ପ୍ରମୂଖ ଖବର
  • ୩୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବ୍ରାଞ୍ଚ୍‌ ଇନଚାର୍ଜ୍‌, ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଆଠଗଡ଼ : ସ୍ତ୍ରୀ ଆଗରେ ସ୍ୱାମୀକୁ ପିଟି ପିଟି ହତ୍ୟା ଘଟଣା: ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ଦେବଗଡ଼: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ, ଅଭିଯୁକ୍ତ ଫେରାର୍
  • ||
  • କେନ୍ଦୁଝର : ୧୦୦ ଫୁଟ ତଳକୁ ଖସିଲା ପାଣି ଟ୍ୟାଙ୍କର୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ଆସିବ ଚଳିତ ବର୍ଷର ବିଏମ୍‌ସି ବଜେଟ୍, ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନେଇ ହେବ ଆଲୋଚନା
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନ-ଅଷ୍ଟ୍ରେଲିଆ ଲଢ଼େଇ, ଜିତିଲେ ସେମି ଫାଇନାଲ
  • ||
  • କଟକ : ଘରୁ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ନିର୍ଦ୍ଦେଶ
  • ||
  • ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ରାଜ୍ୟରେ ପାଗ ଏବେ ଶୁଖିଲା: ୩୪ ଡିଗ୍ରୀ ଉପରେ ୬ ସହର ତାପମାତ୍ରା, ୨ ଦିନ ପରେ ୩ ଡିଗ୍ରୀ ବଢ଼ିବ ପାରଦ
  • ||

ସ୍ତ୍ରୀ ଆଗରେ ସ୍ୱାମୀକୁ ପିଟି ପିଟି ହତ୍ୟା ଘଟଣା: ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

Published By : Harapriya Sethi | February 28, 2025 12:46 PM

ଭୁବନେଶ୍ୱର, ୨୮/୦୨: ଓରିଙ୍ଗାବାଡ଼ି ଗାଁରେ ସ୍ତ୍ରୀ ଆଗରେ ସ୍ୱାମୀକୁ ପିଟି ପିଟି ହତ୍ୟା ଘଟଣା । ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଦିପ୍ତୀରଞ୍ଜନ ଜେନାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଗୁରୁଡ଼ିଝାଟିଆ ପୋଲିସ । 

ସୂଚନା ମୁତାବକ, ଚଳିତ ମାସ ୧୬ ତାରିଖରେ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରିଙ୍ଗାବାଡ଼ି ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ଯୁବକ ବିକ୍ରମ ଜେରାଇଙ୍କ ମୃତ୍ୟୁ ଘଟିଥିଲା । ସାମାନ୍ୟ ବଚସାରୁ ଆଦିବାସୀ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏପିରିକି ନିଜ ସ୍ତ୍ରୀ ଆଗରେ ସ୍ୱାମୀଙ୍କୁ ପିଟି ପିଟି ହତ୍ୟା କରିଥିଲା ଅଭିଯୁକ୍ତ । ପରିବାର ପକ୍ଷରୁ ନ୍ୟାୟ ଏବଂ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଆଗରେ ମୃତଦେହ ରଖି ଧାରଣା ଦେଇଥିଲେ ଆଦିବାସୀ ସଂଘ । ଏହାପରେ ପୋଲିସ ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା । ତେବେ ଏହି ଘଟଣାର ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ମୋଟ ୫ଜଣଙ୍କୁ ଗିରଫ କରିଛି ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.