ଭୁବନେଶ୍ୱର,୧୪/୧୧ : ୩ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଗୁରୁବାର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ବିଜେତାମାନଙ୍କ ନାଁ ଘୋଷଣା କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଘୋଷଣା କରିଛନ୍ତି । ୨୦୨୦ପାଇଁ ସିନେମା ରଘୁ ସର୍ଦ୍ଦାର, ୨୦୨୧ପାଇଁ ପ୍ରତୀକ୍ଷା ଓ ଡାଲଚିନି ଯୁଗ୍ମ ଭାବେ ଏବଂ ୨୦୨୨ପାଇଁ ଦମନକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି ।
ସେହିଭଳି ୨୦୨୦ରେ ଦେବାଶିଷ ପାତ୍ର, ୨୦୨୧ପାଇଁ ଅଙ୍କିତ କୁମାର ଓ ଦୀପନ୍ବିତ ଦାସ ମହାପାତ୍ର ଏବଂ ୨୦୨୨ପାଇଁ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ନାୟକ ପୁରସ୍କାର ମିଳିଛି । ଏଥିସହ ଜୀବନବ୍ୟାପି ସାଧନା ପାଇଁ ତିନି ବର୍ଷରେ ୩ଜଣଙ୍କୁ ମୋହନ ସୁନ୍ଦର ଦେବ ଗୌସ୍ୱାମୀ ସମ୍ମାନ ମିଳିବ । ୨୦୨୦ ପାଇଁ ଅନନ୍ତ ମହାପାତ୍ର, ୨୦୨୧ ପାଇଁ ଶ୍ରୀନିବାସ ମହାପାତ୍ର ଓ ୨୦୨୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲ ପାଇବେ ମୋହନ ସୁନ୍ଦର ଦେବ ଗୋସ୍ଵାମୀ ପୁରସ୍କାର।
୨୦୨୦ପାଇଁ ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର ପାଇବେ ଅନନ୍ତ ମହାପାତ୍ର, ବିଶିଷ୍ଟ ଲେଖକ, ନିର୍ଦେଶକ ଓ ନାଟ୍ୟକାର । ସେହିଭଳି ଉକ୍ତ ବର୍ଷ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ’ସହିଦ୍ ରଘୁ ସର୍ଦ୍ଦାର’ ପ୍ରଯୋଜକ ଭାବେ ଡ.ବିଶ୍ବନାଥ ପଟ୍ଟନାୟକ । ଶ୍ରେଷ୍ଠ ନିର୍ଦେଶକ ରାକେଶ ସାମଲ ଫିଲ୍ମ ରୋମିଓ ରାଜା ପାଇଁ । ଶ୍ରେଷ୍ଠ ମୁଖ୍ୟ ଅଭିନେତା ଦେବାଶିଷ ପାତ୍ର (ସହିଦ୍ ରଘୁ ସର୍ଦ୍ଦାର), ଅମ୍ଳାନ ଦାସ(ରୋମିଓ ରାଜା) । ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ କାବ୍ୟା କିରଣ ଶୁକ୍ଳା(ସହିଦ୍ ରଘୁ ସର୍ଦାର) । ଶ୍ରେଷ୍ଠ କାହାଣୀକାର ଡ.ବିଶ୍ବନାଥ ପଟ୍ଟନାୟକ (ସହିଦ ରଘୁ ସର୍ଦ୍ଦାର) । ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ(ବାଳକୃଷ୍ଣ ଦାଶ ପୁରସ୍କାର) ବୈଦନାଥ ଦାଶ (ରୋମିଓ ରାଜା), ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ଡ.ଜ୍ଞାନେନ୍ଦ୍ର କୁମାର ପଲାଇ(ରୋମିଓ ରାଜା) । ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ପୁଷ୍ପା ପଣ୍ଡ( ସହିଦ୍ ରଘୁ ସର୍ଦ୍ଦାର) । ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର କ୍ଷୁଦ୍ର ଚଳଚ୍ଚିତ୍ର : ମାସ୍କ, ପ୍ରଯୋଜକ : ନୀଳା ମହାପାତ୍ର, ନିର୍ଦେଶକ : ଡ. ଶ୍ବେତ କୁମାର ଦାଶ । ଶ୍ରେଷ୍ଠ ଖଳ ଅଭିନେତା ରାଜୀବ ମହାନ୍ତି (ସହିଦ ରଘୁ ସର୍ଦ୍ଦାର), ଦୀପକ ରଞ୍ଜନ ମହାରଣା (ରୋମିଓ ରାଜା) । ଶ୍ରେଷ୍ଠ ଖଳ ଅଭିନେତ୍ରୀ ଲିପ୍ସା ମିଶ୍ର (କୁଇନ୍), ଶ୍ରେଷ୍ଠ ସଂଳାପ ଲେଖକ ଡ. ରଜନୀ ରଞ୍ଜନ ଦାସ ( ସହିଦ୍ ରଘୁ ସର୍ଦ୍ଦାର) ।
ସେହିଭଳି ୨୦୨୧ ବର୍ଷ ପାଇଁ ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର : ଶ୍ରୀନିବାସ ମହାପାତ୍ର(ବିଶିଷ୍ଟ ଚିତ୍ରତ୍ତୋଳନକାର) । ଶ୍ରେଷ୍ଠ ଚଳଚ୍ଚିତ୍ର ଯୁଗ୍ମ ଭାବେ ପ୍ରତୀକ୍ଷା (ଅନୁପମ ପଟ୍ଟନାୟକ) ଏବଂ ଡାଲଚିନି (ଅତିଶ୍ କୁମାର ରାଉତ) । ଶ୍ରେଷ୍ଠ ନିର୍ଦେଶକ ସୁରେଶ ପଟ୍ଟନାୟକ (ତୃଷ୍ଣା), ଶ୍ରେଷ୍ଠ ମୁଖ୍ୟ ଅଭିନେତା ଯୁଗ୍ମ ଭାବେ ଅଙ୍କିତ କୁମାର( ଭୋକ), ଦୀପନ୍ବିତ ଦାଶ ମହାପାତ୍ର(ପ୍ରତୀକ୍ଷା) । ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର (ଡାଲଚିନି) । ଶ୍ରେଷ୍ଠ କାହାଣୀକାର ରଞ୍ଜନ ଦାସ(ଭୋକ) ଓ ଗୌରହରି ଦାସ(ପ୍ରତୀକ୍ଷା) । ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ(ବାଳକୃଷ୍ଣ ଦାଶ ପୁରସ୍କାର) ଅଭିଜିତ୍ ମଜୁମଦାର (ତୃଷ୍ଣା) । ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସ୍ବୟମ ପ୍ରଭାସ ପାଢୀ( ଅନାବନା ବାଟ ସବୁ ଲାଗେ ଆପଣା’ ଚଳଚ୍ଚିତ୍ର : ତୃଷ୍ଣା) । ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ସମରେଶ ରାଉତରାୟ (ତୃଷ୍ଣା ଏବଂ ଅଜାତି) । ଶ୍ରେଷ୍ଠ ପାର୍ଶ୍ବ ଅ୍ରଭିନେତ୍ରୀ ଯୁଗ୍ମ ଭାବେ ସାଧନା ମାଳି(କ୍ଷୁଧା) ଓ ଏଲିନା ସାମନ୍ତରାୟ (ଦୃଷ୍ଟିକୋଣ) । ଶ୍ରେଷ୍ଠ ଖଳ ଅଭିନେତା କୁନା ତ୍ରିପାଠୀ(ଭୋକ), ଶ୍ରେଷ୍ଠ ଖଳ ଅଭିନେତ୍ରୀ ଇଶାନୀ ସେନ୍ ଗୁପ୍ତା( ଚକ୍ଷୁବନ୍ଧନ) ।
୩୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର -୨୦୨୨ରେ ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର ଜୟୀରାମ ସାମଲ(ବିଶିଷ୍ଟ ହାସ୍ୟ ଅଭିନେତା)ଙ୍କୁ ପ୍ରଦାନ କରାଯିବ । ଉକ୍ତ ବର୍ଷ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଦମନ(ପ୍ରଯୋଜକ: ଦୀପେନ୍ଦ୍ର ସାମଲ), ଶ୍ରେଷ୍ଠ ନିର୍ଦେଶକ ସୁଧାଂଶୁ ମୋହନ ସାହୁ(ମାୟାବୀ), ଶ୍ରେଷ୍ଠ ମୁଖ୍ୟ ଅଭିନେତା ବାବୁଶାନ୍ ମହାନ୍ତି(ଦମନ) , ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଲୋପାମୁଦ୍ରା ମିଶ୍ର(ବୋଉର ହାତବାକ୍ସ), ଶ୍ରେଷ୍ଠ କାହାଣୀକାର ମିହିର ରଞ୍ଜନ ଆଚାର୍ଯ୍ୟ (ବାଘ ବଜାରୀ) । ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ (ବାଳକୃଷ୍ଣ ଦାଶ ପୁରସ୍କାର) ପଙ୍କଜ ଜାଲ୍ (ଖରା) । ଶ୍ରେଷ୍ଠ ପାର୍ଶ୍ବ ଅଭିନେତା କୁନାଲ୍ ପଟ୍ଟନାୟକ (ମାୟାବୀ), ଗଦାଧର ବାରିକ(ଖରା) । ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ସୁଶୀଲା ନାୟାର (ଖରା) । ଶ୍ରେଷ୍ଠ ହାସ୍ୟ କଳାକାର ହରିହର ମହାପାତ୍ର(ମହାବାହୁ) ପାଇଁ ପ୍ରଦାନ କରାଯିବ ।