ପ୍ରମୂଖ ଖବର
  • ୩୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବ୍ରାଞ୍ଚ୍‌ ଇନଚାର୍ଜ୍‌, ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଆଠଗଡ଼ : ସ୍ତ୍ରୀ ଆଗରେ ସ୍ୱାମୀକୁ ପିଟି ପିଟି ହତ୍ୟା ଘଟଣା: ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ଦେବଗଡ଼: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ, ଅଭିଯୁକ୍ତ ଫେରାର୍
  • ||
  • କେନ୍ଦୁଝର : ୧୦୦ ଫୁଟ ତଳକୁ ଖସିଲା ପାଣି ଟ୍ୟାଙ୍କର୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ଆସିବ ଚଳିତ ବର୍ଷର ବିଏମ୍‌ସି ବଜେଟ୍, ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନେଇ ହେବ ଆଲୋଚନା
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନ-ଅଷ୍ଟ୍ରେଲିଆ ଲଢ଼େଇ, ଜିତିଲେ ସେମି ଫାଇନାଲ
  • ||
  • କଟକ : ଘରୁ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ନିର୍ଦ୍ଦେଶ
  • ||
  • ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ରାଜ୍ୟରେ ପାଗ ଏବେ ଶୁଖିଲା: ୩୪ ଡିଗ୍ରୀ ଉପରେ ୬ ସହର ତାପମାତ୍ରା, ୨ ଦିନ ପରେ ୩ ଡିଗ୍ରୀ ବଢ଼ିବ ପାରଦ
  • ||

ପଞ୍ଚଭୂତରେ ଲୀନ ହେଲେ ଉତ୍ତମ ମହାନ୍ତି , ‘ଉତ୍ତମ ମହାନ୍ତି ଅମର ରହେ’ ଧ୍ବନୀରେ କମ୍ପିଲା ସତ୍ୟନଗର

Published By : Prameya | February 28, 2025 5:15 PM

ଭୁବନେଶ୍ବର, ୨୮/୨ : ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଉତ୍ତମ ମହାନ୍ତି । ଭୁବନେଶ୍ବର ସତ୍ୟନଗର ସ୍ମଶାନରେ ହେଲା ଶେଷକୃତ୍ୟ । ପୁଅ ବାବୁଶାନ ମହାନ୍ତି ମୁଖାଗ୍ନି ଦେଇଛନ୍ତି । ଏହି ଅବସରରେ ‘ଉତ୍ତମ ମହାନ୍ତି ଅମର ରହେ’ ଧ୍ବନୀରେ କମ୍ପିଲା ସତ୍ୟନଗର ସ୍ମଶାନ। ସତ୍ୟନଗରରେ ଶୋକାକୂଳ ବିଦାୟ ମୂହୁର୍ତ୍ତ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହୋଇଛି ଶେଷକୃତ୍ୟ । ସତ୍ୟନଗର ସ୍ମଶାନରେ ଉତ୍ତମ ପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳିଛି । ତାଙ୍କୁ ଭଲ ପାଉଥିବା ସେ କଳାକାର ହେଉ କିମ୍ବା ଦର୍ଶକ ସମସ୍ତଙ୍କ ଆଖିରେ ଥିଲା ଲୁହ । ପାଟିରୁ ବାହାରୁଥିଲା ଗୋଟିଏ କଥା ସେ ଆମ ସମୟର ସୁପରଷ୍ଟାର୍ । ଯିଏ ବି ତାଙ୍କ ସହ ମିଶିଥିଲା ସେ କହୁଥାଏ ଉତ୍ତମ ମହାନ୍ତି ଥି‌ଲେ ଉତ୍ତମ । ସ୍ମଶାନ ଏକ ପ୍ରକାର ଲୋକାରଣ୍ୟ ହୋଇଯାଇଥିଲା । କେହି କେହି କହୁଥାନ୍ତି ଆମ କୁନିଆ ଭାଇ ଚାଲିଗଲେ । ଆଉ କିଏ କହୁଥାଏ ଉତ୍ତମ ମହାନ୍ତି ଅମରରହେ । 

ସମସ୍ତଙ୍କ ଆଖି ଥିଲା ଲୁହରେ ଛଳ ଛଳ । ଓଠରେ ଶଦ୍ଦ ନ ଥାଏ କିଛି କହିବାକୁ । ସବୁଦିନ ହସଉଥିବା, କନ୍ଦାଉଥିବା ଲୋକଟି ନିରବ ହୋଇ ଶୋଇ ରହିଥାଏ । ତାଙ୍କୁ ଦେଖି ଆଜି ସତ୍ୟ ନଗର ସ୍ମଶାନ ଯେମିତି ଲୁହରେ ଭିଜିଛି । ବାରିପଦାରୁ ଆସିଥିଲେ ସତ କିଛି ସାରା ରାଇଜର ସେ ଥିଲେ ସୁପରଷ୍ଟାର୍ । ଆଜି ଶେଷ କୃତ୍ୟର ଦୃଶ୍ୟ ଏହା ବୟାନ କରୁଥିଲା ସତରେ ସେ କେତେ ଉତ୍ତମ ଥିଲେ । 

ଅଭିନେତା ଉତ୍ତମ ମହାନ୍ତି ୧୯୭୭ରେ ମୁକ୍ତିଲାଭ କରିଥିବା ଅଭିମାନ ଚଳଚ୍ଚିତ୍ରରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ତା’ପରେ ଆଉ ସେ ପଛକୁ ଫେରିନାହାନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଦେଇ ଓଡ଼ିଆ ସିନେ ପ୍ରେମୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ । ୨୦୦ରୁ ଅଧିକ ସିନେମାରେ ନାୟକ, ଚରିତ୍ର ଅଭିନେତା, ଭାଇ, ସ୍ୱାମୀ ଓ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ତାଙ୍କର ଦ୍ୱିତୀୟ ଫିଲ୍ମ ଥିଲା ପତିପତ୍ନୀ । ଏହାପରେ ରାମାୟଣ, ତପସ୍ୟା, ରାମ ବଳରାମ, ଆରତୀ, ଶଂଖମହୂରୀ, ସରପଞ୍ଚ ବାବୁ, ଦଣ୍ଡା ବାଳୁଙ୍ଗା ଭଳି ଚଳଚ୍ଚିତ୍ରରେ ଉତ୍ତମ ଦର୍ଶକଙ୍କ ମନ ଜିତିଥିଲେ । ୮୦ ଦଶକରେ ଉତ୍ତମ ପାଲଟି ଯାଇଥିଲେ ଓଲିଉଡ୍‌ର ସବୁଠାରୁ ଲୋକପ୍ରିୟ ତଥା ରୋମାଣ୍ଟିକ୍‌ ହିରୋ । 

ଅଭିଳାଷ, ରାମ ରହିମ, ଜାଇଫୁଲ, ଚକା ଭଉଁରୀ, ମମତା ମାଗେ ମୂଲ, ସମୟ ବଡ଼ ବଳବାନ, ପୂଜାଫୁଲ, ଶଙ୍ଖା ସିନ୍ଦୁର, ସହରୀ ବାଘ, ଜୋର ଯାର ମୂଲକ ତାର, ଭକ୍ତ ସାଲବେଗ, ପକା କମ୍ବଳ ପୋତ ଛତା, କପାଳ ଲିଖନ, ସୂନା ଚଢ଼େଇ, ତୁଣ୍ଡ ବାଇଦ, ଚକା ଆଖି ସବୁ ଦେଖୁଛି, ପରଦେଶୀ ଚଢ଼େଇ, ଦଇଦ ଦଉଡ଼ି, ପଞ୍ଚୁ ପାଣ୍ଡବ, ଦାଦାଗିରି, ପାଚେରୀ ଉଠିଲା ମଝି ଦୁଆରୁ, ଉଦଣ୍ଡୀ ସୀତା ଆଦି ସିନେମା ଉତ୍ତମଙ୍କୁ ଓଲିଉଡର ରୋମାଣ୍ଟିକ ସୁପରଷ୍ଟାରର ମାନ୍ୟତା ଦେଇଥିଲା । ପରବର୍ତ୍ତୀ ସମୟରେ ସେ ଚରିତ୍ର ଅଭିନେତା ଭାବେ ଦର୍ଶକଙ୍କ ହୃଦୟରେ ରାଜ କରିଥିଲେ । ଏ ଯୁଗର କୃଷ୍ଣ ସୁଦାମା, ରୋମିଓ ଦ ଲଭର ବୟ, ପାଗଳ କରିଛି ପାଉଁଜି ତୋର ଫିଲ୍ମ ତାଙ୍କୁ ସଫଳତାର ଆଉ ଏକ ଶୀର୍ଷ ସୋପାନରେ ପହଞ୍ଚାଇଥିଲା । ତେବେ ୨୦୨୨ରେ ରିଲିଜ୍‌ ହୋଇଥିବା ବିଦ୍ୟାରାଣ ଚଳଚ୍ଚିତ୍ରରେ ଶେଷ ଥର ପାଇଁ ସେ ନିଜ ପୁଅ ତଥା ଓଲିଉଡର ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ସହ ବଡ଼ ପରଦାରେ ଆସିଥିଲେ ।

ଉତ୍ତମ ମହାନ୍ତି କେବଳ ଓଡିଆ ନୁହେଁ ହିନ୍ଦୀ ଫିଲ୍ମରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ହିନ୍ଦି ଫିଲ୍ମ ‘ନୟା ଜହର’ରେ ସେ ଅଭିନୟ କରିଥିଲେ । ୧୯୯୧ ମସିହାରେ ଏହି ଫିଲ୍ମ ରିଲିଜ୍‌ ହୋଇଥିଲା । ଯାହାକୁ ନିର୍ଦ୍ଦେଶନା ଦେଇଥିଲେ ଜ୍ୟୋତି ସରୂପ । ଉତ୍ତମଙ୍କ ସହ ମହାଭାରତର ଅର୍ଜୁନ ଭୂମିକାରେ ଆସିଥିବା ଅଭିନେତା ଅର୍ଜୁନ ଓ ଶତାବ୍ଦୀ ରାୟ, ନବୀନ ନିଶ୍ଚଳ ପ୍ରମୁଖ ଅଭିନୟ କରିଥିଲେ । ବରିଷ୍ଠ ଅଭିନେତା ସ୍ୱର୍ଗତ ସାଧୁ ମେହେରଙ୍କ ପରେ ସେ ଏକମାତ୍ର ଓଡ଼ିଆ ଅଭିନେତା ଭାବେ ଏକ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ ।

ତାଙ୍କର ବିଦାୟ ଓଲିଉଡ଼ରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି । ଯେଉଁ ଚରିତ୍ର ହେଉ ନା କାହିଁକି ସେ ନିଖୁଣ ଭାବେ ନିଭାଇ ଦର୍ଶକଙ୍କ ଭଲ ପାଇବା ସାଉଣ୍ଟିଥିଲେ । ସେ ସବୁ ଦିନ ଓଡ଼ିଆ ଦର୍ଶକଙ୍କ ହୃଦୟରେ ଅମର ରହିବେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.