ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

କେବେ ଠାରୁ ଲାଗୁ ହେବ ନୂଆ ଟାକ୍ସ ସ୍ଳାବ୍‌; ଚଳିତ ବର୍ଷ ଠାରୁ ମିଳିବ କି ୧୨ ଲକ୍ଷ ଆୟରେ 'ନୋ ଟାକ୍ସ' ସୁବିଧା

Published By : Prameya | February 4, 2025 3:08 PM

Image source: ABP Live

ନୂଆଦିଲ୍ଲୀ,୦୪/୦୨: ଭାରତ ସରକାର ୧ ଫେବୃଆରୀ ୨୦୨୫ରେ ଉପସ୍ଥାପିତ ବଜେଟରେ ଏକ ନୂତନ ଆୟକର ସ୍ଲାବ୍ ଘୋଷଣା କରିଛନ୍ତି, ଯେଉଁଥିରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ କୌଣସି ଟିକସ ପଡ଼ିବ ନାହିଁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପରିବର୍ତ୍ତନ ମାଧ୍ୟମରେ ମଧ୍ୟବିତ୍ତ ବର୍ଗର କରଦାତାଙ୍କୁ ଆଶ୍ୱସ୍ତି ଦେବାକୁ ଚେଷ୍ଟା କରିଛନ୍ତି। ଏହି ନୂତନ ଟିକସ ବ୍ୟବସ୍ଥା ୨୦୨୫-୨୬ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ।

କେବେ ଲାଗୁ ହେବ ନୂଆ ଟାକ୍ସ ସ୍ଳାବ୍‌?

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ନୂତନ ଟିକସ ସ୍ଲାବ୍ ଚଳିତ ବର୍ଷ ଅର୍ଥାତ୍ ୧ ଏପ୍ରିଲ୍ ୨୦୨୫ ରୁ କାର୍ଯ୍ୟକାରୀ ହେବ। ସାଧାରଣ ଲୋକମାନେ ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ସ୍ଲାବର ଲାଭ ଉଠାଇ ପାରିବେ। ସବୁଠାରୁ ବଡ଼ କଥା ହେଉଛି ଏଥିପାଇଁ ନୂତନ ଟିକସ ଆଇନ କାର୍ଯ୍ୟକାରୀ କରିବାର ଆବଶ୍ୟକତା ନାହିଁ। 

ନୂଆ ଟାକ୍ସ ସ୍ଳାବରେ କାହାକୁ କେତେ ଛାଡ଼?

୦-୪ ଲକ୍ଷ ଟଙ୍କା: ୦% ଟିକସ

୪-୮ ଲକ୍ଷ ଟଙ୍କା: ୫% ଟିକସ

୮-୧୨ ଲକ୍ଷ ଟଙ୍କା: ୧୦% ଟିକସ

୧୨-୧୬ ଲକ୍ଷ ଟଙ୍କା: ୧୫% ଟିକସ

୧୬-୨୦ ଲକ୍ଷ ଟଙ୍କା: ୨୦% ଟିକସ

୨୦-୨୪ ଲକ୍ଷ ଟଙ୍କା: ୨୫% ଟିକସ

୨୪ ଲକ୍ଷ ଟଙ୍କାରୁ ଅଧିକ: ୩୦% ଟିକସ

ଏହି ନୂତନ ସ୍ଲାବ ଅନୁଯାୟୀ, ଯେଉଁମାନଙ୍କର ଆୟ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ସେମାନଙ୍କୁ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ। ଏହା ବ୍ୟତୀତ, ଯଦି ଜଣେ ବ୍ୟକ୍ତିଙ୍କ ଆୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତେବେ ତାଙ୍କୁ ନିର୍ଦ୍ଧାରିତ ସ୍ଲାବ ଅନୁଯାୟୀ ଟିକସ ଦେବାକୁ ପଡ଼ିବ। ଏହି ନୂତନ ବ୍ୟବସ୍ଥାରେ, ଦରମା ଶ୍ରେଣୀ ପାଇଁ ମାନକ ଡିଡକ୍ସନ ଅର୍ଥାତ୍‌ ଷ୍ଟାଣ୍ଡାର୍ଡ ଡିଡକ୍ସନ୍‌କୁ ହିସାବକୁ ନେଲେ, ଯାହା ୭୫,୦୦୦ ଟଙ୍କା, ମୋଟ ଛାଡ଼ ସୀମା ୧୨.୭୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ। ଏହାର ଅର୍ଥ ହେଉଛି ଯଦି ଜଣେ ବ୍ୟକ୍ତିଙ୍କ ଆୟ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ତେବେ ତାଙ୍କୁ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ।

କେବେ ଆସିବ ଆୟକର ବିଲ୍:

ବଜେଟ୍ ସମୟରେ ହିଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ ଆସନ୍ତା ସପ୍ତାହରେ ବଜେଟ୍ ଅଧିବେଶନ ସମୟରେ ଲୋକସଭାରେ ଏକ ନୂତନ ଟିକସ ବିଲ୍ ଆଗତ କରାଯିବ। ଭାରତରେ ବର୍ତ୍ତମାନ ପ୍ରଯୁଜ୍ୟ ଆୟକର ଆଇନ ପ୍ରାୟ ୬ ଦଶନ୍ଧି ପୁରୁଣା। ସୂଚନାଥାଉକି, ବର୍ତ୍ତମାନର ଆୟକର ଆଇନ ୧ ଏପ୍ରିଲ ୧୯୬୨ରେ କାର୍ଯ୍ୟକାରୀ ହୋଇଥିଲା। ସରକାର ଏବେ ଯେଉଁ ନୂତନ ଆୟକର ବିଲ୍ ଆଗତ କରିବାକୁ ଯାଉଛନ୍ତି, ଯଦି ଏହା ଆଇନରେ ପରିଣତ ହୁଏ, ତେବେ ପ୍ରାୟ ୬୩ ବର୍ଷ ପରେ ଦେଶରେ ଆୟକର ଆଇନ ପରିବର୍ତ୍ତନ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.