତି, କାର୍ତ୍ତି ଠିକ ବାହୁବଳୀର କାଳକେୟ ପରି ଦେଖାଯାଉଛନ୍ତି । ସେହିପରି ଆଉ ଜଣେ ଲେଖିଛନ୍ତି, କଙ୍ଗୁୱା ଟିମ୍ ୱାର୍କ.. ସୂରିୟାଙ୍କ ଉଦ୍ୟମ ଏବଂ ଅଭିନୟ ଫାୟାର । ଶିବଙ୍କ ନିର୍ଦ୍ଦେଶନା ଏବଂ ସ୍କ୍ରିନ୍ ସ୍କ୍ରିପ୍, ବଡ ବଜେଟ୍ ଚଳଚ୍ଚିତ୍ର, ମାଷ୍ଟର ୱାର୍କ । ଟିମକୁ ଅଭିନନ୍ଦନ ।
ଅନ୍ୟ ଜଣେ ଫିଲ୍ମର ସ୍କ୍ରିପ୍ଟ ବିଷୟରେ ଲେଖିଛନ୍ତି, 'ଏକ ଦୁର୍ବଳ ସ୍କ୍ରିପ୍ଟ ଏବଂ ଚମତ୍କାର ଭିଏଫଏକ୍ସ.. ସୂରିୟା ଏବଂ ଛୋଟ ପିଲାଙ୍କ ଭଲ ପ୍ରଦର୍ଶନ .. ମଣିପୁ ଭିଡିଓ ଗୀତ ସହଜରେ ଫିଲ୍ମ 3D ର ସର୍ବୋତ୍ତମ ଅଂଶ ଏହା ବହୁତ ଭଲ । ରେସି ସ୍କ୍ରିନ୍ ସ୍କ୍ରିପ୍ କିନ୍ତୁ ଆମକୁ ପ୍ରଭାବିତ କରିବାରେ ବିଫଳ ହେଲା । ସୂରିୟାଙ୍କ 'କଙ୍ଗୁୱା' କୋଲିଉଡର ସବୁଠାରୁ ଦାମୀ ଚଳଚ୍ଚିତ୍ର ମଧ୍ୟରୁ ବିବେଚନା କରାଯାଏ । ଏହି ଫିଲ୍ମରେ ୯ମ ଶତାବ୍ଦୀରୁ ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତର କାହାଣୀକୁ ଦର୍ଶାଯାଇଛି । ସୁପରଷ୍ଟାର ସୂରିୟା ଶିବକୁମାରଙ୍କ ଫିଲ୍ମରେ ବଲିଉଡ ଅଭିନେତା ବବି ଦେଓଲ, ଅଭିନେତ୍ରୀ ଦିଶା ପାଟାନି, ଯୋଗୀ ବାବୁ, କିଙ୍ଗସଲି, କୋଭାଇ ସରଲା, ଆନନ୍ଦ ରାଜଙ୍କ ପରି ଷ୍ଟାରମାନେ ଅଭିନୟ କରିଛନ୍ତି । ଏହି ଫିଲ୍ମ ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ହିନ୍ଦୀ ଏବଂ ଇଂରାଜୀ ସହିତ ୧୦ ଟି ଭାଷାରେ ରିଲିଜ ହୋଇଛି ।