ପ୍ରମୂଖ ଖବର
  • ଶିମିଳିପାଳରେ ୫ ଶିକାରୀକୁ ବାନ୍ଧିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍, ୫ ଦେଶୀ ବନ୍ଧୁକ ଜବତ
  • ||
  • ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଇଣ୍ଡିଆ-ଇଂଲଣ୍ଡ ତୃତୀୟ ଟି-ଟ୍ବେଣ୍ଟି, ସିରିଜ କବଜା ଲକ୍ଷ୍ୟରେ ସୂର୍ଯ୍ୟସେନା, କର ବା ମର ସ୍ଥିତିରେ ବଟଲରବାହିନୀ
  • ||
  • ରାଜ୍ୟରେ ଉଭାନ ହେଲାଣି ଶୀତ, କଲବଲ କରୁଛି କୁହୁଡି: ଫେବ୍ରୁଆରୀ ପହିଲାରୁ ଆହୁରି ବଢ଼ିବ ରାତି ତାପମାତ୍ରା
  • ||

ରାସ୍ତା ନିର୍ମାଣ ପାଇଁ ଶୁଣୁନଥିଲା ପ୍ରଶାସନ, ସମାଜସେବୀଙ୍କ ଅଭିଯୋଗ ପରେ ତତ୍ପରତା ଦେଖାଇଲା ରାଜସ୍ୱ ବିଭାଗ

Published By : Prameya | November 13, 2024 2:34 PM

ଚନ୍ଦାହାଣ୍ଡି ୧୩/୧୧: ପ୍ରଶାସନ ଦ୍ୱାରା ରାସ୍ତା କାର୍ଯ୍ୟ ମଞ୍ଜୁର ହୋଇଥିଲା। ହେଲେ ରାଜସ୍ୱ ବିଭାଗ ଜାଗା ଚିହ୍ନଟ ନକରିବାରୁ ରାସ୍ତା କାମ ଆଗେଇ ପାରୁ ନଥିଲା। ଫଳରେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ ଲୋକେ। ଏହାକୁ ନେଇ ଯୁବସମାଜସେବୀ ପ୍ରଶାନ୍ତ ପାରି ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ଅଭିଯୋଗ ଦେବା ପରେ ରାଜସ୍ୱ ବିଭାଗର ଚେତା ପଶିଛି।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ଯୁବ ସମାଜସେବୀ ପ୍ରଶାନ୍ତ କୁମାର ପାରି । ଜିଲ୍ଲାପାଳ ଅଭିଯୋଗ ପ୍ରକୋଷ୍ଟରେ ଅଭିଯୋଗ ଦେବାପରେ ଚନ୍ଦାହାଣ୍ଡି ଠାରୁ ବନ୍ଦକନା ରାସ୍ତା ନିର୍ମାଣ ହେବା ପାଇଁ  ରାଜସ୍ୱ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଏଥି ସହିତ ଆଜି ଚନ୍ଦାହାଣ୍ଡି ତହସିଲଦାର ସହଦେବ କୁଟ୍ରୁକା ଚନ୍ଦାହାଣ୍ଡି ଆର ଆଇ ମନୀଷା ଦଣ୍ଡସେନା ରାସ୍ତା ପ୍ରସସ୍ତ ନିମନ୍ତେ  ଜାଗା ଚିନ୍ନଟ କରିଛନ୍ତି। ଯେଉଁଥିପାଇଁ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯିବା ସହ ସମାଜସେବୀ ଶ୍ରୀ ପାରିଙ୍କୁ ଧନ୍ୟବାଦ ଦେଇଛନ୍ତି l

ପ୍ରକାଶ ଥାଉ କି ଚନ୍ଦାହାଣ୍ଡି ଠାରୁ ବନ୍ଦକନା ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଦ୍ୱାରା ରାସ୍ତା କାର୍ଯ୍ୟମଞ୍ଜୁର ହୋଇଥିଲା l ଏହାର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗକୁ ଦେବା ସହ ରାସ୍ତା ୧୨ ମିଟର ଚଉଡା କରିବାର ଲକ୍ଷ ଥିଲା l ରାସ୍ତା ପ୍ରଶସ୍ତ ପାଇଁ ରାଜସ୍ୱ ବିଭାଗ ଜାଗା ଚିହ୍ନଟ କରିବାରେ ଅହେତୁକ ବିଳମ୍ଭ କରିବା ଫଳରେ ରାସ୍ତା କାମ ଆଗେଇ ପାରୁ ନଥିଲା l  ଯାହା ଫଳରେ ଲୋକେ ଯାତାୟତ ପାଇଁ ନାହିଁ ନଥିବା ହଇରାଣ ହେଉଥିଲେ l ଏହାକୁ ନେଇ ଯୁବସମାଜସେବୀ ପ୍ରଶାନ୍ତ ପାରି ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ଅଭିଯୋଗ ଦେଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.